ମନମୁଣ୍ଡା, ୨୨। ୧୧ : ପାରିବାରିକ କଥାକୁ ନେଇ ଶାଳକର ଗୁଳି ମାଡ଼ରେ ଭିଣୋଇର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅଭିଯୁକ୍ତ ମାନସ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକ ଜଣକ ହେଲେ ବାଉଁଶୁଣି ଥାନା ଗୁଡପଡ଼ା ଗ୍ରାମର ବ୍ୟୋମକେଶ ଖଟୁଆ ।

ଗୁରୁବାର ଅପରାହ୍ନରେ ବାଉଁଶୁଣି ଥାନା ଗୁଡପଡ଼ା ଗ୍ରାମର ବ୍ୟୋମକେଶ ଖଟୁଆ ତା ' ଶ୍ବଶୁର ଘର ମନମୁଣ୍ଡା ଥାନା ତିଳପଙ୍ଗା ଗ୍ରାମକୁ ଯାଇଥିଲେ। ସେଠାରେ ତାଙ୍କ ଶାଳକ ମାନସ ବେହେରାଙ୍କ ସହ ପାରିବାରିକ କଥାକୁ ନେଇ ବଚସା ହୋଇଥିଲା। ସେଥିରେ ଶାଳକ ଉତ୍ତ୍ୟକ୍ତ ହୋଇ ଭିନୋଇଙ୍କ ଉପରକୁ ଗୁଳି ମାରିଥିଲା । ଗୁରୁତର ଆହତ ବ୍ୟୋମକେଶକୁ ପ୍ରଥମେ ବାଉଁଶୁଣି , ତା’ପରେ ସୋନପୁର ଓ ବୁର୍ଲା ଡ଼ାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ବ୍ୟୋମକେଶଙ୍କ ଦେହାନ୍ତ ହୋଇଥିଲା। ମୃତକଙ୍କ ମା’ ପଙ୍କଜିନି ଖଟୁଆଙ୍କ ଏତଲାକ୍ରମେ ପୁଲିସ ଅଭିଯୁକ୍ତ ମାନସ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।