ଅନୁଗୁଳ,୩୧/୮: ଅନୁଗୁଳ ବ୍ଲକ୍ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ନାବାଳକ ମୃତ ଅଭିଯୋଗ। ମୃତ ନାବାଳକ ଗାଁର ଅଶୋକ ସାହୁଙ୍କ ପୁଅ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ସକାଳେ ନାବାଳକ ଜଣକ ସାଙ୍ଗମାନଙ୍କ ସହିତ ଗାଁରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ପୋଖରୀରେ ବୁଡି ଯାଇଥିଲେ। ସାଙ୍ଗମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ବିଫଳ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ମୃତ ନାବାଳକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ପୁଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ ।