ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୨୮ବର୍ଷ ପରେ ପୁଣିଥରେ ରିଲିଜ ହେବ ସନ୍ନି ଦେଓଲଙ୍କ ଏହି ଫିଲ୍ମ, ଜାଣନ୍ତୁ କେବେ...

Published By : Anindita Ratha | March 18, 2025 2:58 PM

ମୁମ୍ବାଇ,୧୮/୦୩: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ସନ୍ନି ଦେଓଲଙ୍କ ଅଭିନୀତ  ଫିଲ୍ମ 'ଜାଟ' । ଫିଲ୍ମ ସହ ଅଭିନେତା  ସାଉଥ ସିନେମାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରଟି ଏପ୍ରିଲ୍  ୨୦୨୫ରେ ମୁକ୍ତିଲାଭ କରିବ। ତେବେ ଫିଲ୍ମ ରିଲିଜ ପୂର୍ବରୁ ସନ୍ନି ଦେଓଲ ତାଙ୍କର ବ୍ଲକବ୍ଲଷ୍ଟର ଚଳଚ୍ଚିତ୍ର 'ଘାତକ' ସହ ପ୍ରେକ୍ଷାଳୟକୁ ଆସୁଛନ୍ତି । ପୁଣିଥରେ  ସନ୍ନି ଦେଓଲଙ୍କ ଫିଲ୍ମ 'ଘାତକ' ପ୍ରେକ୍ଷାଳୟରେ ଧମାକା କରିବାକୁ ଯାଉଛି। ଏନେଇ ଅଭିନେତା ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ- ଇବ୍ରାହିମଙ୍କ ପରେ ଡ଼େବ୍ୟୁ କରିଲେ ଆଶୀ ତ୍ରିପାଠୀ , ଭାବପ୍ରବଣ ହେଲେ ପଙ୍କଜ

ସନ୍ନି ଦେଓଲ 'ଘାତକ' ଫିଲ୍ମର ପୁନଃ ରିଲିଜ ତାରିଖ ପ୍ରକାଶ କରିଛନ୍ତି । ମାର୍ଚ୍ଚ ୨୧ରେ 'ଘାତକ' ପ୍ରେକ୍ଷାଳୟରେ ପୁନଃ ମୁକ୍ତିଲାଭ କରିବାକୁ ଯାଉଛି । ଏଥିସହ ପରଦିନ ମାର୍ଚ୍ଚ ୨୨ ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର 'ଜାଟ' ଟ୍ରେଲର ମୁକ୍ତିଲାଭ କରିବ । ଅଭିନେତା ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, 'ନିଜକୁ ପ୍ରସ୍ତୁତ କର, କାରଣ  କ୍ଲାସିକ୍ ଫିଲ୍ମ ଆସୁଛି, 'ଘାତକ' ପୁଣିଥରେ ରେଡ୍ ଲୋରୀ ଫିଲ୍ମ ଫେଷ୍ଟିଭାଲ୍ ପରଦାରେ ଆସୁଛି।ଫିଲ୍ମ ୨୧ମାର୍ଚ୍ଚରେ ବଡ ପରଦାରେ ଆସୁଛି ।' ଚଳଚ୍ଚିତ୍ର 'ଘାତକ'କୁ ରାଜକୁମାର ସନ୍ତୋଷୀ ନିର୍ଦ୍ଦେଶନା ଦେଇଥିଲେ । ଦିୱାଲୀ ଅବସରରେ ଏହି ଫିଲ୍ମ ୮ ନଭେମ୍ବର  ୧୯୯୬ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଆରଡି ବର୍ମନ, ଭାନରାଜ ଭାଟିଆ ଏବଂ ଅନୁ ମଲିକଙ୍କ ସଙ୍ଗୀତ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,  ୬.୨କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ 'ଘାତକ'ର ସାରା ବିଶ୍ୱରେ ୨୧.୭କୋଟି ଟଙ୍କା ଏବଂ ଭାରତରେ ୧୫.୨୪ କୋଟି ଟଙ୍କା କଲେକ୍ସନ କରାଯାଇଥିଲା । ଏହି ସିନେମାରେ ସନ୍ନି ଦେଓଲ କାଶୀ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ବିପରୀତ ମୀନାକ୍ଷୀ ଶେଶାଦ୍ରି ଥିଲେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.