ମାଲକାନଗିରି ୧୩/୧(ଆପ୍ର ): ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଥିବା ଟ୍ରାଇବାଲ ଗ୍ଲୋବାଲ ଫେଷ୍ଟରେ ଭାଗ ନେଇ ପୁରସ୍କୃତ ହୋଉଛନ୍ତି ଆଦିମ ବଣ୍ଡା ଜନଜାତିର ଝିଅ ଆଦିବାରୀ, କୋୟା ଜନଜାତିର ଝିଅ ସୋନାଲି ଓ ରଶ୍ମି । ବଣ୍ଡା ଜନଜାତିର ଝିଅ ଆଦିବାରୀ ବଡନାୟକ ଓ କୋୟା ଜନଜାତିର ଝିଅ ରଶ୍ମି ମାଡକାମି ମାଲକାନଗିରିସ୍ଥ ଆଓମା ଗୁରୁକୁଳରେ ରହୁଥିବା ବେଳେ କୋୟା ଜନ ଜାତିର ଝିଅ ସୋନାଲି ମାଡକାମୀ ପଡିଆ ବ୍ଲକସ୍ଥ ଧରମପାଲୀ ଗ୍ରାମର। ଗତ ୧୦ ତାରିଖ ରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ଟ୍ରାଇବାଲ ଗ୍ଲୋବାଲ ଫେଷ୍ଟରେ ଆଦିବାସୀ ସୁନ୍ଦରୀ ପ୍ରତିଯୋଗୀତାରେ ଏହି ତିନିଜଣ ଭାଗ ନେଇ ନିଜ ଜାତିର ଓ ଜିଲ୍ଲାର ଗୌରବ ବଢ଼ାଇଛନ୍ତି।
ମାଲକାନଗିରି ଭଳି ଆଦିବାସୀ ବହୁଳ ବଣ ଜଙ୍ଗଲ ଘେରା ଜିଲ୍ଲାର ବଣ ମଲ୍ଲୀର ମହକ ଆଜି ସାରା ଓଡିଶାକୁ ବିମହିତ କରିଛି। ଜାନୁୟାରୀ ୧୦ରେ ଆରମ୍ଭ ହୋଇଥିବା ଟ୍ରାଇବାଲ ଗ୍ଲୋବାଲ ଫେଷ୍ଟରେ ଆଦିବାସୀ ଯୁବତୀ ମାନଙ୍କ ମଧ୍ୟରେ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ କରଯାଇଥିଲା। ଏହି ପ୍ରତିଯୋଗିତା ରେ ସାରା ଓଡିଶାରୁ ୪୦ ଜଣ ଆଦିବାସୀ ଯୁବତୀ ଭାଗ ନେଇଥିଲେ। ବଣ୍ଡା ଘାଟିରୁ ବଣ୍ଡା ଯୁବତୀ ଆଦିବାରୀ ବଡନାୟକ ଗ୍ଲୋବାଲ ଟ୍ରାଇବଲ ପ୍ରତିଯୋଗୀତାରେ ଅଂଶଗ୍ରହଣକରୀ ପ୍ରଥମ ରନର୍ସଅପ ଭାବେ ବିଜେତା ହୋଇଥିଲେ। ବଣ୍ଡା ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ରୀତିନୀତି ଏବଂ ସଂସ୍କୃତିକୁ ନିଜ ପୋଷାକ ଏବଂ ଅଳଙ୍କାର ସହିତ ବଜାୟୀ ରଖ୍ ବଣ୍ଡା ଘାଟି ଏବଂ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ଆଣିଛନ୍ତି। ନିଜର ଅଦମ୍ୟ ଇଛା ଶକ୍ତି ଏବଂ କିଛି ଅଲଗା କରିବାର ନିଶା ଆଜି ତାଙ୍କୁ ଏହି ସଫଳତା ଆଣି ଦେଇଛି ବୋଲି ସେ ପ୍ରକାଶ କରିଛନ୍ତି। ଠିକ ସେହି ପରି ଧରମପାଲି ଗ୍ରାମ ସୋନାଲି ମାଡକାମୀ ଟାଇଟେଲ ପାଇ ପୁରସ୍କୃତ ହୋଇଛନ୍ତି।