ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ସବୁ ରେକର୍ଡ ଭାଙ୍ଗିଲା ‘ବୋଉ ବୁଟୁ ଭୂତ', ୧୧ ଦିନରେ ଆୟ ୧୦ କୋଟି ଟପିଲା

Published By : Krishna Priya | June 24, 2025 7:41 AM

ଭୁବନେଶ୍ୱର ୨୪/୦୬: ବକ୍ସ ଅଫିସ୍‌ରେ ବାବୁସାନ୍‌ଙ୍କ ରାଜ୍‌ । କ୍ରମାଗତ ଭାବେ ‘ଦମନ', ‘ପାବାର୍‌' ପରେ ଏବେ ‘ବୋଉ ବୁଟୁ ଭୂତ'ର ଅବିଶ୍ୱସନୀୟ ସଫଳତା । ବକ୍ସ ଅଫିସ୍‌ରେ ସବୁ ରେକର୍ଡ ଭାଙ୍ଗି ବ୍ଲକ୍‌ବଷ୍ଟର୍‌ ସୁପର୍‌ହିଟ୍‌ ସହ ଇତିହାସ ରଚିଛି । ୧୧ ଦିନରେ ଆୟ ୧୦ କୋଟି ଟପିଛି । ଯାହା ସୁପର୍‌ଷ୍ଟାର୍‌ ବାବୁସାନ୍‌ଙ୍କୁ ‘ବକ୍ସ ଅଫିସ୍‌ କିଙ୍ଗ'ର ମାନ୍ୟତା ଦେଇଛି । ରଜ ଅବସରରେ ଜୁନ୍‌ ୧୨ରେ ମୁକ୍ତିଲାଭ କରିଥିଲା ବାବୁସାନ୍‌ଙ୍କ ଅଭିନୀତ ‘ବୋଉ ବୁଟୁ ଭୂତ' । ପ୍ରଥମ ଦିନ ୫୧.୨ ଲକ୍ଷ ଆୟ କରି ଏହା ଅନୁଭବଙ୍କ ‘କର୍ମ'ର ରେକର୍ଡକୁ ଭାଙ୍ଗିଥିଲା ଏବଂ ଓଡ଼ିଆ ସିନେମାରେ ଏତେ ଆୟ କରିବାର ଇତିହାସ ଲେଖିଥିଲା । ପରେ ‘ଦମନ'- ୭.୫ କୋଟି, ‘କର୍ମ’- ୬.୫୦ କୋଟି ଓ ‘ପାବାର୍‌’ - ୩.୫୦ କୋଟିରୁ ଅଧିକ ବେପାରର ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସ୍ଥାପନ କରିଛି । ଏମିତି ଗୋଟିଏ ପରେ ଗୋଟିଏ ସଫଳତାକୁ ଡେଇଁ ପ୍ରଥମ ସପ୍ତାହରେ ୭.୧୫ କୋଟିରେ ପହଞ୍ଚିଥିଲା । ୧୧ ଦିନରେ ୧୦ କୋଟିରୁ ଅଧିକ ଆୟ କରି ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ସର୍ବକାଳୀନ ରେକର୍ଡ ବା କୀର୍ତ୍ତିମାନ ସ୍ଥାପନ କରିଛି । 

