ନୂଆଦିଲ୍ଲୀ ୧୬/୦୪: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦୋବାକୁ ଭାରତ ଆସିବେ। ଏନେଇ କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ ସୂଚନା ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବରରେ ବ୍ରିକ୍ସ ସମ୍ମିଳନୀ ଆୟୋଜନା ହେବାର ଅଛି। ବୈଶ୍ବିକ ଭୂ- ରାଜନୈତିକ ସମୀକରଣ ବଦଳିବା ଏବଂ ତିକ୍ତତା ବୃଦ୍ଧି ଭିତରେ ଭାରତ ଏହି ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି।

ଏଥିରେ ପୁଟିନ୍ ସାମଲ ହେବା ସଭିଁଙ୍କ ଧ୍ୟାନ ଆକର୍ଷଣ କରିପାରେ। କାରଣ ସମ୍ପ୍ରତି ଅନ୍ତର୍ଜାତୀୟ ସଂଘର୍ଷରେ ଋୁଷର ଭୂମିକା ଏବଂ ଉଦୀୟମାନ ବୈଶ୍ବିକ ଶକ୍ତି ମଧ୍ୟରେ ସମନ୍ବୟର ଏକ ମଞ୍ଚ ଭାବେ ବ୍ରିକ୍ସର ଗୁରୁତ୍ବ ଲଗାଥର ବଢ଼ୁଛି। ଏହା ପୂର୍ବରୁ ୨୦୨୫ ଡିସେମ୍ବରରେ ୨୩ ତମ ଭାରତ- ଋଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ପୁଟିନ୍ ଭାରତ ଆସିଥିଲେ।

ଅଧିକ ପଢ଼ନ୍ତୁ :- ୨୫କୋଟି ବର୍ଷ ଆଗରୁ ଅଣ୍ଡା ଦେଉଥିଲେ ସ୍ତନ୍ୟପାୟୀ, ଅଧ୍ୟୟନରୁ ପ୍ରମାଣିତ

ଉଲ୍ଲେଖଯୋଗ୍ୟ, ବ୍ରିକ୍ସରେ ବ୍ରାଜିଲ୍, ଋଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ସଦସ୍ୟ ରାଷ୍ଟ୍ର ରହିଛନ୍ତି। ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ରହିଛି, ସ୍ଥାୟୀତ୍ବ ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ । ୨୦୨୧ ସେପ୍ଟେମ୍ବର ୯ରେ ଭାରତ ୧୩ ତମ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିଥିଲା।