ଢେଙ୍କାନାଳ,୧୯/୧୧ : ଢେଙ୍କାନାଳରେ ଲଜ୍ଜା । ନାବାଳିକା ଭଉଣୀକୁ ଦୁଷ୍କର୍ମ କରି ଭାଇ ଗିରଫ ହୋଇଛି । ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗିରଫ ଯୁବକ ବେଲଟିକିରି ପଞ୍ଚାୟତର ବୋଲି ଜଣାପଡ଼ିଛି । ସେ ତାଙ୍କ ସାବତ ମା’ର ଝିଅକୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି ।

ସୂଚନା ଅନୁସାରେ ଅଭିଯୁକ୍ତଙ୍କ ବାପା ଦୁଇ ଜଣଙ୍କୁ ବିବାହ କରିଛନ୍ତି । ପ୍ରଥମ ପତ୍ନୀଙ୍କ ଦୁଇ ଝିଅ ଅଛନ୍ତି । ଦୁଷ୍କର୍ମ ଶିକାର ହୋଇଥିବା ନାବାଳିକା ହେଉଛନ୍ତି ସାନଝିଅ। ଅଭିଯୁକ୍ତଙ୍କ ମା’ ପୂର୍ବରୁ ଯାଜପୁର ଜିଲ୍ଲାରେ ବିବାହ କରିଥିଲେ । ସ୍ଵାମୀଙ୍କ ପରଲୋକ ହୋଇଯିବା ପରେ ସେ ବେଲଟିକିରି ପଞ୍ଚାୟତରେ ଦ୍ଵିତୀୟ ବିବାହ କରିଥିଲେ । ଦ୍ୱିତୀୟ ପତ୍ନୀଙ୍କର ଅଭିଯୁକ୍ତ ସମେତ ଦୁଇ ଝିଅ ଅଛନ୍ତି । ଗତ ୫ ଦିନ ତଳେ ନାବାଳିକା ଜଣଙ୍କ ବାପା କାମ କରୁଥିବା ଫାର୍ମହାଉସକୁ ଯାଇଥିଲେ।

ଅଭିଯୁକ୍ତ ସେଠାରେ ପହଞ୍ଚି ଝିଅକୁ ଘରେ ଛାଡ଼ି ଦେବ ବୋଲି ବାପାଙ୍କୁ କହିଥିଲେ। ଆସିବା ବାଟରେ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ଏହି କଥା କାହାରିକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ନାବାଳିକା ଜଣଙ୍କ କାନ୍ଦି କାନ୍ଦି ଆସି ମା’ ଆଗରେ ସବୁ କଥା କହିଥିଲା। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଝିଅକୁ ଧରି ମା’ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ପୋକ୍ସୋ ଆକ୍ଟରେ ଏକ ମାମଲା ରୁକୁ କରି ତଦନ୍ତ କରିଥିଲା। ଡାକ୍ତରୀମାଇନା ପରେ ଅଭିଯୁକ୍ତକୁ ପୁଲିସ୍ ଆଜି ଗିରଫ କରି କୋର୍ଟଚାଲାଣ କରିଛି। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ସଦର ଥାନା ପୁଲିସ୍ ପ୍ରକାଶ କରିଛି।