ପ୍ରମୂଖ ଖବର
  • ଏପ୍ରିଲ ୨୨ରୁ ଜୁନ୍‌ ୧୭ ମଧ୍ୟରେ କଥା ହୋଇନଥିଲେ ମୋଦୀ-ଟ୍ରମ୍ପ, ମଧ୍ୟସ୍ଥତା ଦାବିକୁ ଖଣ୍ଡନ କଲେ ଏସ୍‌. ଜୟଶଙ୍କର
  • ||
  • ଏମ୍ସରେ ନର୍ସଙ୍କୁ ଅସଦାଚାରଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଠିକା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
  • ||
  • ସାକ୍ଷୀଗୋପାଳ ମାଳତିପାଟପୁର ଷ୍ଟେସନ ନିକଟରେ ପୁରୀ-ବଦ୍ରୀନାଥ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର
  • ||
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସତିଗୁଡା କେନାଲରେ ନିର୍ମାଣ ହେଉନି ପୋଲ, ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ବାଉଁଶ ପୋଲ ହିଁ ଭରସା

Published By : Suraj Kumar | July 28, 2025 10:55 PM

ମାଲକାନଗିରି,୨୮/୭(ଆପ୍ର): ବାରମ୍ବାର ଦାବି କରିବା ସତ୍ବେ  ସତିଗୁଡା କେନାଲ ଉପରେ  ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇପାରିଲା ନାହିଁ ପୋଲ। ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ କେନାଲ ଉପରେ କାଠ ବାଉଁଶରେ ନିର୍ମିତ ଚାରା ହିଁ ଯାତାୟତ ର ମାଧ୍ୟମ ପାଲଟିଛି। ପୋଲ ନିର୍ମାଣ ହୋଇନ‌ଥିବାରୁ ବର୍ଷ ବର୍ଷ ହେଲା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପୋଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କଲେ କେହି ଶୁଣୁନାହାନ୍ତି। ତେଣୁ ପ୍ରଶାସନର ସହାୟତାକୁ ଅପେକ୍ଷା ନକରି ଗ୍ରାମବାସୀ ଚାନ୍ଦା ଆଦାୟ କରିବା ସହ ଶ୍ରମଦାନ କରି କାଠ ବାଉଁଶରେ ପୋଲ ନିର୍ମାଣ କରିଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ବ୍ଲକ ହର ଗୌରୀ ମନ୍ଦିର ନିକଟ ପୋଡାପଦର ଗ୍ରାମରେ ।

