ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ ମହାସାଗରରେ ୧୦ ଗୁଣା ହେବ ଅଧିକ ଗରମ, ମାଳଦ୍ବୀପ ସହିତ ୪୦ ଟି ଦେଶ ଉପ​‌ରେ ବଢିବ ବିପଦ

ନୂଆଦିଲ୍ଲୀ,୩।୫: ଭାରତ ମହାସାଗରରେ ଲଗାତାର ଭାବରେ ଗରମ ବଢିବାରେ ଲାଗିଛି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ପ୍ରଥମେ ଭାରତ ମହାସାଗର‌ରେ ଅତ୍ୟାଧିକ ଗରମ ପ୍ରତିବର୍ଷ ୨୦ ଦିନ ହେଉଥିଲା, କିନ୍ତୁ ବହୁତ ଶୀଘ୍ର ଏହା ୧୦ ଗୁଣା ବଢିଯିବ। ୨୨୦ ରୁ ୨୫୦ ଦିନ ପ୍ରତି ବର୍ଷ ହୋଇଯିବ। ଅର୍ଥାତ ହିନ୍ଦ ମହାସାଗର ସ୍ଥାୟୀ ଭାବରେ ସମୁଦ୍ର ହିଟଓ୍ବେଭର ଶିକାର ହେବ।

ଏହି କାରଣରୁ ମାଳଦ୍ବୀପ ଭଳି ୪୦ ଦେଶ ସମସ୍ୟାର ସମୁଖୀନ ହେବ। ଯେଉଁଥିରେ ଭାରତ ସହିତ ବହୁ ଏସିଆ ଦେଶ ରହିଛନ୍ତି। ଏହି କାରଣରୁ ବିନା ଋତୁରେ ବର୍ଷା ହୋଇପାରେ। ଝଡ ସୃଷ୍ଟି ହୋଇପାରେ। ଫ୍ଲାସ ଫ୍ଲଡର ଆଶଙ୍କା ବଢିଯିବ। ଏହାଛଡା ସମୁଦ୍ର ଇକୋସିଷ୍ଟମ ଖରାପ ହେବ। କୋରଲ ରିଫ୍ ବିଗିଡିବ।ପାଣିପାଗ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ରକ୍ସି ମାଥ୍ୟୁ କୋଲ ନିଜ ଟିମ୍ ସହିତ ଭାରତ ମହାସାଗରର ବଢୁଥିବା ତାପମାତ୍ରାକୁ ନେଇ ଷ୍ଟଡି କରିଛନ୍ତି। ଏହି ଷ୍ଟଡିରେ ଭାରତ ମହାସାଗରରେ ଜଳବାୟୁ ପରିବର୍ତ୍ତନରେ ଦୃତ ଭାବରେ ଦେଖିବାକୁ ମିଳୁଛି ବୋଲି କୁହାଯାଇଛି। ଏଥିରେ ପର୍ଯ୍ୟାପ୍ତ ଗରମ, ସମୁଦ୍ରର ଜଳସ୍ତରରେ ବୃଦ୍ଧି ଓ ଚରମ ପାଣିପାଗ ଘଟଣାରେ ବୃଦ୍ଧିର ଆଶଙ୍କା ରହିଛି।

ଭାରତ ମହାସାଗରକୁ ୪୦ ଦେଶର ସୀମା ଲାଗିକି ଅଛି। ଏହି ଦେଶରେ ଦୁନିଆର ଏକ ତୃତୀୟାଂଶ ଜନସଂଖ୍ୟା ଅଛନ୍ତି। ଭାରତ ମହାସାଗରର ଆଭରେଜ୍ ତାପମାତ୍ରା ୧.୨ ରୁ ୩.୮ ଡିଗ୍ରୀ ସେଲସିୟସ୍‌ ବଢିବାର  ଅନୁମାନ ରହିଛି। ଏହି ତାପମାତ୍ରା ଏକ ଶତାବ୍ଦୀ ଭିତରେ ବଢିଯିବ। ଭାରତ ମହାସାଗରର ତାପମାତ୍ରା ବଢିବା ଫଳରେ ଆଖପାଖର ଦେଶରେ ପ୍ରବଳ ବର୍ଷା ଓ ବାତ୍ୟା ବଢିଯିବ। ଭାରତ ମହାସାଗରର ପ୍ରାୟ ସ୍ଥାୟୀ ସମୁଦ୍ର ହିଟ୍‌ଓ୍ବେଭ୍‌ ଆଡକୁ ବଢୁଛି। ଏହାଫଳରେ ହିଟଓ୍ବେଭ୍‌ ଦିନର ସଂଖ୍ୟା ବାର୍ଷିକ ୨୦ ରୁ ୨୫୦ ପର୍ଯ୍ୟନ୍ତ ବଢିଯିବ। ସମୁଦ୍ରର ପିଏଚ୍ ହ୍ରାସ ପାଇବା ଯୋଗୁଁ ପାଣି ଏସିଡିକ୍ ହୋଇଯିବ। ଏହାଦ୍ବାରା କ୍ଲାସିଫିକେସନ୍ ବଢୁଛି। ଫଳରେ ସାମୁଦ୍ରିକ ପ୍ରାଣୀଙ୍କ ପାଇଁ ବିପଦଜନକ ପ୍ରମାଣିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.