ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

''ଏବେ ୧୦ ଲକ୍ଷ ଟଙ୍କା ଦରକାର'' ବରର ଡିମାଣ୍ଡରେ ରାଗିଗଲା କନିଆଁ, ଆଉ ତା ପରେ...

Published By : Ankita S | March 3, 2025 10:18 AM

ଲକ୍ଷ୍ନୌ,୦୩/୦୩: ବିବାହ ଏକ ପବିତ୍ର ବନ୍ଧନ । ଏଥିରେ ଦୁଇଟି ମନ ନୁହେଁ ଦୁଇ ପରିବାର ଯୋଡି ହୁଏ । ନୂଆ ସମ୍ପର୍କ ତିଆରି ହୁଏ । ଗୋଟିଏ ଝିଅର ବାହାଘର ପାଇଁ ତା ବାପାମାଆ ସ୍ବପ୍ନ ଦେଖିଥାନ୍ତି । ଝିଅକୁ ଭଲ ଘର ଭଲ ବର ମିଳୁ ବୋଲି ଚାହାନ୍ତି ସବୁ ବାପାମାଆ । ଧୁମଧାମରେ ଝିଅର ବାହାଘର କରନ୍ତି । ହେଲେ ବିବାହ ପରି ସୁନ୍ଦର ସମ୍ପର୍କରେ ଯଦି ଯୌତୁକ କଥା ଆସେ ତେବେ ତାହା ବଦନାମ ହୋଇଯାଏ । ଆମେ ଆପଣଙ୍କୁ ଏମିତି ଏକ ବିବାହ କଥା କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବିବାହ ମଣ୍ଡପରେ ଜଣେ କନ୍ୟା ବରକୁ ଢୋ ଢୋ କରି ଚାପୁଡା ମାରିଥିବା ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ କାହିଁକି ଏମିତି କଲେ କନିଆଁ ଜଣକ । କଣ ଏମିତି ହେଲା ଯେ ବରକୁ ଚାପୁଡା ପରେ ଚାପୁଡା ନାଛି ଦେଇ ଗଲେ କନିଆଁ ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

ଉତ୍ତରପ୍ରେଦଶ ରାମପୁର ଅଜିମନଗରେ ଚାଲିଥିବା ଏକ ବିବାହରେ କିଛି ଅଜବ ଘଟଣା ଦେଖିବାକୁ ମିଳିଛି । ଧୁମଧାମରେ ବାହାଘର ଚାଲିଥିଲା । ବ୍ୟାଣ୍ଡବାଜା ବଜାଇ ମଣ୍ଡପରେ ପହଞ୍ଚିଥିଲେ ବରଯାତ୍ରୀ । ସବୁକିଛି ଠିକଠାକ ଚାଲିଥିଲା । ବେଦିକୁ ବର କନିଆ ଯିବା ପୂର୍ବରୁ କିଛି ଅଜବ ଘଟଣା ଘଟିଥିଲା । ବିବାହ କର୍ମ ଆରମ୍ଭ ପୂର୍ବରୁ ବର ଶ୍ବଶୁର ଘରକୁ ଯୌତୁକ ବାବଦକୁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା । ଟଙ୍କା ଦେବ ତ ବରଣମାଳା ପକାଇବି । ମୋତେ ଏବେ ଟଙ୍କା ଦରକାର । ଜିଦ୍ କରି ବାସିଥିଲା ବର । ଟଙ୍କା ଦିଅ ନ ହେଲେ ଆମେ ଚାଲିଲୁ ବୋଲି ବରପକ୍ଷ କହିଥିଲେ । ଏହା ପରେ କନ୍ୟାପିତା ଚିନ୍ତାରେ ପଡିଥିଲେ । ଏତେ ଟଙ୍କା କେଉଁଠୁ ଆଣିବେ କଣ କରିବେ କିଛି ଭାବି ପାରୁନଥାନ୍ତି । ଏପଟେ ବିବାହ କର୍ମରେ ବିଳମ୍ବ ହେଉଥାଏ ।

ଯେମିତି ସେମିତି କରି ଘଟଣା ଶାନ୍ତ ପଡିଥିଲା । ବିବାହ କର୍ମ ଆରମ୍ଭ ହୋଇଥିଲା ।  କିନ୍ତୁ ଘଟଣାଟି କନିଆଁ କାନରେ ପଡିଯାଇଥିଲା । ବରଣମାଳ ପକାଇବାକୁ ଷ୍ଟେଜକୁ ଆସିଥିବା କନିଆଁ ରାଗି ପଞ୍ଚମ ହୋଇଯାଇଥିଲେ । ବରକୁ ଫୁଲମାଳ ପିନ୍ଧାଇବ କଣ ଢୋ ଢୋ ଚାପୁଡା ଲଗାଇ ଦେଲେ । ଆଉ ତା ପରେ ବରପକ୍ଷ କନିଆଁ ପକ୍ଷଙ୍କ ଭିତରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା  । ବିବାହ ଉତ୍ସବ ଏକପ୍ରକାର ଯୁଦ୍ଧକ୍ଷେତ୍ର ପାଲଟିଥିଲା ।

ଅଧିକ ପଢନ୍ତୁ.."ସମସ୍ତେ ତାକୁ ଭଲ ପାଉଛନ୍ତି..." ଇର୍ଷା ଯୋଗୁଁ ଭଉଣୀକୁ ହତ୍ୟା କଲା ନାବାଳକ ଭାଇ

ପରିସ୍ଥିତି ବିଗିଡି ଯାଇଥିଲା । ମାମଲାରେ ପୋଲିସ ହସ୍ତକ୍ଷେପ କରିଥିଲା । ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ବାବୁ । ଏହାପରେ ବରଯାତ୍ରୀ ଓ ବର ଚମ୍ପଟ ମାରିଥିଲେ । ପୋଲିସ ବର ପିତାଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣାରେ ୧୨ଜଣ ଆହତ ହୋଇଛନ୍ତି । ଯୌତୁକ ନେବା ଓ ଦେବା ଅପରାଧ । ଏହା ପରେ ବି ଏ ସଭ୍ୟ ସମାଜରେ ଯୌତୁକ କାରବାର ଚାଲିଛି । ଯୌତୁକ ଜୁଇରେ ଅନେକ ନବବଧୂଙ୍କ ଜୀବନ ଯାଇଥିବା ଘଟଣା ଆମେ ଦେଖିଛୁ । ତେବେ ଏଠି ପ୍ରଶ୍ନ ଉଠୁଛି ସମାଜରୁ ଯୌତୁକ ପ୍ରଥାର ଅନ୍ତ କେବେ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.