ମାଲକାନଗିରି, ୩୦/୧(ଆପ୍ର ) :  ମାଓବାଦୀଙ୍କ ବିସ୍ଫୋରଣର ନୂଆ ତରିକା । ଯବାନଙ୍କୁ ଟାର୍ଗେଟ କରି ପୋତିଥିବା  ବୋତଲ ପ୍ରେସର ବୋମା  ଉଦ୍ଧାର। ଏଥି ସହିତ ବୋମାକୁ ନିଷ୍କ୍ରିୟ କରି ମାଓବାଦୀଙ୍କ ବିସ୍ପୋରଣ ଯୋଜନାକୁ ଭଣ୍ଡୁର କରିଦେଇଛନ୍ତି ଯବାନ ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ଦିନନକୁ ଦିନ ମାଓବାଦୀଙ୍କ ହିଂସା କାଣ୍ଡ ଥମିବାର ନା ଧରୁନାହିଁ। ଏବେ ବିସ୍ପୋରଣର ନୂଆ ତରିକାକୁ ଆପଣେଇଛନ୍ତି ମାଓବାଦୀ ।  ଯବାନଙ୍କୁ ଟାର୍ଗେଟ  କରି ଲ୍ୟାଣ୍ଡ ମାଇନ, ପ୍ରେସର ବମ ମାଓବାଦୀ ମାନେ ଖଞ୍ଜୁଥିବା ବେଳେ ଯବାନ ମାନେ ମେଟାଲ ଡିଟେକ୍ଟର ଦ୍ୱାରା ଠାବ କରି ତାହାକୁ ନଷ୍ଟ କରିଦେଉଛନ୍ତି। ଯେପରି ମେଟାଲ ଡିଟେକ୍ଟର ଠାବ ନ କରିପାରିବ ସେ ନେଇ ମାଓବାଦୀମାନେ ଏବେ ଅଭିନବ ଉପାୟରେ ବିସ୍ପୋରଣ ପାଇଁ ଯୋଜନା ପ୍ରସ୍ତୁତି ଚଲାଇଛନ୍ତି।  ସୀମାନ୍ତ ବିଜାପୁର ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ କିଛି କାଚ ବୋତଲରେ ନିର୍ମିତ ପ୍ରେସର ବୋମା ଜବତ  କରିଛନ୍ତି । କାଚ ବୋତଲ ଭିତରେ ବିସ୍ଫୋରକ ସାମଗ୍ରୀ, ଲୁହାକଣ୍ଟା  ପୁରାଇ ବୋମା ପ୍ରସ୍ତୁତ କରି ଯବାନବମାନଙ୍କ ଚଳ ପ୍ରଚଳ ରାସ୍ତାରେ  ମାଓବାଦୀ   ପୋତି  ଦେଇଥିଲେ। ତଥାପି ଯବାନମାନେ  ଏହି ବୋତଲ ପ୍ରେସର ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି।