ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀରେ କଂଗ୍ରେସକୁ ଝଟକା, ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଫେରାଇଲେ ଟିକେଟ୍

ପୁରୀ ୦୪/୦୫ : ୨୦୨୪ ମହାଲଢ଼େଇ ପୂର୍ବରୁ କଂଗ୍ରେସକୁ ଝଟକା। ପୁରୀ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଦେଇଥିବା ସୁଚରିତା ମହାନ୍ତି ଫେରାଇଲେ ଟିକେଟ୍। ଦୁର୍ବଳ ବିଧାନସଭା ପ୍ରାର୍ଥୀ ଓ ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନମିଳିବା କାରଣରୁ  ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ରାଜ୍ୟର ଏକ ଚର୍ଚ୍ଚିତ ଲୋକସଭା ଆସନ ପୁରୀ । ଏଠାରୁ ଚଳିତ ଥର ସାଧାରଣ ନିର୍ବାଚନ ଲାଗି  ବିଜେଡି ଅରୁପ ପଟ୍ଟନାୟକଙ୍କ ପ୍ରାର୍ଥୀ କରିଥିବା ବେଳେ ବିଜେପି ସମ୍ବିତ ପାତ୍ରଙ୍କୁ ଭରସା କରିଛି । ଆଉ କଂଗ୍ରେସ ସୁଚରିତା ମହାନ୍ତିଙ୍କୁ କରିଥିଲା ଭରସା । ପୁରୀ ଲୋକସଭା ଲାଗି ପ୍ରାର୍ଥୀ କରିଥିଲା କଂଗ୍ରେସ । ହେଲେ ଏବେ ସେ  ଫେରାଇଛନ୍ତି ଟିକେଟ । ଦୁର୍ବଳ ବିଧାନସଭା ପ୍ରାର୍ଥୀ ଓ ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନମିଳିବା କାରଣରୁ  ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।  ଏକ ଇମେଲ୍ ଜରିଆରେ ସୋନିଆ ଗାନ୍ଧୀ. ରାହୁଲ୍ ଗାନ୍ଧୀ ଓ ଦଳର ସଂଗଠନ ସାଧାରଣ ସଂପାଦକ କେସି ବେନୁଗୋପାଳଙ୍କୁ ଜଣାଇଛନ୍ତି ।

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.