ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଯୋଡ଼ି ହେଲା ସମ୍ପର୍କ; ମୃତ ଉଭଣୀର ହାତରେ ରାକ୍ଷୀ ବାନ୍ଧିଲା ଭାଇ, ଆଖି ଭିଜାଇ ଦେବ ଏ କାହାଣୀ...

Published By : Ankita S | August 10, 2025 12:17 PM

ନୂଆଦିଲ୍ଲୀ,୧୦/୦୮:  ଗତ ବର୍ଷ ସୁଦ୍ଧା ମୁମ୍ବାଇର ୧୫ ବର୍ଷୀୟା ଅନାମ୍‌ତା ଅହମଦ ଓ ଶିବମ୍‌ ମିସ୍ତ୍ରୀଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥିଲା । କିନ୍ତୁ ପରିସ୍ଥିତିରେ ପଡ଼ି ଦୁହେଁ ପରସ୍ପରକୁ ଶକ୍ତି ପ୍ରଦାନ କଲେ ଏବଂ ପରସ୍ପରର କ୍ଷତ ଭରିଲେ । ଗତ ଶନିବାର ଉଭୟଙ୍କ ପରିବାର ରକ୍ଷା ବନ୍ଧନ ପର୍ବ ପାଳନ କଲେ । ରକ୍ଷା ବନ୍ଧନରେ ଗୋଲାପି ସାଲୱାର ସୁଟ୍‌ ପିନ୍ଧିଥିବା ଅନାମ୍‌ତା କହିଛନ୍ତି, ମୋର ଭାଇ ନାହିଁ । ଶିବମ୍‌ ତାଙ୍କର ଏକମାତ୍ର ଭଉଣୀକୁ ହରାଇଛନ୍ତି । ଏବେଠୁ ଶିବମ୍‌ ମୋର ଭାଇ ଓ ମୁଁ ତାଙ୍କର ଭଉଣୀ । ମୁଁ ତାଙ୍କୁ ପ୍ରତିବର୍ଷ ରାଖି ବାନ୍ଧିବି । ତାଙ୍କ ପରିବାରକୁ ପ୍ରଥମ ଥର ଭେଟୁଛି ବୋଲି ମୁଁ ଆଦୌ ଅନୁଭବ କରୁନାହିଁ । ସମସ୍ତେ ମୋତେ ଖୁବ୍‌ ଭଲପାଇବା ଦେଉଛନ୍ତି ।’ 

ବର୍ଷେ ତଳେ ଶିବମ୍‌ଙ୍କ ଦିବଂଗତ ଭଉଣୀ ରିୟାଙ୍କ ହାତ ଅନାମ୍‌ତାଙ୍କଠାରେ ପ୍ରତିରୋପିତ ହୋଇଥିଲା । ତା’ପରେ ଅନାମ୍‌ତା ଓ ଶିବମ୍‌ଙ୍କ ମଧ୍ୟରେ ଭାଇଭଉଣୀ ସମ୍ପର୍କ ଗଢ଼ିଉଠିଲା । ୨୦୨୨, ଅକ୍ଟୋବର ୩୦ରେ ଅନାମ୍‌ତା ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଉତ୍ତରପ୍ରଦେଶର ଅଲିଗଡ଼ ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରେ ଥିବାବେଳେ ୧୧,୦୦୦ କିଲୋୱାଟ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ତାଙ୍କର ଡାହାଣ ବାହୁକୁ କାଟିବାକୁ ପଡ଼ିଥିଲା । ଗୋରେଗାଓଁ ବାସିନ୍ଦା ଅନାମ୍‌ତାଙ୍କ ବାମ ବାହୁକୁ ସର୍ଜରି ଜରିଆରେ ରକ୍ଷା କରାଗଲା । କିନ୍ତୁ ଏହି ଘଟଣା ପରେ ସେ ଗଭୀର ମାନସିକ ଓ ଶାରୀରିକ ଚିନ୍ତା ମଧ୍ୟରେ ଥିଲେ । ଦୁଇ ବର୍ଷ ପରେ, ସେପ୍ଟେମ୍ବର ୧୪ ତାରିଖରେ ଗୁଜରାଟର ଭାଲସାଦ ବାସିନ୍ଦା ୪ର୍ଥ ଶ୍ରେଣୀ ଝିଅ ରିୟା ଅସୁସ୍ଥ ହୋଇପଡ଼ିଲେ । ହଠାତ୍‌ ବାନ୍ତି ସହିତ ଅସହ୍ୟ ମୁଣ୍ଡବିନ୍ଧାର ସମ୍ମୁଖୀନ ହେଲେ । ଅନେକ ହସ୍ପିଟାଲ ବୁଲିବା ପରେ ସେପ୍ଟେମ୍ବର ୧୫ ତାରିଖରେ ସୁରଟର କିରନ ହସ୍ପିଟାଲରେ ସେ ଭର୍ତ୍ତି ହେଲେ ଏବଂ ହାମୋରେଜ୍‌ରେ ତାଙ୍କର ମୃତ୍ୟୁ ହେଲା । ଏହି ଘଟଣା ପରିବାରକୁ ଦୋହଲାଇ ଦେଲା । କିନ୍ତୁ ରିୟାଙ୍କ ଅଙ୍ଗ ଅନେକଙ୍କୁ ନୂଆ ଜୀବନ ଦେଲା ।

