ଭଦ୍ରକ,୯।୧୨:  ଘର ଭିତରୁ ମିଳିଲା ପୁଳା ପୁଳା ଟଙ୍କା । ଭଦ୍ରକ ସହରର ଏଲେଖା ନିକଟ ଏକ ଘର ଉପରେ ପୋଲିସ ଚଢାଉ କରି ବିପୁଳ ଟଙ୍କା ଜବତ କରିଛି  । ବିଡା ବିଡା ବନ୍ଧା ହୋଇ ଘରେ ରଖାଯାଇଥିବା ଟଙ୍କା ମିଳିଛି।   ୩ ଜଣ ଥାନା ଅଧିକାରୀଙ୍କ ଉପସ୍ଥିତିରେ ୧୫ରୁ ୨୦ ଜଣ ପୋଲିସ କର୍ମଚାରୀ ମେସିନରେ   ଜବତ ଟଙ୍କା ଗଣୁଛନ୍ତି । ବେଆଇନ ଭାବେ ଘରେ ଟଙ୍କା ଗଚ୍ଛିତ ଥିବା  ସନ୍ଦେହରେ ପୋଲିସ ଚଢାଉ କରିଥିଲା । 

ଇଣ୍ଟେଲିଜେନ୍ସ ଆଧାରରେ ଚଢ଼ାଉ କରାଯାଇଛି । ବିପୁଳ ବ୍ରାଉନ ସୁଗାର ଜବତ ହୋଇଛି ।  ୨୫ ଲକ୍ଷ ଟଙ୍କା ମିଳିଛି । ଆହୁରି ଗଣା ଚାଲିଛି । ଏହି ସହ ଜଣେ  ମହିଳାଙ୍କୁ ଅଟକ ରଖିଛୁ ବୋଲି ଭଦ୍ରକ ଏସପି କହିଛନ୍ତି।