ନୂଆଦିଲ୍ଲୀ: ଦୁନିଆରେ ରକ୍ତ ସମ୍ପର୍କୀୟଙ୍କୁ ବିବାହ କରିବାରେ ଆଗରେ ପାକିସ୍ତାନ । ରକ୍ତ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିବାରେ ପାକିସ୍ତାନ ପ୍ରଥମ । ଦାଦା ଝିଅ, ମାମୁଁ ଝିଅ, ମାଉସୀ ଝିଅ, ପିଉସୀ ଝିଅଙ୍କ ସହ ନିଜ ଭଉଣୀଙ୍କୁ ମଧ୍ୟ ବିବାହ କରିଥାନ୍ତି । ଆମେରିକାର ପ୍ରତିଷ୍ଠିତ ସଂସ୍ଥା ‘ଓ୍ବାଲ୍ଡ ପପୁଲାର ରିଭ୍ୟୁ’ ୨୦୨୩ରେ ପ୍ରକାଶିତ ରିପୋର୍ଟରେ ବିଶ୍ବରେ ରକ୍ତ ସମ୍ପର୍କୀୟଙ୍କୁ ବିବାହ କରିବାରେ ପାକିସ୍ତାନ ପ୍ରଥମ । ପାକିସ୍ତାନରେ ୬୧.୨ ପ୍ରତିଶତ ଲୋକ ଏଭଳି ବିବାହ କରିଛନ୍ତି । ଯାହାକି ଏବେ ଏକ ଚିନ୍ତାର ବିଷୟ ପାଲଟିଛି ।
ରକ୍ତ ସମ୍ପର୍କୀୟ ଏବଂ ଭଉଣୀଙ୍କୁ ବିବାହ କରିବା ଦ୍ବାରା ପରବର୍ତ୍ତୀ ପିଢ଼ି ପାଇଁ ଅତ୍ୟନ୍ତ ବିପଦଜନକ ହେବାକୁ ଯାଉଛି । ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଅନେକ ଜୀବନ ଘାତକ ରୋଗ ହେବାର ଆଶଙ୍କା ରହିଛି । ଏହାସହ ଗବେଷଣାରୁ ଜଣାପଡ଼ିଛି କି, ୩୪ ହଜାର ଲୋକ ‘ହ୍ୟୁମାନ ନକଆଉଟ’ର ଶିକାର ହୋଇଛନ୍ତି । ଯାହାଦ୍ବାରା ଗୋଟିଏ ଜିନ୍ କାମ କରିବା ବନ୍ଦ କରିଦିଏ ଏବଂ ଏହା ସ୍ବାସ୍ଥ୍ୟ ଉପରେ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇଥାଏ ।
ହ୍ୟୁମାନ ନକଆଉଟ୍ କ’ଣ ?
ବିଜ୍ଞାନ ଭାଷାରେ କହିବାକୁ ଗଲେ ଯେତେବେଳେ ଶରୀରର କୌଣସି ଖାସ୍ ଜିନ୍ ସମ୍ପୂର୍ଣ୍ଣଭାବେ ନିଷ୍କ୍ରିୟ ହୋଇଯାଏ କିମ୍ବା ଗାଏବ ହୋଇଯାଏ ଏହାକୁ ହ୍ୟୁମାନ ନକଆଉଟ୍ କୁହାଯାଏ । ସାଧାରଣତଃ ମାଆ ଏବଂ ବାପାଙ୍କର ଦୁଇଟି ଜିନ୍ ସମସ୍ତଙ୍କ ପାଖରେ ରହିଥାଏ । ମାତ୍ର ରକ୍ତ ସମ୍ପର୍କୀୟଙ୍କ ସହ ବିବାହ କରିବା ଦ୍ବାରା ଅନେକଙ୍କ କ୍ଷେତ୍ରରେ ଗୋଟିଏ ଜିନ୍ ଗାଏବ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ଯାହାକି ଭବିଷ୍ୟତରେ ଅଧିକ ବଢ଼ିବାକୁ ଯାଉଥିବାବେଳେ ପାକିସ୍ତାନ ପାଇଁ ଏହା ଚିନ୍ତାର ବିଷୟ ।
ଏହାସହ ପଢ଼ନ୍ତୁ : Saayoni Ghosh: ସାୟୋନୀଙ୍କୁ ସଞ୍ଜୟଙ୍କ ସମାଲୋଚନା: ‘ଯାହାକୁ କରୁଥିଲ ଗାଳି, ଏବେ କରିବ ଜୟଗାନ’