ନୂଆଦିଲ୍ଲୀ,୨୭।୧୦:  ଭାରତ ଓ ରୁଷ ବ୍ରହ୍ମୋସ-୨ ହାଇପରସୋନିକ୍ ମିସାଇଲକୁ ମଞ୍ଜୁରୀ ଦେବା ଉପରେ ରହିଛି। ଏହା ଆଗାମୀ ପୀଢିର ମିସାଇଲ, ଯାହାକି ରୁଷ ପ୍ରୋପଲେସନ୍ (ଇଞ୍ଜିନ ଟେକ୍ନୋଲୋଜି) ଓ ଭାରତୀୟ ସେନ୍ସର ଓ ଇଲେକ୍ଟ୍ରୋନିକ୍ ଓ୍ବାରଫେୟାର ନିରୋଧି ଏଭିୟୋନିକ୍ସ (ଉଡାଣ ନିୟନ୍ତ୍ରଣ ସିଷ୍ଟମ)ର ମିଶ୍ରଣ। ଏହାର ରେଞ୍ଜ ୧୫୦୦ କିଲୋମିଟର ରହିଛି। ଏହାକୁ ସ୍ଥଳ ଭାଗ,ସମୁଦ୍ର ଓ ବୁଡା ଜାହାଜରୁ ଲଞ୍ଚିଂ କରିହେବ। କିନ୍ତୁ ଏହା କ’ଣ ଓ କିଭଳି କାମ କରେ ? ଏହାର ସ୍ପେସିଫିକେସନ୍‌ କ’ଣ ରହିଛି ? ତାହା ଜାଣିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ।

ବ୍ରହ୍ମୋସ-୨ ହେଉଛି ବ୍ରହ୍ମୋସର ଆଡଭାନ୍ସ ଭର୍ସନ, ଯାହା ଭାରତର ମିଳିତ ପ୍ରୋଜେକ୍ଟ। ବ୍ରହ୍ମୋସ-୧ ସୁପରସୋନିକ୍‌ (ଧ୍ବନୀଠାରୁ ଦ୍ରୁତ) ମିସାଇଲ, କିନ୍ତୁ ବ୍ରହ୍ମୋସ-୨ ହାଇପରସୋନିକ୍ (ଧ୍ବନୀଠାରୁ ୫ ଗୁଣା ଅଧିକ ଦ୍ରୁତ) ହେବ। ‘ହାଇପରସୋନିକ୍‌’ର ଅର୍ଥ ହେଉଛି ଏହା ଏତେ ଦ୍ରୁତ ଗତିରେ ଉଡିବ ଯେ, ଶତ୍ରୁର ରାଡାର କିମ୍ବା ମିସାଇଲ ଡିଫେନ୍ସ ସିଷ୍ଟମ ଏହାକୁ ରୋକି ପାରିବନି।

ଏହି ମିସାଇଲ ଶତ୍ରୁର ଗୁରୁତ୍ବପୂର୍ଣ୍ଣ ଠିକଣା, ଏୟାରବେସ୍‌, ବନ୍ଦର, କମାଣ୍ଡ ସେଣ୍ଟର ଉପରେ ଆକ୍ରମଣ କରିପାରେ। ରୁଷର ଇଞ୍ଜିନ ଏହାକୁ ଅଦ୍ଭୁତ ସ୍ପିଡ୍ ଦେବ, ସେଭଳି ଭାରତର ସେନ୍ସର(ସିକର) ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ଖୋଜି ପାରିବ। EW- ରୋଧି ଏଭିୟୋନିକ୍ସରୁ ଏହା ଶତ୍ରୁର ଜୋମିଂ (ସିଗନାଲର ବାଧା) ରୁ ବଞ୍ଚିପାରିବ। ୨୦୩୧ ପର୍ଯ୍ୟନ୍ତ ଏହାକୁ ସେନାରେ ସାମିଲ କରିବାର ଲକ୍ଷ୍ୟ ରହିଛି।

ବ୍ରହ୍ମୋସ-୨ର ବିଶେଷ୍ବତ :

-ସ୍ପିଡ୍: ପ୍ରାୟ ୮୫୦୦-୧୦୦୦୦ କିମି/ଘଣ୍ଟା (ବିମାନରୁ ୧୦ ଗୁଣା ଦୃତ)

-ରେଞ୍ଜ: ସ୍କାମଜେଟ୍‌ (ରୁଷ ଟେକ୍ନୋଲୋଜି) ବାୟୁରୁ ଅକ୍ସିଜେନ୍ ନେଇ ଜଳିଥାଏ, ଇନ୍ଧନ ରକ୍ଷା କରିଥାଏ।

