ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପୁରୁଷ ବନ୍ଧୁଙ୍କ ବ୍ଲାକମେଲିଂ ସହିପାରିଲେନି, ଜୀବନ ହାରିଲେ ଯୁବତୀ

Published By : Prameya | October 20, 2024 10:43 AM

ଭୁବନେଶ୍ୱର,୨୦/୧୦: ନାମୀ ସଂସ୍ଥାରେ ଚାକିରି କରାଇବା ବାହାନାରେ ଟଙ୍କା ମାଗୁଥିଲା । ଏମିତିକି ଫଟୋ ଭିଡିଓ ଭାଇରାଲ କରିଦେବାର ଧମକ ଦେଉଥିଲା । ପୁରୁଷ  ବନ୍ଧୁଙ୍କ ଏଭଳି ବ୍ଲାକମେଲିଂ ସହିପାରିଲେନି । ଶେଷରେ ଜୀବନ ହାରିଲେ । ୟୁନିଟ୍‌-୮ ଦେବରାୟ କଲେଜ ନିକଟରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।  

ମୃତକ ହେଲେ ୨୨ ବର୍ଷୀୟା ରଶ୍ମିତା ଦାସ । ସେ ଦେବରାୟ କଲେଜ ନିକଟରେ ଏକ ଭଡ଼ା ଘରେ ରହୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସେ ବେକରେ ଓଢ଼ଣି ଲଗାଇ ଝୁଲି ପଡିଥିଲେ । ନୂଆପଲ୍ଲୀ ଥାନା  ପୁଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ  ପଠାଇଛି । ପୁଲିସ ୬୦/୨୪ରେ ଏକ  ଅପମୃତ୍ୟୁ ମାମଲା ରୁଜୁ କରିଛି। 

ରଶ୍ମିତାଙ୍କ ଘର ଜଗତସିଂହପୁର କର୍ତ୍ତୋଲ ଗାଁରେ । ସେ ୬ ମାସ ତଳେ ଚାକିରି ସନ୍ଧାନରେ ରାଜଧାନୀକୁ ଆସିଥିଲେ । ଦେବରାୟ କଲେଜ ନିକଟରେ ଏକ ଘରେ ଭଡ଼ାସୂତ୍ରରେ ରହୁଥିଲେ । କିଛି ଦିନ ତଳେ ସେ ଏକ ଘରୋଇ ସଂସ୍ଥାରେ ଚାକିରି ପାଇଥିଲେ । ଉକ୍ତ ସଂସ୍ଥାରେ ସପ୍ତାହେ ଧରି ତାଙ୍କର ତାଲିମ୍‌ ଚାଲିଥିଲା । ଚାକିରି ଖବର ଶୁଣି ତାଙ୍କ ପରିବାର ଲୋକ ଖୁସି ଥିଲେ । ଗତକାଲି ସନ୍ଧ୍ୟାରେ ସେ ରୁମ୍‌କୁ ଭିତରପଟୁ କିଳି ଦେଇଥିଲେ । ରଶ୍ମିତାଙ୍କ ରୁମ୍‌ ପାଖରେ ରହୁଥିବା ଅନ୍ୟଜଣେ ଯୁବତୀ ରାତି ୧୧ଟା ବେଳେ ତାଙ୍କୁ ବାରମ୍ବାର ଡାକିଥିଲା । କିନ୍ତୁ ରଶ୍ମିତା କବାଟ ଖୋଲି ନଥିଲେ । ରାତି ୨ଟା  ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ  ଭାଙ୍ଗିଥିଲା । ରଶ୍ମିତାଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲା ।  ଶନିବାର ସକାଳେ ତାଙ୍କ ପରିବାର ଲୋକ ଆସିବା  ପରେ ମୃତଦେହକୁ ଖୋଲାଯାଇ କ୍ୟାପିଟାଲ  ହସ୍ପିଟାଲ ନିଆଯାଇଥିଲା ।  

ରଶ୍ମିତାଙ୍କ ପରିବାର ଲୋକଙ୍କ କହିବା  ମୁତାବକ, ଅଜିତ ଦାସ ନାମକ ଜଣେ ଯୁବକଙ୍କ ସହ ତାଙ୍କର ୪ ବର୍ଷ ଧରି ପ୍ରେମ ଚାଲିଥିଲା ।  ଅଜିତ ବେଙ୍ଗାଲୁରୁରେ ଚାକିରି କରୁଛନ୍ତି । ଅଧିକାଂଶ ସମୟରେ ସେ ନାନା ବାହାନାରେ ରଶ୍ମିତାଙ୍କୁ ହଜାର ହଜାର ଟଙ୍କା ମାଗୁଥିଲା । ରଶ୍ମିତାଙ୍କ ନୂଆ ଚାକିରିରେ ଖୁସି ନଥିଲା । ବରଂ ବେଙ୍ଗାଲୁରୁରେ ଭଲ ଜାଗାରେ ଚାକିରି  କରାଇବା ଲୋଭ ଦେଖାଇଥିଲା । ଏଥିପାଇଁ  ୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା । ରଶ୍ମିତାଙ୍କ ପରିବାର ଲୋକ ପୋଷ୍ଟାଲରେ ସଞ୍ଚିଥିବା  ୭୦ ହଜାର ଟଙ୍କା ଅଜିତକୁ ଦେଇଥିଲେ ।  ତଥାପି ବାରମ୍ବାର ବାକି ଟଙ୍କା ମାଗୁଥିଲା । ନହେଲେ, ଫଟୋ ଭିଡିଓ ଭାଇରାଲ କରିବାର  ଧମକ ଦେଉଥିଲା । ରଶ୍ମିତା ଏଥିପାଇଁ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। 

ସେପଟେ  ପୁଲିସ କହିଛି, ଅଭିଯୋଗ ମୁତାବକ ତଦନ୍ତ  ଚାଲିଛି । ମୃତକଙ୍କ ମୋବାଇଲ୍‌ ଫୋନ୍‌  ଓ ସୋସିଆଲମିଡିଆ ଆକାଉଣ୍ଟ ଯାଞ୍ଚ  କରାଯାଉଛି । ଯଦି କିଛି ପ୍ରମାଣ ମିଳେ, ଆତ୍ମହତ୍ୟା ପାଇଁ ଉସ୍‌କେଇବା ଦଫା ଲାଗିବ । ପୁରୁଷବନ୍ଧୁଙ୍କୁ ଜେରା ପାଇଁ ଡକାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.