ଶିବମ୍‌ ଓ ରିୟାଙ୍କ ମା’ ତ୍ରିଷ୍ଣା ମିସ୍ତ୍ରୀ କହିଛନ୍ତି ‘ଅନାମ୍‌ତା ଯେତେବେଳ ଶିବମ୍‌ ହାତରେ ରାଖି ବାନ୍ଧିଲା, ଆମକୁ ଲାଗିଲା ଯେମିତି ରିୟା ଆମ ଜୀବନକୁ ଫେରିଆସିଲା । ମୁଁ ରିୟାର ପ୍ରିୟ ମିଠା ଗୁଲାବ ଜାମୁନ୍‌ ତିଆରି କରିଥିଲି । ପ୍ରତି ବର୍ଷ ଭଳି ଆମେ ଏ ବର୍ଷ ବି ରକ୍ଷା ବନ୍ଧନ ପାଳନ କଲୁ । ଝିଅର ମୃତ୍ୟୁକୁ ଆମେ ଭୁଲିପାରୁନୁ । କିନ୍ତୁ ଅନାମ୍‌ତାକୁ ଦେଖି ଆମେ ଖୁସି ପାଇଛୁ । ଗୋଟିଏ ଝିଅକୁ ହରାଇ ଆମେ ଆଉ ଗୋଟିଏ ଝିଅ ପାଇଛୁ ।’ କିରନ ହସ୍ପିଟାଲର ଡାକ୍ତର ଉଷା ମାଶ୍ରୀ ରିୟାଙ୍କ ମା’ ଓ ବାପାଙ୍କୁ ଅଙ୍ଗଦାନ ପାଇଁ ପ୍ରେରିତ କରିଥିଲେ । ରିୟାଙ୍କର ଦୁଇ କିଡ୍‌ନୀ, ଯକୃତ, ହାତ, ଫୁସ୍‌ଫୁସ୍‌, ଅନ୍ତଃନଳୀ ଓ କର୍ନିୟାକୁ ଦାନ କରାଯାଇଥିଲା । ଅଙ୍ଗଦାନ କ୍ଷେତ୍ରରେ କାର୍ଯ୍ୟରତ ଏକ ବେସରକାରୀ ସଂଗଠନ ସହଯୋଗରେ ଏହି ପ୍ରକ୍ରିୟା ସମ୍ପାଦିତ ହୋଇଥିଲା ।

ରିୟାଙ୍କ ଡାହାଣ ବାହୁକୁ କଟାଯାଇ ମୁମ୍ବାଇ ପଠାଯାଇଥିଲା ଏବଂ ଗ୍ଲୋବାଲ ହସ୍ପିଟାଲରେ ଅନାମ୍‌ତାଙ୍କଠାରେ ପ୍ରତିରୋପିତ ହୋଇଥିଲା । କାନ୍ଧଠୁ ହାତ ପର୍ଯ୍ୟନ୍ତ ପ୍ରତିରୋପିତ ଅଙ୍ଗ ଗ୍ରହଣ କରିଥିବା ବିଶ୍ୱର ସର୍ବକନିଷ୍ଠ ବ୍ୟକ୍ତି ହୋଇଥିଲେ ଅନାମ୍‌ତା । ଏହା ପରେ ଅନାମ୍‌ତା ଓ ରିୟାଙ୍କ ପରିବାର ମଧ୍ୟରେ ନୂଆ ସମ୍ପର୍କ ଗଢ଼ିଉଠିଲା । ଗତ ଶନିବାର ଭାଇ ଶିବମ୍‌ ହାତରେ ରାଖି ବାନ୍ଧିବାକୁ ମୁମ୍ବାଇରୁ ୨୦୦ କିମି ଦୂର ଗୁଜରାଟର ଭାଲସାଦକୁ ଆସିଲେ ଅନାମ୍‌ତା । ଏବେଠୁ ସେ ଉଭୟ ଅନାମ୍‌ତା ଓ ରିୟା ପରିଚୟ ସହିତ ବଞ୍ଚିବେ ବୋଲି କହିଛନ୍ତି । ସେହିପରି ଶିବମ୍‌ ନିଜର ଅତି ପ୍ରିୟ ଭଉଣୀ ରିୟା ହାତରୁ ରାଖି ବାନ୍ଧିବାର ଅନୁଭବ ପାଇଥିବା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.