ବୌଦ୍ଧ, ୧।୩ : ବୌଦ୍ଧ ସହରରେ ଅଭାବନୀୟ ଘଟଣା। ମହାନଦୀରେ ବୁଡି ନାବାଳକର ମୃତ୍ୟୁ। କୁଲିପଡ଼ା ଘାଟରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ଜଣକ ହେଲେ ବୌଦ୍ଧ ସହର ସୁଦସାହି ଅଞ୍ଚଳର ଆଦିତ୍ୟ ଭଞ୍ଜ।
ବୌଦ୍ଧ ସହର ସୁଦସାହି ଅଞ୍ଚଳର ସୁବୋଧ ଭଞ୍ଜଙ୍କ ପୁଅ ଆଦିତ୍ୟ ଭଞ୍ଜ ସାଙ୍ଗ ସହିତ କୁଲିପଡ଼ା ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଦିତ୍ୟ ନୂଆ କରି ପହଁରିବା ଶିଖିଥିଲେ। ଉତ୍ସାହରେ ସେ ନଦୀର ଗଭୀର ପାଣିକୁ ପ୍ରବେଶ କରିଥିଲେ। କିନ୍ତୁ ହଠାତ୍ ପାଣିର ସ୍ରୋତ ତାଙ୍କୁ ଭସାଇ ନେଇଥିଲା ଏବଂ ସେ ବୁଡି ଯାଇଥିଲେ। ସାଙ୍ଗ ଘଟଣାକୁ ଦେଖି ଭୟଭୀତ ହୋଇ ସହଯୋଗ ପାଇଁ ଦୌଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ତୁରନ୍ତ ଘାଟକୁ ପହଞ୍ଚିଥିଲେ ଓ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ଓଡ୍ରାଫ ଟିମ୍କୁ ଖବର ଦିଆଯାଇଥିଲା। ଓଡ୍ରାଫ ଟିମ୍ ନଦୀରୁ ଆଦିତ୍ୟ ମୃତଦେହ ଉଦ୍ଧାର କରିଥିଲେ।