-ଲମ୍ବା/ଓଜନ : ପ୍ରାୟ ୮-୯ ମିଟର ଲମ୍ବା,୨-୩ ଟନ୍ ଓଜନ (ବ୍ରହ୍ମୋସ-୧ ଭଳି)

-ଓ୍ବାରହେଡ୍ :୨୦୦-୩୦୦ କିଲୋଗ୍ରାମ ବିସ୍ଫୋରକ –ସଠିକ୍ ଆକ୍ରମଣ କରିବ।

-ଲଞ୍ଚ ପ୍ଲାଟଫର୍ମ : ସ୍ଥଳଭାରେ (ମୋବାଇଲ ଲଞ୍ଚର), ସମୁଦ୍ର(ଜାହାଜ), ବୁଡ଼ା ଜାହାଜ (ଅଣ୍ଡରଓ୍ବାଟର),

-ଉଚ୍ଚତା: ୧୫-୨୦ କିମି ଉପରେ ଉଡିଥାଏ ଏହାପରେ କମ୍ ଉଚ୍ଚତାକୁ ଆସେ।

ରେଞ୍ଜ ଓ କଭରେଜ: ଚୀନ୍-ପାକିସ୍ତାନରେ କେତିକି ଅଞ୍ଚଳ ?

‘ବ୍ରହ୍ମୋସ-୨’ର ୧୫୦୦ କିଲୋମିଟର ରେଞ୍ଜ ଭାରତ ପାଇଁ ଗେମ-ଚେଞ୍ଜର ହୋଇପାରେ। ଭାରତର ଲଞ୍ଚ ସାଇଟ୍‌ (ଯେପରିକି ରାଜସ୍ଥାନ, ଆସାମ, ଆଣ୍ଡାମାନ ଦ୍ବୀପ)ରୁ ଏହା ପଡୋଶୀ ଦେଶର ବହୁ ଅଂଶକୁ ଟାର୍ଗେଟ କରିପାରେ। ପୁରା ପାକିସ୍ତାନର କ୍ଷେତ୍ରଫଳ ୭.୯୬ ଲକ୍ଷ ବର୍ଗ କିଲୋମିଟର ରହିଛି। ଏହାର ସବୁଠାରୁ ଲମ୍ବା-ଚଉଡା ମଧ୍ୟ ୧୫୦୦ କିଲୋମିଟରଠାରୁ କମ୍ ରହିଛି। ରାଜସ୍ଥାନ କିମ୍ବା ଗୁଜରାଟର ଲଞ୍ଚ ସାଇଟ୍‌ରୁ ଏହା କରାଚୀ,ଲାହୋର, ଇସଲାମାବାଦ, ରାଓ୍ବଲପିଣ୍ଡି (ନ୍ୟୁକ୍ଲିଅର ସାଇଟ୍) ସବୁ କିଛି କଭର କରି ନିଏ। ଅମୃତସରରରୁ ଇସଲାମାବାଦ ମାତ୍ର ୫୦୦ କିଲୋମିଟର ମାତ୍ର ୪-୫ ମିନିଟ୍‌ରେ ପହଁଞ୍ଚିବ। ଏହାଦ୍ବାରା ପାକିସ୍ତାନର ପ୍ରତି କୋଣ ଭାରତର ରାଡାରରେ ରହିବ। କେହି ଲୁଚିପାରିବେନି। ସେଭଳି ଚୀନ୍‌ର ପଶ୍ଚିମ ଭାଗ  ଓ ଦକ୍ଷିଣ ପଶ୍ଚିମ ଭାଗ-ପ୍ରାୟ ୨୦-୨୫% କ୍ଷେତ୍ର(ପ୍ରାୟ ୨୦ ଲକ୍ଷ ବର୍ଗ କିଲୋମିଟର)। ଏହା ତିବ୍ଦତ,ଶିନାଜିୟାଙ୍ଗ, ୟୁନ୍ନାନ, ସିଚୁଆନ୍, ଚୁନିଂ ଭଳି ପ୍ରଦେଶକୁ କଭର କରିବ। ମୋଟ ଚୀନ୍‌ର ୯୬ ଲକ୍ଷ ବର୍ଗ କିଲୋମିଟର ରହିଛି, କିନ୍ତୁ ସୀମାଠାରୁ ୧୫୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଅଞ୍ଚଳକୁ ପ୍ରଭାବିତ କରିବ।