କଣ୍ଟାବାଞ୍ଜି,୧୧।୯ :  ତୁରେଇକେଲା ଥାନା ସମରସିଂ ଗାଁରେ ଜଣେ ନାବାଳକ ବିଷ ପିବୁଧବାର ରାତିରେ ଆତ୍ମହତ୍ୟା କରିଛି। ନାବାଳକ ଜଣକ ହେଲେ ବେଲପଡା ବ୍ଲକ ଧୂମାଭଟା ଗାଁର ରୁକ୍ମଣ ରାଉତ (୧୭)।

ତୁରେଇକେଲା ଥାନା ସମରସିଂ ଗାଁରେ ଥିବା ନିଜ ପିଉସୀ ଘରକୁ ରୁକ୍ମଣ ଆସିଥିଲେ ହେଲେ କୋଣସି କାରଣରୁ ସେ ସନ୍ଧ୍ୟାରେ ବିଷ ପିଦେଇଥିଲେ ପରେ ପିଉସୀ ଘର ଲୋକ ଜାଣିବା ପରେ ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ପ୍ରଥମେ ପ୍ରାଥମିକ ଚିକତ୍ସା କରିଥିଲେସ୍ୱାସ୍ଥ୍ୟ ଅବସ୍ଥାରେ କୋଣସି ଉନ୍ନତି ନଆସିବାରୁ ବଲାଙ୍ଗୀର ବଡ଼ ଡାକ୍ତରଖାନାକୁ ପଠେଇବା ପାଇଁ ବ୍ୟବସ୍ଥା କରାଯାଉଥିଲା।  କିନ୍ତୁ ତା ପୂର୍ବରୁ ରୁକ୍ମଣର ମୃତ୍ୟୁ ହୋଇଥିଲା ସେ କାହିଁକି ବିଷ ପିଇ ଦେଇଥିଲେ ତାହା ଜଣାପଡ଼ିନାହିଁ