ମାଲକାନଗିରି ସହରର ତଳସାହି, ଦୁର୍ଗାଗୁଡ଼ିସାହି, ମଉଲିମା ସାହି, ପ୍ରଧାନୀଗୁଡା ଗ୍ରାମ ବାସୀଙ୍କ ଶହ ଶହ ହେକ୍ଟର ଚାଷ ଜମି   ସତିଗୁଡା କେନାଲ ଆପର ପାର୍ଶ୍ଵ ଗୋଇପର୍ବତ ନିକଟରେ ରହିଛି  । ସେମାନେ ଚାଷ ଜମି କୁ ଯିବାକୁ ହେଲେ ଏହି କେନାଲ ପାର ହେବାକୁ ପଡିଥାଏ।  ଖରା ଦିନେ କେନାଲ ଶୁଖି ଥିଲେ ଯାତାୟତ ହୋଇଥାଏ। ବର୍ଷା ଦିନେ ଓ ଚାଷ ପାଇଁ କେନାଲ ରେ ପାଣି ଛଡ଼ା ଗଲେ ଗ୍ରାମବାସୀ ବହୁତ ହଇରାଣ ହୋଇଥାନ୍ତି। ଏହା ବ୍ୟତିତ ଗୋଇପର୍ବତ ଉପରେ ଥିବା ୫ ଟି ଗ୍ରାମବାସୀ ପାହାଡ଼ ତଳକୁ ଆସି ଏହି କେନାଲ ପାର ହୋଇ ମାଲକାନଗିରି ବଜାରକୁ ଆସି ସେମାନଙ୍କ ନିତ୍ୟବ୍ୟହାର୍ଯ୍ୟ ସାମଗ୍ରୀ ଆଣିବାକୁ ଆସିଥାନ୍ତି।  କେନାଲ ପାଣିରେ ପଶି ଓଦା ହୋଇ ସେମାନେ ବହୁକଷ୍ଟ ରେ ଯାତାୟତ କରିଥାନ୍ତି। ଗାଁରୁ ପଞ୍ଚାୟତ  ଓ ଜିଲ୍ଲା ସଦରକୁ ଯିବା ପାଇଁ ଗୋଇପର୍ବତ ଉପରେ ଥିବା ଗ୍ରାମଙ୍କୁ ଭରା କେନାଲ ପାର ହେବାକୁ ପଡ଼ୁଛି । ଅନ୍ୟ ଦିନ ଗୁଡ଼ିକରେ ଗ୍ରାମବାସୀ କୌଣସି ପ୍ରକାରେ କେନାଲ ପାର ହୋଇ ଯାତାୟାତ କରିଥାନ୍ତି । କିନ୍ତୁ ବର୍ଷାଦିନେ କେନାଲ ରେ ପାଣି ଅଧିକ ପ୍ରବାହିତ ହେଉଥିବାରୁ ଗୋଇପର୍ବତ ଉପରେ ଥିବା ୫ଖଣ୍ଡ ପଡାଗ୍ରାମ,କଳାପାହାଡ଼, ପୋଡ଼ପଦର ଗ୍ରାମବାସୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏମିତି କି ରୋଗୀକୁ ହସ୍ପିଟାଲ କୁ ଆଣିବାକୁ ହେଲେ ପାହାଡ଼ରୁ ଖଟିଆରେ ବୋହି କେନାଲ ପାଣିରେ ପଶି ଅପର ପାର୍ଶ୍ଵ ରାସ୍ତା ରେ ପହଁଚି ଆମ୍ବୁଲାନ୍ସ କିମ୍ବା ଗାଡି ଦ୍ୱାରା ହସ୍ପିଟାଲକୁ କୁ ନେଇ ଚିକିତ୍ସା କରିଥାନ୍ତି। ପୋଲ ନଥିବାରୁ ବର୍ଷାଦିନେ ଏହି ସବୁ ଗ୍ରାମ ମଧ୍ୟରେ ଯୋଗାଯୋଗ ହୋଇପାରୁନି।  ଏହି ସବୁ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଛି। 

କେନାଲ ଅପର ପାର୍ଶ୍ଵ ରେ ଥିବା   ମାଲ୍ୟବନ୍ତଗିରୀ ର ବହୁ ପୁରାତନ ଗାଁ ପୋଡା ଗଡ଼ ନିକଟରେ ଗୋଇପର୍ବତ ଉପରେ ଥିବା ବହୁରାତନ ହର ଗୌରୀ ପୀଠ କୁ ମଧ୍ୟ ସବୁଦିନିଆ ରାସ୍ତା ଟିଏ ନାହିଁ।  ସେଠାକୁ ଯିବାକୁ ହେଲେ ଏହି କେନାଲ ପାର ହେବାକୁ ପଡିଥାଏ। ଏବେ ଶ୍ରାବଣ ମାସ ରେ ପ୍ରତି ସୋମବାର ରେ ଶତାଧିକ କାଉଡିଆଜଳା ଅଭିଷେକ କରିବାକୁ ବିପଦ ଜନକ ଅବସ୍ଥା ରେ କାଠ ବାଉଁଶ ରେ ନିର୍ମିତ ଚାରା ରେ ଯିବା ଆସିବା କରିଥାନ୍ତି।ଜ ତେଣୁ ତୁରନ୍ତ ଏହି ସତିଗୁଡା କେନାଲ ଉପରେ ଏକ ସ୍ଥାୟୀ ଛୋଟ ପୋଲଟିଏ ନିର୍ମାଣ କରିବା ପାଇଁ ହରଗୌରୀ ମନ୍ଦିର ପୂଜକ ଭଗବାନ ଦୋରା ଓ ୮ ଗ୍ରାମବାସୀ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.