ନୂଆଦିଲ୍ଲୀ,୪।୬: ରୁଷ ସହ ଗତ ଅଢେଇ ବର୍ଷ ଧରି ଯୁଦ୍ଧ କରୁଥିବା ୟୁକ୍ରେନ୍‌ର ଶକ୍ତି ଏବେ ଆହୁରି ବଢିଛି। ଗତ ସପ୍ତାହରେ ରୁଷ ସୀମାର ୫୦୦୦ କିଲୋମିଟର ଭିତରେ ପଶି ଆକ୍ରମଣ କରିଥିଲା। ଏହା ଭିତରେ ୟୁକ୍ରେନ୍‌କୁ ମିଳିବାକୁ ଯାଉଛି ବଡ଼ ଧରଣର ସାହାଯ୍ୟ । ୧ ମାର୍ଚ୍ଚ ୨୦୨୬ ସୁଦ୍ଧା ୟୁକ୍ରେନ୍‌କୁ ୧ ଲକ୍ଷ ଡ୍ରୋନ୍ ଦେବାକୁ ଘୋଷଣା କରିଛି ବ୍ରିଟେନ୍। 

ରୁଷ ସହ ଯୁଦ୍ଧ ଭିତରେ ଏବେ ୟୁକ୍ରେନର ସାଥ୍ ଦେଲା ବ୍ରିଟେନ୍।  ୧୦ ଗୁଣା ଡ୍ରୋନ୍‌ ସପ୍ଲାଇ ବୃଦ୍ଧି କରିବାର ଦେଲା ପ୍ରତିଶୃତି।  ବ୍ରିଟେନ୍‌ର ଏହି ସାହାଯ୍ୟ ପୂର୍ବରୁ ଜର୍ମାନୀ ଘୋଷଣା କରିଛି ଯେ, ବହୁ ସଂଖ୍ୟାରେ ୟୁକ୍ରେନକୁ ଦୂରଗାମୀ ମିସାଇଲ ଦେବ। ବ୍ରିଟେନ୍ ସେହି ପାଶ୍ଚାତ୍ୟ ଦେଶ ମଧ୍ୟରେ ସାମିଲ ରହିଛି,ଯିଏକି ୟୁକ୍ରେନ୍‌କୁ ଖୋଲାଖୋଲି ସାହାଯ୍ୟ କରରେ। ଏପର୍ଯ୍ୟନ୍ତ ଯୁଦ୍ଧରେ ତୋପ, ବନ୍ଧୁକ ଓ ଗୁଳିକାଣ୍ଡରେ ୟୁକ୍ରେନ୍‌କୁ ପରାଜୟ ମିଳିଛି। କିନ୍ତୁ ଡ୍ରୋନ୍ ଓ୍ବାରଫେୟାର ସାହାର୍ଯ୍ୟରେ ସେ ରୁଷକୁ ବଡ଼ ଧରଣର କ୍ଷତି ପହଁଞ୍ଚାଇଛି। ଏପରିକି ୟୁକ୍ରେନର ଡ୍ରୋନ୍ ଆକ୍ରମଣ ପରେ ଏହା ଚର୍ଚ୍ଚା ମଧ୍ୟ ହେଉଛି ଯେ, କ’ଣ ଭବିଷ୍ୟତର ଓ୍ବାରଫେୟାର ଡ୍ରୋନ୍‌ରେ ହେବ। ଏଭଳି ସ୍ଥିତିରେ ବ୍ରିଟେନ୍‌ର ସାହାଯ୍ୟରୁ ସ୍ପଷ୍ଟ ହୋଇଛି ଯେ, ୟୁକ୍ରେନ୍‌କୁ ଖୋଲାଖୋଲି ସାହାଯ୍ୟ ଦେବା ଜାରି ରହିବ। ଐତିହାସିକ ରୂପରେ ବ୍ରିଟେନର ଆଭିମୁଖ୍ୟ ରୁଷର ବିପରୀତ ରହିଛି। 

ବ୍ରିଟିଶ ସରକାର କହିଛନ୍ତି, ଆମେ ୪.୫ ବିଲିୟନ ପାଉଣ୍ଡ ସାମରିକ ସହାୟତା ୟୁକ୍ରେନକୁ ଦେବାକୁ ଯାଉଛୁ। ଏଭଳି ଭାବରେ ଆମେ ଏହି ପ୍ୟାକେଜ ଜାରି କରିଛୁ। ଏଥିରେ ମୁଖ୍ୟ ସହାୟତା ଡ୍ରୋନକୁ ନେଇ ରହିବ। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ ଜନ୍ ହେଲି ଏହାର ଘୋଷଣା କରିବେ। ବ୍ରିଟେନ୍‌ର କହିବା ଅନୁସାରେ, ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ  ୟୁକ୍ରେନ୍‌କୁ ୧ ହଜାର ଡ୍ରୋନ୍ ସପ୍ଲାଇ କରାଯିବ। ଏହାପରେ ଆସନ୍ତା  ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଏକ ଲକ୍ଷ ଡ୍ରୋନ୍ ଦେବାର ଟାର୍ଗେଟ ରଖା ଯାଇଛି। ଡ୍ରୋନ୍ ବ୍ୟତୀତ ବହୁ ପରିମାଣରେ ଗୋଳା-ବାରୁଦ ମଧ୍ୟ ଦେବାର ପ୍ରସ୍ତୁତି ରହିଛି। କେବଳ ସେତିକି ନୁହେଁ ଜର୍ମାନୀ ମଧ୍ୟ ୫ ବିଲିୟନ ଡଲାର ଆର୍ଥିକ ସହାୟତା ଦେବ। ଏହାଦ୍ବାରା ୟୁକ୍ରେନ୍‌ ଦୂରଗାମୀ ମିସାଇଲ୍ ତିଆରି କରିପାରିବ।