ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପ୍‌ ଷ୍ଟୋରରୁ ୩ଟି ଆପ୍‌ ହଟାଇଲା ଆପ୍ପଲ, AI ସାହାଯ୍ୟରେ କରୁଥିଲେ ନ୍ୟୁଡ୍‌ ଫଟୋ

ନୂଆଦିଲ୍ଲୀ- ନିକଟରେ ହୁୱାୱେ ଫୋନ୍‌ରେ ଏଆଇ ଫିଚର ଦ୍ୱାରା ପୋଷାକ ହଟେଇବା ଖବର ଆସିବାର କିଛି ଦିନ ପରେ , ଆପ୍ପଲ ସମ୍ୱନ୍ଧରେ ମଧ୍ୟ ଏମିତି ଖବର (୪୦୪ ମିଡ଼ିଆ ମାଧ୍ୟମରେ) ସାମ୍ନାକୁ ଆସିଛି। ରିପୋର୍ଟ ମୁତାବିକ, ଆପ୍ପଲ କଥିତ ଭାବେ ଆପ୍‌ ଷ୍ଟୋରରୁ ୩ଟି ଆପ୍‌ ହଟାଇ ଦେଇଛି, ଯାହାକୁ ଆର୍ଟ ଜେନରେଟର  ଭାବେ ଆଡଭର୍ଟାଇଜ୍‌ କରାଯାଇଛି , କିନ୍ତୁ ଇନଷ୍ଟାଗ୍ରାମ୍‌ ଓ ଆଡଲ୍ଟ ସାଇଟ୍ସରେ ଏହି ଆପ୍ସ ନିଜକୁ ପ୍ରମୋଟ କରି ଏହି ଦାବି କରିଥିଲା କି ସେ ‘ କୌଣସି ବି ଯୁବତୀର ମାଗଣାରେ ପୋଷାକ ହଟେଇ ପାରିବ। ‘

ଏଆଇରେ ତିଆରି କରୁଥିଲେ ଅଶ୍ଳୀଳ ଫଟୋ –

ଉଲ୍ଲେଖନୀୟ ଯେ , ଏହି ଆପ୍ସ ପୋଷାକ ପିନ୍ଧିବା ବ୍ୟକ୍ତିଙ୍କ ଫେକ୍‌ ନ୍ୟୁଡ୍‌ ଇମେଜ୍‌ ତିଆରି କରିବା ପାଇଁ ଏଆଇର ବ୍ୟବହାର କରିଥାଏ। ହେଲେ ଫଟୋ ବାସ୍ତବିକ ନ୍ୟୁଡିଟିକୁ ଚିତ୍ରିତ କରେ ନାହିଁ , କିନ୍ତୁ ଏହି ଆପ୍‌ ଏମିତି ଫଟୋ ତିଆରି କରିପାରେ , ଯାହାର ବ୍ୟବହାର ହାରାସମେଣ୍ଟ , ବ୍ଲାକମେଲିଂ ଓ ପ୍ରାଇଭେସିର ଉଲ୍ଲଙ୍ଘନ କରିବାକୁ କରାଯାଇ ପାରେ। 

ଧ୍ୟାନ ଦେବାର କଥା ଏହାକି, ଆପ୍ପଲର ପ୍ରତିକ୍ରିୟା ୪୦୪ ମିଡ଼ିଆ ଦ୍ୱାରା ଆପ୍ସ ଓ ତାଙ୍କର ବିଜ୍ଞାପନର ଲିଙ୍କ୍‌ ସେୟାର କରିବା ପରେ ଆସିଛି। ଆଶ୍ଚର୍ଯ୍ୟକର କଥା ଏହା କି, ଏହି ଆପ୍‌ ୨୦୨୨ରୁ ଆପ୍‌ ଷ୍ଟୋରରେ ଉପଲବ୍ଧ ରହିଛି, ଯାହା ଆଡଲ୍ଟ ସାଇଟ୍ସରେ  “ଅନଡ୍ରେସ୍‌” ଫିଚରର ବିଜ୍ଞାପନ କରିଥାଏ। ରିପୋର୍ଟ ଏହା ବି କହେ କି, ଏହି ଆପ୍ସକୁ ଆରମ୍ଭରେ ଆପ୍‌ ଷ୍ଟୋରରେ ରହିବାର ଅନୁମତି ଦିଆଯାଇ ଥିଲା, ସେ ଆଡଲ୍ଟ ସାଇଟ୍ସରେ ବିଜ୍ଞାପନ ହଟାଇ ଦେଉଥିଲେ। ହେଲେ ସେଥିରୁ ଗୋଟିଏ ଆପ୍‌ ୨୦୨୪ ଯାଏ ବିଜ୍ଞାପନ ଚଲାଇଲା, ଯାହା ପରେ ଗୁଗଲ ଏହାକୁ ନିଜର ପ୍ଲେ ଷ୍ଟୋରରୁ ହଟେଇ ଦେଇଥିଲା।

ଶେଷରେ  ଆପ୍ପଲ ଏବେ ଏହାକୁ ଆପ୍‌ ଷ୍ଟୋରରୁ ହଟେଇବାକୁ ନିଷ୍ପତ୍ତି ନେଇ ସାରିଛି। ହେଲେ ଆପ୍‌ ଷ୍ଟୋର ମଡରେସନର ଖିଲାପି ମନୋବୃତ୍ତି  ଓ ଡେଭଲପର୍ସ ଦ୍ୱାରା ତ୍ରୁଟିର ଫାଇଦା ଉଠାଇବାର କ୍ଷମତାକୁ ଦେଖିବାକୁ ନେଇ ଏହା ଚିନ୍ତାଜନକ ପାଲଟିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.