କାମାକ୍ଷାନଗର,୦୮/୧୨: ବ୍ରାଉନସୁଗର କାରବାରରେ ପୁରା ପରିବାର। ୬୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଲା ଅବକାରୀ ବିଭାଗ । ଏଥିରେ ମାଆ ଓ ପୁଅକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ପୁଅ ଫେରାର ଥିବା ସୂଚନା ମିଳିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରର ମୁଣ୍ଡିଦେଉଳିରେ ଏହି ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ, କାମାକ୍ଷାନଗର ସହରର ମୁଣ୍ଡିଦେଉଳି ସାହିରେ ବ୍ରାଉନସୁଗର କାରବାର ହେଉଥିବା ନେଇ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ମାଆ ଓ ପୁଅ ଧରା ପଡ଼ିଥିବା ବେଳେ ଚକମା ଦେଖାଇ ଅନ୍ୟ ଜଣେ ପୁଅ ଫେରାର ହୋଇଯାଇଛି। ଅବକାରୀ ବିଭାଗ ତାଙ୍କୁ ଗିରଫ ପାଇଁ ଉଦ୍ୟମ କରୁଛି। ଏଥିସହ ବ୍ରାଉନସୁଗର କରବାର ସମ୍ପର୍କରେ ଅବକାରୀ ବିଭାଗ ଅଧିକ ଖୋଳତାଡ଼ ଜାରି ରଖିଛି।