ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ବ୍ରାଉନସୁଗର ରାକେଟର ପର୍ଦ୍ଦାଫାଶ; ୨୧୩ ଗ୍ରାମ୍‌ ଧଳାଜହର ସହ ଲକ୍ଷାଧିକ ଟଙ୍କା ଜବତ, ୨୧ ଗିରଫ

Published By : Anindita Ratha | July 31, 2025 2:25 PM

ଆନନ୍ଦପୁର,୩୧/୦୭: କେନ୍ଦୁଝର ଜିଲ୍ଲା ପୁଲିସକୁ ବଡ଼ ସଫଳତା । ବ୍ରାଉନ୍ ସୁଗର କାରବାର କରୁଥିବା ରାକେଟର ପର୍ଦ୍ଦାଫାଶ । ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଏଥିସହ ସେମାନଙ୍କ ଠାରୁ ୨୧୩ ଗ୍ରାମ୍ ବ୍ରାଉନ ସୁଗାର  ଓ ନଗଦ ୮ ଲକ୍ଷ ୩୦ ହଜାର ଟଙ୍କା ସହ ୧୨ଟି ମୋବାଇଲ ଜବତ ହୋଇଛି । 

ସୂଚନା ମୁତାବକ, କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ୱାଡ୍ ୨ ଦିନ ଧରି ଆନନ୍ଦପୁର ଉପଖଣ୍ଡର ଘଷିପୁରା, ଆନନ୍ଦପୁର, ରାମଚନ୍ଦ୍ରପୁର ଏବଂ ନନ୍ଦିପଦା ଥାନା ଅଞ୍ଚଳରେ ଚଢାଉ କରିଥିଲା । ବ୍ରାଉନ୍ ସୁଗର କାରବାର କରୁଥିବା ଅଭିଯୋଗରେ ବିଭିନ୍ନ ଥାନା ଅଞ୍ଚଳରୁ ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ କେନ୍ଦୁଝରର ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି  । ତେବେ ବିଭିନ୍ନ ସମୟରେ ଆନନ୍ଦପୁର ଉପଖଣ୍ଡରେ ବ୍ରାଉନ ସୁଗର  କାରବାର ନେଇ ଅଭିଯୋଗ ହୋଇଆସୁଥିଲା । ଅଭିଯୋଗ ଆଧାରରେ ତଦନ୍ତ ପରେ ଶାଳପଡା ହାଟ ପଡିଆ, ଶାଳବଣି ଛକ ଆଦି ସ୍ଥାନରେ ଏହି କାରବାର ହେଉଥିବା ପୁଲିସ ପ୍ରକାଶ କରିଛି। ଏଥିସହ ଏହି ବ୍ରାଉନ ସୁଗାର କାରବାରରେ ଆହୁରି ଅନେକ ବ୍ୟକ୍ତି ସଂପୃକ୍ତ ଥିବାବେଳେ ସେମାନଙ୍କୁ ଗିରଫ କରାଯିବା ସହ  ଚଢାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.