ପ୍ରମୁଖ ଖବର
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ଟ୍ରେନ୍‌ ଛାଡ଼ିବାର ୧୦ ମିନିଟ୍ ପୂର୍ବରୁ ପାଆନ୍ତୁ କନଫର୍ମ ସିଟ୍‌ , ଜାଣନ୍ତୁ ରେଳ ଟିକେଟ୍‌ ବୁକ୍‌ କରିବାର ନିଆରା ଉପାୟ

ନୂଆଦିଲ୍ଲୀ – ରେଲୱେରେ ପାଖାପାଖି କୋଟି କୋଟି ସଂଖ୍ୟାରେ ଲୋକେ ଯାତ୍ରା କରିଥାନ୍ତି। ଏଥିରେ ଯାତ୍ରୀଙ୍କୁ ଟ୍ରେନ୍‌ରେ କନଫର୍ମ ଟିକେଟ ମିଳିବା ମୁସ୍କିଲ ହୋଇଯାଏ। ଏଥିପାଇଁ ଲୋକେ ରେଳ ଯାତ୍ରା କରିବାର ଅନେକ ମାସ ପୂର୍ବରୁ ହିଁ କୁଆଡ଼େ ଯିବାକୁ ହେଲେ , ଟିକେଟ୍‌ ବୁକ୍‌ କରାଇ ଥାନ୍ତି। ଏଥିରେ ଯଦି କାହାକୁ ଏମର୍ଜେନ୍ସିରେ ଯିବାକୁ ହୁଏ ତ ବଡ଼ ମୁସ୍କିଲ ହୋଇଥାଏ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ମୁସ୍କିଲରୁ ବାହାରିବା ପାଇଁ ଏକ ଉପାୟ କହିବାକୁ ଯାଉଛୁ। କୌଣସି ଏମର୍ଜେନ୍ସିର ସ୍ଥିତିରେ ଟ୍ରେନରେ ଯାତ୍ରା କରିବା ପାଇଁ ଆପଣ ରେଲୱେର କରେଣ୍ଟ ଟିକେଟ ସୁବିଧାର ଆନନ୍ଦ ନେଇ ପାରିବେ। ଟ୍ରେନ୍‌ ପ୍ରସ୍ଥାନର କିଛି ସମୟ ପୂର୍ବରୁ ମଧ୍ୟ ଆପଣ କରେଣ୍ଟ ଟିକେଟ ବୁକ୍‌ କରି ପାରିବେ। ଆସନ୍ତୁ ଏହି ଉପାୟ ବିଷୟରେ ଜାଣିବା –

୧-ଟ୍ରେନ ପ୍ରସ୍ଥାନ କରିବାର ୩-୪ ଘଣ୍ଟା ପୂର୍ବରୁ କରେଣ୍ଟ ଟିକେଟର ଉପଲବ୍ଧତା ଆଇଆରସିଟିସିର ସାଇଟ୍ ଓ ଟିକେଟ୍‌ ୱିଣ୍ଡୋ ଉଭୟରେ ଦେଖାଯାଏ।

୨-ଏଥିରେ ଆପଣ ୱେବସାଇଟ୍‌କୁ ସିଧା ଯାତ୍ରା ଡିଟେଲର ସୂଚନା ଦେଇ ଟିକେଟ ବୁକ୍ କରି ପାରିବେ ।

୩- ରେଲୱେ ଷ୍ଟେସନରେ ଟିକେଟ୍‌ ୱିଣ୍ଡୋରୁ ମଧ୍ୟ କରେଣ୍ଟ ଟିକେଟ୍‌ ବୁକ୍ କରି ପାରିବେ। ହେଲେ କରେଣ୍ଟ ଟିକେଟ୍‌ ଏହି ସ୍ଥିତିରେ ମିଳିଥାଏ ,ଯେବେ ଟ୍ରେନରେ ଯଦି ସିଟ୍‌ ଉପଲବ୍ଧ ଥାଏ।

୪- ବିଶେଷ କଥା ଏହା କି କରେଣ୍ଟ ଟିକେଟ ନର୍ମାଲ ଟିକେଟ ତୁଳନାରେ ୧୦-୨୦ ଟଙ୍କା ଶସ୍ତା ହୋଇଥାଏ।

ଏବେ ଆପଣଙ୍କ କହୁଛୁ କି କରେଣ୍ଟ ଓ ନର୍ମାଲ ଟିକେଟ୍‌ରେ ପାର୍ଥକ୍ୟ କଣ … । ତତ୍କାଳ ଟିକେଟ୍‌ ବୁକିଂ ଏକ ପ୍ରିମିୟମ ସୁବିଧା ,ଯେଉଁଥିରେ ଏକଷ୍ଟ୍ରା ଚାର୍ଜ ଦେଇ ଟ୍ରେନର କନଫର୍ମ ଟିକେଟ୍‌ କରାଯାଏ। ତତ୍କାଳ ଟିକେଟକୁ କେବଳ ରେଲୱେ ଦ୍ୱାରା ସେଟ୍‌ କରାଯାଇଥିବା ଏକ ଟାଇମରେ ହିଁ ବୁକ୍‌ କରାଯାଏ ଏବଂ ଏଥିପାଇଁ ଆପଣଙ୍କ ଠାରୁ ଏକଷ୍ଟ୍ରା ଚାର୍ଜ ମଧ୍ୟ ନେଇଥାଏ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.