ବାଲେଶ୍ୱର, ୦୫/୦୩: ଭାରତ ପକ୍ଷରୁ ସଫଳତାର ସହ ଫେଜ୍-୨ ଲମ୍ବା ଦୂରଗାମୀ ହାଇପରସୋନିକ୍ ଆଣ୍ଟିଶିପ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଚାନ୍ଦିପୁର ଡିଆରଡିଓ ଅଧୀନରେ ଥିବା ଡ. ଏପିଜେ ଅବଦୁଲ କଲାମ ଦୀପରୁ ଗତ ଶୁକ୍ରବାର ଏହି ପରୀକ୍ଷଣ ହୋଇଥିଲା । ଏହି ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ନୂଆ ମାଇଲ ଖମ୍ବ ହାସଲ କରିଛି ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରଟିରେ ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି । ଉକ୍ତ କ୍ଷେପଣାସ୍ତ୍ରଟି ଦୁଇଟି ପର୍ଯ୍ୟାୟରେ ହାଇପରସୋନିକ୍ ଗ୍ଲାଇଡ୍ ଯାନ ଡିଜାଇନ୍‌ରେ ନିର୍ମାଣ କରାଯାଇଛି । ପରବର୍ତ୍ତୀ ପିଢ଼ିରେ ହେବାକୁ ଥିବା ଆକ୍ରମଣ ଘଟଣାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଉକ୍ତ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧,୫୦୦ କିମି ଥିବାବେଳେ ଏହା ପରୀକ୍ଷଣ ସମୟରେ ପ୍ରଭାବୀ ସଫଳତା ହାସଲ କରିଥିଲା । ଏହି ସଫଳତା ସହ ଆଗାମୀ ଦିନରେ ଉକ୍ତ କ୍ଷେପଣାସ୍ତ୍ର ସାମୁଦ୍ରିକ ପ୍ରତିରକ୍ଷାକୁ ଅଧିକ ସୁରକ୍ଷିତ କରିବ ବୋଲି ଆଶା କରାଯାଉଛି ।

ପ୍ରତିରକ୍ଷା ବିଭାଗର ସୂଚନା ମୁତାବକ, ପରୀକ୍ଷଣ ସମୟରେ ଉକ୍ତ କ୍ଷେପଣାସ୍ତ୍ରଟି ଉନ୍ନତ ଟର୍ମିନାଲ୍ ମାର୍ଗଦର୍ଶନ ସଠିକତାକୁ ନିଶ୍ଚିତ କରିଥିଲା । ଏକ ଉଚ୍ଚ-ବେଗ ପଥ ଅନୁସରଣ କରି ସିଧାସଳଖ ନିଜ ଟାର୍ଗେଟ୍‌କୁ ହିଟ୍ କରିଥିଲା । କେବଳ ଏତିକି ନୁହେଁ³ ପୂର୍ବ ନିର୍ଦ୍ଧାରିତ ସମସ୍ତ ବୈଷୟିକ ପାରାମିଟରଗୁଡ଼ିକୁ ମଧ୍ୟ ପୂରଣ କରିଥିଲା । ଏହି କ୍ଷେପଣାସ୍ତ୍ରକୁ ଏମିତି ବିକଶିତ କରାଯାଇଛି³ ଯାହା ଭାରତୀୟ ନୌସେନାର ଉପକୂଳ ପ୍ରତିରକ୍ଷା ଆବଶ୍ୟକତାକୁ ପୂରଣ କରିପାରିବ । ଏହି କ୍ଷେପଣାସ୍ତ୍ର ଏକ ହାଇପରସୋନିକ୍ ବା ଅତି ତ୍ରୀବ ଗତି ଯାନ ଭାବରେ କାର୍ଯ୍ୟ କରେ । ଏହା ପ୍ରାୟ ଶବ୍ଦର ଗତିଠାରୁ ହାରାହାରି ୫ ମ୍ୟାକ୍ ବେଗରେ ଗତି କରେ । କମ୍ ଉଚ୍ଚତାରେ ଏହା ଉଡ଼ିବା ସହ ଶତ୍ରୁ ରାଡାର ସିଷ୍ଟମ ଦ୍ୱାରା ଚିହ୍ନଟ କରିଥାଏ।

ଅଧିକ ପଢ଼ନ୍ତୁ :- ମହଙ୍ଗା ହେଲା ଓମ୍ଫେଡ୍ କ୍ଷୀର ଦର, ଏଣିକି ଲିଟର ପ୍ରତି ଅଧିକ ୪ଟଙ୍କା ଗଣିବେ ଗ୍ରାହକ