ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଯବାନଙ୍କୁ ମାଓବାଦୀଙ୍କ ଟାର୍ଗେଟ , ପୋତାଯାଇଥିବା ବୋତଲ ପ୍ରେସର ବୋମା ଉଦ୍ଧାର

Published By : Suraj Kumar | January 30, 2025 11:18 PM

ମାଲକାନଗିରି, ୩୦/୧(ଆପ୍ର ) :  ମାଓବାଦୀଙ୍କ ବିସ୍ଫୋରଣର ନୂଆ ତରିକା । ଯବାନଙ୍କୁ ଟାର୍ଗେଟ କରି ପୋତିଥିବା  ବୋତଲ ପ୍ରେସର ବୋମା  ଉଦ୍ଧାର। ଏଥି ସହିତ ବୋମାକୁ ନିଷ୍କ୍ରିୟ କରି ମାଓବାଦୀଙ୍କ ବିସ୍ପୋରଣ ଯୋଜନାକୁ ଭଣ୍ଡୁର କରିଦେଇଛନ୍ତି ଯବାନ ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ଦିନନକୁ ଦିନ ମାଓବାଦୀଙ୍କ ହିଂସା କାଣ୍ଡ ଥମିବାର ନା ଧରୁନାହିଁ। ଏବେ ବିସ୍ପୋରଣର ନୂଆ ତରିକାକୁ ଆପଣେଇଛନ୍ତି ମାଓବାଦୀ ।  ଯବାନଙ୍କୁ ଟାର୍ଗେଟ  କରି ଲ୍ୟାଣ୍ଡ ମାଇନ, ପ୍ରେସର ବମ ମାଓବାଦୀ ମାନେ ଖଞ୍ଜୁଥିବା ବେଳେ ଯବାନ ମାନେ ମେଟାଲ ଡିଟେକ୍ଟର ଦ୍ୱାରା ଠାବ କରି ତାହାକୁ ନଷ୍ଟ କରିଦେଉଛନ୍ତି। ଯେପରି ମେଟାଲ ଡିଟେକ୍ଟର ଠାବ ନ କରିପାରିବ ସେ ନେଇ ମାଓବାଦୀମାନେ ଏବେ ଅଭିନବ ଉପାୟରେ ବିସ୍ପୋରଣ ପାଇଁ ଯୋଜନା ପ୍ରସ୍ତୁତି ଚଲାଇଛନ୍ତି।  ସୀମାନ୍ତ ବିଜାପୁର ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ କିଛି କାଚ ବୋତଲରେ ନିର୍ମିତ ପ୍ରେସର ବୋମା ଜବତ  କରିଛନ୍ତି । କାଚ ବୋତଲ ଭିତରେ ବିସ୍ଫୋରକ ସାମଗ୍ରୀ, ଲୁହାକଣ୍ଟା  ପୁରାଇ ବୋମା ପ୍ରସ୍ତୁତ କରି ଯବାନବମାନଙ୍କ ଚଳ ପ୍ରଚଳ ରାସ୍ତାରେ  ମାଓବାଦୀ   ପୋତି  ଦେଇଥିଲେ। ତଥାପି ଯବାନମାନେ  ଏହି ବୋତଲ ପ୍ରେସର ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.