ନୟାଗଡ, ୬।୫ : ମହୁ ଫେଣା ଭାଙ୍ଗିବା ହେଲା କାଳ। ପଥର ସନ୍ଧିରୁ ମହୁ ଫେଣା ଭାଙ୍ଗୁଥିବା ବେଳେ ଫସିଲେ ନାବାଳକ । ନୟାଗଡ଼ ବାଉଁଶଗାଡ଼ିଆ କାନିପଦା ଜଙ୍ଗଲରେ ଘଟିଛି ଅଘଟଣା। ଜଙ୍ଗଲରେ ଥିବା ପାହଡ଼ରେ ମହୁ ଫେଣା ଭାଙ୍ଗୁ ଥିବା ବେଳେ ମାଟି ଖସିଯିବାରୁ ପଥର ସନ୍ଧିରେ ଫସି ଯାଇଛନ୍ତି ନାବାଳକ । ପଥର ସନ୍ଧିରେ ସକାଳ ୭ଟାରୁ ଫସି ରହିଛନ୍ତି ନାବାଳକ । ୯ ଘଣ୍ଟା ହେଲା ପଥର ସନ୍ଧିରେ ଫସିଛି ଜୀବନ। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନାବାଳକକୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି । ପଥର ସନ୍ଧିରେ ଫସିଥିବା ନାବାଳକ ଜଣକ ହେ ନୟାଗଡ଼ ଓଡ଼ଗାଁ ରାଣୀପଡ଼ାର ଶିବ ପ୍ରଧାନ।
ନାବାଳକ ଉଦ୍ଧାର ପାଇଁ ଭୁବନେଶ୍ବର ଅଗ୍ନିଶମ ବିଭାଗର କମାଣ୍ଡ କଣ୍ଟ୍ରୋଲ ରୁମରୁ ମନିଟରିଂ କରାଯାଉଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ କର୍ମଚାରୀଙ୍କୁ ଭିସି ମାଧ୍ୟମରେ ଗାଇଡ କରୁଛନ୍ତି ବରିଷ୍ଠ ଅଧିକାରୀ। ସେପଟେ ପିଲାଠୁ ମାତ୍ର ଅଳ୍ପ ଦୂରରେ ରହିଛି ବିରାଟ ଅଜଗର । ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନାବାଳକଙ୍କ ସଂପର୍କୀୟ ସେଠାରେ ଉପସ୍ଥିତ ଅଛନ୍ତି । ସେହି ଜାଗାକୁ ଅନ୍ୟମାନେ କିପରି ନ ଯାଇପାରିବେ ପୋଲିସ ଘେରାବନ୍ଦୀ କରି ରଖିଛି ।