ବଡ଼ କଥା ହେଲା, ରିଲିଜ୍‌ର ୧୨ ଦିନ ମଧ୍ୟରେ ‘ବୋଉ ବୁଟୁ ଭୂତ' ଓଡ଼ିଶାରେ ସର୍ବଭାରତୀୟସ୍ତରର ସିନେମା ‘ପଠାନ୍‌’ର ଲାଇଫ୍‌ ଟାଇମ୍‌ କଲେକ୍ସନ୍‌ (୧୦.୪୦ କୋଟି) କୁ ବି କାଟିବ । କାରଣ ୧୧ ଦିନରେ ଏହାର ଆୟ ୧୦.୩୬ କୋଟିରୁ ଅଧିକ ରହିଛି । ଆଗାମୀ ଦିନରେ ୧୫ କୋଟି ଟପିବାରେ ବି ପ୍ରଥମ ଓଡ଼ିଆ ସିନେମା ହୋଇପାରେ । ଏହା ହେଲେ ଓଡ଼ିଶାରେ ଆୟ କରିଥିବା ‘ଯବାନ'- ୧୪.୭୫ କୋଟି, ‘କେଜିଏଫ୍‌-୨' - ୧୫.୨୫ କୋଟି ଓ ‘ବାହୁବଳୀ-୨'- ୧୫.୫୦ କୋଟି ବଳି ବଡ଼ ବ୍ଲକ୍‌ବଷ୍ଟର୍‌ ସିନେମାକୁ ବି ପଛରେ ପକାଇ ଦେବେ । ଏହାପରେ ଓଡ଼ିଶାରେ ୨୨ କୋଟି କମେଇଥିବା ରେକର୍ଡ ହୋଲ୍ଡର୍‌ ‘ପୁଷ୍ପା-୨’ ସହ ଲଢ଼ିବ । ଏବେ ତ ଅମିର ଖାନ୍‌ଙ୍କ ଅଭିନୀତ ହିନ୍ଦୀ ସିନେମା ‘ସୀତାରେ ଜମିନ୍‌ ପର୍‌'କୁ ବି ପଛରେ ଛାଡ଼ି ଦେଇଛି ‘ବୋଉ ବୁଟୁ ଭୂତ' । 

ଓଡ଼ିଶା ତଥା ବାହାରେ ୯୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ୬୦୦ରୁ ଅଧିକ ଶୋ' ହାଉସ୍‌ଫୁଲ୍‌ ଯାଇଛି । ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ତେବେ ବେପାର ୧୦ କୋଟି ଟପିବା ପରେ ବାବୁସାନ୍‌ ସଫଳତାର ଶ୍ରେୟ ସମସ୍ତ ଓଡ଼ିଶାବାସୀ ଓ ଓଡ଼ିଆ ସିନେପ୍ରେମୀଙ୍କୁ ଦେଇଛନ୍ତି । ଏତେ ମାତ୍ରାରେ ଭଲପାଇବା ପାଇଁ ଦର୍ଶକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସିନେମା ସହ ଜଡ଼ିତ ପ୍ରତ୍ୟେକଙ୍କୁ ଶ୍ରେୟ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି । ଏହା ଆଗାମୀ ଦିନରେ ଭଲ ସିନେମା କରିବାକୁ ନିର୍ମାତାମାନଙ୍କୁ ସାହସ ଦେବ ଏବଂ ପ୍ରେରଣା ଯୋଗାଇବ ବୋଲି ବାବୁସାନ୍‌ କହିଛନ୍ତି । ଏହି ଅବସରରେ ଫିଲ୍ମର ଟ୍ରେଲର୍‌ ୨.୦କୁ ରିଲିଜ୍‌ କରି ପ୍ରତିଶ୍ରୁତି ଦେଇଛନ୍ତି କି, ଆଗକୁ ପ୍ରଯୋଜନା ସଂସ୍ଥା ବହୁତ ଭଲ ଭଲ ସିନେମା ଭେଟି ଦେବ । ତେବେ ରଥଯାତ୍ରା ଆସୁଛି । ଯେଉଁମାନେ ଏପର୍ଯ୍ୟନ୍ତ ‘ବୋଉ ବୁଟୁ ଭୂତ' ଦେଖିନାହାନ୍ତି, ସେମାନେ ଟିକଟ୍‌ ବୁକ୍‌ କରି ଶୀଘ୍ର ଦେଖନ୍ତୁ ଏବଂ ଆହୁରି ଭଲ ପାଇବା ଦେଇ ଚାଲନ୍ତୁ ବୋଲି ବାବୁସାନ୍‌ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.