ୱାଶିଂଟନ : ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଚିଫ୍ ତୁଳସୀ ଗବାର୍ଡ ନିଜର କାର୍ଯ୍ୟକାଳର ଶେଷ ଦିନ ଗୁରୁବାର (୧୮ଜୁନ) ଏକ ଏମିତି ଧମାକା ସୃଷ୍ଟି କରିଛନ୍ତି, ଯାହାକି ପୂରା ଦୁନିଆକୁ ଦୋହଲାଇ ଦେଇଛି। ପୁଣି ଆଉ ଥରେ କରୋନା ଭାଇରସ ବିଷୟରେ ଆଲୋଚନା ଆରମ୍ଭ ହୋଇଛି ଗବାର୍ଡ କହିଛନ୍ତି ଯେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୂର୍ବତନ ଚିଫ୍ ମେଡିକାଲ ଆଡଭାଇଜର ଏନ୍ଥନୀ ଫାଉଚୀ ଚୀନର ଉହାନରେ ସେହି ରିସର୍ଚ୍ଚ ଲ୍ୟାବକୁ ପାଣ୍ଠି ଯୋଗାଇ ଥିଲେ,ଯେଉଁଠାରୁ କରୋନା ଭାଇରସ ବ୍ୟାପି ଥିଲା। ଏମିତି ବିଶ୍ୱାସ କରାଯାଏ ଯେ, ଉକ୍ତ ଲ୍ୟାବରୁ କୋଭିଡ-୧୯ ମହାମାରୀ ବ୍ୟାପି ଥିଲା। ଗବାର୍ଡ ନିଜର କାର୍ଯ୍ୟକାଳର ଶେଷ ଦିନ କେବେ ଦେଖା ଯାଇ ନଥିଲା ସେହି ଗୁପ୍ତ ଡକ୍ୟୁମେଣ୍ଟକୁ ସାର୍ବଜନିକ କରି ଦେଇଛନ୍ତି, ଯାହାକି ସିଧାସଳଖ ଜୋ ବାଇଡେନଙ୍କ ପୂର୍ବତନ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡାକ୍ତର ଏନ୍ଥନି ଫାଉଚୀଙ୍କୁ କାଠଗଡ଼ାରେ ଠିଆ କରାଇ ଦେଇଛି।
କହି ରଖୁଛୁ କି , ଫାଉଚୀ ୨୦୨୦ ର ଆରମ୍ଭରେ ଆମେରିକାରେ କୋଭିଡ୍ ଭାଇରସର ସଂକ୍ରମଣ ବେଳେ ବାଇଡେନ ସରକାଙ୍କର କୋଭିଡ ରଣନୀତିର ନେତୃତ୍ୱ ନେଇଥିଲେ। ତୁଳସୀ ଗବାର୍ଡଙ୍କ ଦ୍ୱାରା ଜାରି ଡକ୍ୟୁମେଣ୍ଟ ଅନୁସାରେ , ଏନ୍ଥନୀ ଫାଉଚୀ ଆମେରିକୀୟ ଟାକ୍ସପେୟର୍ସଙ୍କ ଲକ୍ଷ ଲକ୍ଷ ଡଲାର ଚୀନର ସେହି ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାୟରୋଲଜିକ ଦେଇଥିଲେ, ଯାହାକୁ କରୋନା ମହାମାରୀର କେନ୍ଦ୍ର ଭାବେ କୁହାଯାଏ। ଗୁପ୍ତ ଡକ୍ୟୁମେଣ୍ଟ ଅନୁସାରେ , ଫାଉଚୀ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାୟରୋଲଜି (ଡବ୍ଲ୍ୟୁଆଇଭି)ରେ ବାଦୁଡି କରୋନା ଭାଇରସ ଉପରେ ବିପଜ୍ଜନକ ଗେନ-ଅଫ୍- ଫକ୍ସନ ରିସର୍ଚ୍ଚ ପାଇଁ ଏହି ଫଣ୍ଡ ଦେଇ ଥିଲେ।
ତୁଳସୀ ଗବାର୍ଡ ଫାଉଚୀଙ୍କ ଉପରେ ସିଧାସଳଖ ଆକ୍ଷେପ କରି କହିଥିଲେ , ସେ ହିଁ ୨୦୨୪ମସିହାରେ ଆମେରିକୀୟ କଂଗ୍ରେସ (ସଂସଦ) ସମ୍ମୁଖରେ ଶପଥ ନେଇ ମିଛ କହି ଥିଲେ। ଗବାର୍ଡଙ୍କ ଅଭିଯୋଗ ଯେ, ଫାଉଚୀ ଇଣ୍ଟେଲିଜେନ୍ସ କମ୍ୟୁନିଟି ସହ ମିଶି ଲ୍ୟାବ୍-ଲିକର ପ୍ରମାଣକୁ ଚାପି ଦେଇଥିଲେ ଏବଂ ଦୁନିଆ ସାମ୍ନାରେ ଭାଇରସର ପ୍ରାକୃତିକ ଉତ୍ପତ୍ତିର ନକଲି ତଥ୍ୟ ପ୍ରଦାନ କରିଥିଲେ , ଯାହାକି ତାଙ୍କ ଦ୍ୱାରା ଫଣ୍ଡିଂ କରାଯାଇ ଥିବା ବିପଜ୍ଜନକ ରିସର୍ଚ୍ଚ ଲୁଚି ରହିଥିଲା।
ଗବାର୍ଡଙ୍କ ଅଫିସ ଏକ ବିବୃତ୍ତିରେ କହିଛି , ଫାଉଚୀ ‘ଭାଇରସର ଲ୍ୟାବ୍-ଲିକ୍ ବ୍ୟାପିବାର ସତକୁ ଲୁଚାଇବା ପାଇଁ ରାଜନୀତିରେ ପ୍ରେରିତ ଅଧିକାରୀଙ୍କ ସହ ମିଶି କାମ କରିଥିଲେ।’
ଆହୁରି ମଧ୍ୟ ପଢନ୍ତୁ : AI RISKS : AI ଉପରୁ ନିଜର ନିୟନ୍ତ୍ରଣ ହରାଇବେ କି ମଣିଷ ମାନେ ? ଭୟଭୀତ ନିର୍ମାତାମାନେ !