ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୁମକୁ ପାଇନଥିଲେ ମୁଁ…, ପତ୍ନୀ ଅନୁଷ୍କାଙ୍କ ଲାଗି ଏଭଳି ପୋଷ୍ଟ କଲେ କୋହଲି; ଲୋକେ କହିଲେ- ସ୍ବାମୀ ହେବ ତ ଏମିତି !

Image Courtesy: business-standard

ମୁମ୍ବାଇ: ସେଲିବ୍ରିଟି ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ । ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଆନ୍ତି । ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କ ଭଲ ପାଇବାର ଝଲକ ଦେଖିବାକୁ ମିଳେ । ଆଜି ଅନୁଷ୍କା ଶର୍ମାଙ୍କ ଜନ୍ମଦିନରେ ବିରାଟ କୋହଲି ତାଙ୍କ ପାଇଁ ଭାବୁକ ପୋଷ୍ଟ ଲେଖିଛନ୍ତି । ଆଉ ଏହି ପୋଷ୍ଟ ତାଙ୍କର ଫ୍ୟାନ୍ସଙ୍କ ହୃଦୟକୁ ଛୁଇଁନେଇଛି । ଇନଷ୍ଟାଗ୍ରାମ ପୋଷ୍ଟରେ ଯାହା କିଛି ବି କୋହଲି ଲେଖିଛନ୍ତି, ତାହା ଦେଖିଲା ପରେ ଫ୍ୟାନ୍ସ କହୁଛନ୍ତି ସ୍ବାମୀ ହେବ ତ କୋହଲିଙ୍କ ଭଳି । ବିରାଟ କୋହଲିଙ୍କ ଏହି ଖାସ୍‌ ପୋଷ୍ଟ ଅଭିନେତ୍ରୀ ଅନୁଷ୍କାଙ୍କ ଏହି ସ୍ପେଶାଲ୍‌ ଡେ’କୁ ଆହୁରି ଖାସ କରିଦେଇଛି । 

କୋହଲି ନିଜର ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି ଯେ, ‘ଯଦି ତୁମେ ମିଳିନଥାନ୍ତ ମୁଁ ସମ୍ପୂର୍ଣ୍ଣ ଭାବେ ହଜିଯାଇଥାନ୍ତି । ଜନ୍ମଦିନର ଶୁଭେଚ୍ଛା ମୋ ପ୍ରେମ । ତୁମେ ଆମ ଦୁନିଆକୁ ଆଲୋକିତ କରିଛ । ତୁମେ ମୋର ବହୁତ ପସନ୍ଦ ।’ ଏହା ସହ କୋହଲି ଅନୁଷ୍କାଙ୍କ ଫଟୋ ସେୟାର କରିଛନ୍ତି ।ଏଭଳି ରୋମାଣ୍ଟିକ ପୋଷ୍ଟ ଦେଖିବା ପରେ ଲୋକେ କୋହଲିଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଜଣେ ଇନଷ୍ଟା ୟୁଜର ଲେଖିଛନ୍ତି, ବିରାଟଙ୍କ ଭଳି ସ୍ବାମୀ ମିଳିବା ଭାଗ୍ୟର କଥା । ଆଉ ଜଣେ ଲେଖିଛନ୍ତି, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ମଧ୍ୟରେ ବହୁତ ଭଲ ପାଇବା ଅଛି ।

 ସେପଟେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ କୋହଲିଙ୍କୁ ଖୁବ ପ୍ରଶଂସା କରିଛନ୍ତି । କୋହଲିଙ୍କୁ ସେ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି ଏସଆରକେ । କୋହଲି ଆମ ଜ୍ବାଇଁ ବୋଲି କହିବା ସହ  ଅନ୍ୟ ଖେଳାଳିଙ୍କ ଅପେକ୍ଷା ତାଙ୍କ ସହ ନିବିଡ଼ ସଂପର୍କ ଥିବା କହିଛନ୍ତି ଶାହରୁଖ ଖାନ ।   ସେ ଆହୁରି କହିଛନ୍ତି ଯେ, ବିରାଟ ଏବଂ ଅନୁଷ୍କାଙ୍କ ସହ ବହୁ ପୁରୁଣା ସଂପର୍କ ରହିଛି  । ଅନୁଷ୍କାଙ୍କ ସହ ଫିଲ୍ମ କରୁଥିବା ବେଳେ ସୁଟିଂ ସେଟରେ ବିରାଟଙ୍କ ସହ ସାକ୍ଷାତ ହୋଇଥିଲା । ସେ ବହୁତ ଭଲ ସ୍ବଭାବର ମଣିଷ । 

 ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଜନ୍ମ ୧ ମେ’ ୧୯୮୮ରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ହୋଇଥିଲା । ଅନୁଷ୍କା ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୬ ବର୍ଷର ଫିଲ୍ମ କ୍ୟାରିୟରରେ ସେ ‘ବ୍ୟାଣ୍ଡ ବଜା ବାରାତ’, ଦିଲ୍‌ ଧଡ଼କନେ ଦୋ’, ସଞ୍ଜୁ ଔର ସୁଲତାନ’, ରବ୍‌ ନେ ବନା ଦି ଯୋଡି’ରେ କାମ କରିଛନ୍ତି । ତାଙ୍କୁ ଶେଷ ଥର ପାଇଁ ୨୦୧୮ରେ ‘ସୁଇ ଧାଗା’ରେ ଦେଖିବାକୁ ମିଳିଥିଲା । ଲମ୍ବା ସମୟ ଧରି ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି ଅନୁଷ୍କା ।

 ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ମଧ୍ୟରେ ୨୦୧୩ରେ ସାକ୍ଷାତ ହୋଇଥିଲା । ଏକ ସାମ୍ପୁର ବିଜ୍ଞାପନ ସୁଟିଂ ସମୟରେ ଦୁହେଁ ଦୁହିଁଙ୍କ ସହ ପରିଚିତ ହୋଇଥିଲେ । ପରେ ଧିରେ ଧିରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ୬ ବର୍ଷ ପର୍ଯ୍ୟନ୍ତ ଡେଟିଂ କରିବା ପରେ ବିରାଟ ଏବଂ ଅନୁଷ୍କା ୧୧ ଡିସେମ୍ବର ୨୦୧୭ରେ ବିବାହ କରିଥିଲେ । କୋହଲିଙ୍କୁ ବିବାହ କରିବା ପରେ ଅନୁଷ୍କା ଫିଲ୍ମ ସହ ଜଡ଼ିତ ଥିଲେ । ପରେ ପ୍ରଥମ ସନ୍ତାନ ଭାମିକାଙ୍କ ଜନ୍ମ ପରେ ଅନୁଷ୍କା ଶର୍ମା ଫିଲ୍ମ ଦୁନିଆରୁ ବ୍ରେକ୍‌ ନେଇଥିଲେ । ଚଳିତବର୍ଷ ଏହି ସେଲିବ୍ରିଟି ଦମ୍ପତିଙ୍କ ଏକ ଶିଶୁପୁତ୍ର ଜନ୍ମ ନେଇଛି ।  ପୁଅର ନାଁ ଅକାୟ ରଖିଛନ୍ତି ବିରୁଷ୍କା । 

  

  • virat kohli
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.