ପ୍ରମୂଖ ଖବର
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ଜନଗଣନା ନେଇ ଆଜି ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି, ପ୍ରଥମ ଥର ସାମିଲ ହେବ ଜାତି ଭିତିକ ଜନଗଣନା
  • ||
  • ମେଗା ନିଯୁକ୍ତି ମେଳା: ଆଜି ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ଷୋଡ଼ଶ ଜନଗଣନାର ପ୍ରସ୍ତୁତି ସମୀକ୍ଷା କଲେ ଶାହ, ଆଜି ଆସିବ ଜନଗଣନା ଗେଜେଟ ବିଜ୍ଞପ୍ତି
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଦୁର୍ଘଟଣାରେ ଭାଇକୁ ହରାଇଲା ସାନ ଭଉଣୀ, ବାପା- ମାଆ ଦାଦନ ଖଟିବାକୁ ଯାଇଛନ୍ତି ମହାରାଷ୍ଟ୍ର

Published By : Suraj Kumar | June 15, 2025 10:51 PM

ଭବାନୀପାଟଣା,୧୫।୬: କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭବାନୀପାଟଣା-କେସିଙ୍ଗା ୨୬ନଂ ଜାତୀୟ ରାଜପଥସ୍ଥିତ ପାଷ୍ଟିକୁଡି-ବେଲାମାଲ ବୁଳାଣିରେ ଟ୍ରକ୍ ଚାପାରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ପାଷ୍ଟିକୁଡି ପଂଚାୟତ ଠେମରା ଗ୍ରାମର ତୁଳସୀ ମେହେର(୨୦) । 

ରବିବାର  ଗୋଟାଏ ସମୟରେ ଯୁବକ ଜଣକ ବାଇକରେ ଭବାନୀପାଟଣା ଠାରୁ ନିଜ ଗାଁକୁ ଫେରୁଥିଲେ । ବେଳାମାଲ ବୁଲାଣି ନିକଟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ବାଇକ୍ ଉପରକୁ ମାଡ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତୁଳସୀଙ୍କ ମୃତ୍ୟୁ ହୋଇଥିଲା । ଭବାନୀପାଟଣା ସଦର ପୁଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଥିଲା । ଭବାନୀପାଟଣା ସହୀଦ ରେଣ୍ଡୋ ମାଝୀ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ସଂପର୍କିୟଙ୍କୁ ମରଶୀରର ହସ୍ତାନ୍ତର କରାଯାଇଛି । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି।

ମୃତକଙ୍କ ସମ୍ପର୍କୀୟମାନଙ୍କ କହିବା ଅନୁସାରେ ତୁଳସୀ ଓ ତାଙ୍କ ସାନ ଭଉଣୀ ଦୁହେଁ ଗାଁରେ ରହୁଥିଲେ । ତାଙ୍କ ବାପା ମାଆ ମହାରାଷ୍ଟ୍ରକୁ ରହି କାମ କରୁଛନ୍ତି । ତୁଳସୀଙ୍କ ମୃତ୍ୟୁ ପରେ ତାଙ୍କ ସାନ ଭଉଣୀ ଏକା ପଡିଯାଇଛନ୍ତି । ତୁଳସୀଙ୍କ ମୃତ୍ୟୁରେ ଗାଁ ସ୍ତବ୍ଦ ହୋଇଯାଇଛି । 

ମିଳିଥିବା ତଥ୍ୟ ଅନୁସାରେ ଗତ ୨୦୨୨ ରୁ ବର୍ତ୍ତମାନ ସୁଦ୍ଧା ଭବାନୀପାଟ-କେସିଙ୍ଗା ନ୍‌ଏଚ୍‌ର କେବଳ ବେଲାମାଲ ବୁଲାଣି ସ୍ଥାନରେ ୫୪ଟି ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏହି ସଡ଼କ ଦୁର୍ଘଟଣାଗୁଡ଼ିକରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଗୁରୁତର ହୋଇଛନ୍ତି । ଏହା ସରକାରୀ ତଥ୍ୟ କହୁଛି । ମାତ୍ର ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରତି ଦିନ ଛୋଟବଡ଼ ଦୁର୍ଘଟଣା ସେହି ସମାନ୍ ସ୍ଥାନରେ ହେଉଥିବା ଦେଖାଯାଉଛି । ପୁର୍ବରୁ ଏହି ସ୍ଥାନଟିକୁ କଳାହାଣ୍ଡି ଜିଲ୍ଲାପ୍ରଶାସନ ତଥା ଜିଲ୍ଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ବ୍ଲାକ୍ ସ୍ପଟ୍ ବୋଲି ଚିହ୍ନଟ କରାଯାଇଥିଲା । ସଡ଼କ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଏନ୍‌ଏଚ୍ , ପୂର୍ତ୍ତ ବିଭାଗ ଓ ଅଞ୍ଚଳିକ ପରିବହନ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସାଧାରଣ ସିଗ୍ନାଲ୍ କିମ୍ବା ବ୍ଲାକ୍ ସ୍ପଟ୍ ବୋଲି ବୋର୍ଡ ଟିଏ ମଧ୍ୟ ସଂଯୋଗ ହୋଇପାରିଲା ନାହିଁ । ଯାହାକି ଏବେ ମରଣଯନ୍ତା ପାଲଟିଛି । ଏହି ସ୍ଥାନରେ ରାସ୍ତା ନିର୍ମାଣରେ ତୃଟି ରହିଥିବା କୁହାଯାଉଛି । ଅଧିକ ଚିକ୍କଣ ଓ ବୁଲାଣି ଥିବାରୁ ଦୃତଗତିରେ ଯାତାୟତ ଯାନବାହାନ ପ୍ରାୟତଃ ଭାରସାମ୍ୟ ହରାଉଥିବା କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.