ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଜରେ ରିଲିଜ ହେବ ଓଡ଼ିଆ ସିନେମା ‘ପାବାର’, ସରପଞ୍ଚ ବାବୁ ଭୂମିକାରେ ନଜର ଆସିବେ ବାବୁସାନ୍

କଟକ ୦୨/୦୫: କିଛି ବର୍ଷ ତଳେ ଏହି ଶୀର୍ଷକରେ ଆସିଥିଲା ଏକ ଓଡ଼ିଆ ସିନେମା । ଆଗକୁ ମାନେ ରଜରେ ଏଭଳି ଏକ ସିନେମା ମୁକ୍ତିଲାଭ କରିବ ପ୍ରେକ୍ଷାଳୟରେ । ଏଥିରେ ଓଡ଼ିଆ ସିନେଶିଳ୍ପର ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ଦେଖିବାକୁ ମିଳିବେ ସରପଞ୍ଚ ଚରିତ୍ରରେ । 

ଫୁଲବାଣୀ ଜିଲ୍ଲା ଅନ୍ତର୍ଗତ ମଫସଲ ଅଞ୍ଚଳର ଜଣେ ଯୁବକ କିଭଳି ସରପଞ୍ଚ ଭାବେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିବା ପାଇଁ ସ୍ୱପ୍ନ ଦେଖୁଛି, ସେଥିପାଇଁ କେଉଁ ସବୁ ପନ୍ଥା ଆପଣାଉଛି ତାହା ହିଁ ଏ ଫିଲ୍ମର କଥାବସ୍ତୁ ।  ଫିଲ୍ମର ନାଁ ରହିଛି ‘ପାବାର’, ଯାହାର ଅର୍ଥ କ୍ଷମତା । ଲୋକଙ୍କ ମନ ଜିଣି ସରପଞ୍ଚ ଭାବେ କ୍ଷମତା ପାଇବାକୁ ଏହି ସରଳ ନିରୀହ ଯୁବକ କିଭଳି  ଉପାୟ ସବୁ କରୁଛି, ତାହାକୁ ଦେଖିବେ ଦର୍ଶକ । ରଜରେ ମୁକ୍ତିଲାଭ  କରିବାକୁ ଥିବା ଏହି ଚଳଚ୍ଚିତ୍ରରେ ବାବୁସାନଙ୍କ ବିପକ୍ଷରେ ନାୟିକା ଚରିତ୍ର  ନିର୍ବାହ କରିଛନ୍ତି ଏଲିନା ସାମନ୍ତରାୟ । ଫିଲ୍ମର ଅନ୍ୟାନ୍ୟ ଚରିତ୍ରରେ  ଅଭିନୟ କରୁଛନ୍ତି ଉଦିତ ଗୁରୁ, ଅପରାଜିତା ମହାନ୍ତି, ମିଲନ ଜୟସିଂହ,  ଅନୁଗୁଳିଆ ବଣ୍ଟି ଓ ସମ୍ବିତ ଜେନା । ଅଶୋକ ପତି ଫିଲ୍ମର ନିର୍ଦ୍ଦେଶକ  ଥିବାବେଳେ ଅଭିଜିତ ମଜୁମଦାର ସଂଗୀତ ନିର୍ଦ୍ଦେଶନା ଦେଉଛନ୍ତି ।  

ଏଥିରେ ୬ଟି ଗୀତ ରହିଛି । ବାବୁସାନ ନିଜେ କିଛି ଗୀତ ଗାଇଥିବାବେଳେ  ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ ଅନ୍ୟ ଗୀତଗୁଡ଼ିକରେ କଣ୍ଠଦାନ  କରିଛନ୍ତି । ବାବୁଙ୍କ ସ୍କ୍ରିନ୍‌ନେମ୍‌ ରହିଛି ପାବାର ଓ ଫିଲ୍ମରେ ଏଲିନା ରାଣୀ  ନାମରେ ଅଭିନୟ କରୁଛନ୍ତି । ବାବୁ ଏଥିରେ ଜଣେ ଗରିବ, ସରଳ,  ନିରୀହ, ନିର୍ଭୀକ ଯୁବକ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବାବେଳେ ଏଲିନା  ଦେଖିବାକୁ ମିଳିବେ ଜଣେ ଧନୀଘର ଝିଅ ଚରିତ୍ରରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.