ଭୁବନେଶ୍ୱର, ୨୨/୦୫: STF ପଞ୍ଝାରେ ବ୍ରାଉନ ସୁଗର ବେପାରୀ । ଭୁବନେଶ୍ଵର ପାଣ୍ଡରା ରାସ୍ତାରୁ ବ୍ରାଉନ ସୁଗର ବେପାରୀ ପ୍ରକାଶ ସେଠୀ ଗିରଫ । ପ୍ରକାଶ ନିକଟରୁ ୩୩୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲାର ପ୍ରକାଶ ସେଠୀ ନାମକ ଯୁବକ ବାଲେଶ୍ୱରରୁ ବ୍ରାଉନ ସୁଗର ଆଣି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସପ୍ଲାଇ କରୁଥିଲା । ଏନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା STF । ଖବର ପାଇ ଭୁବନେଶ୍ଵର ପାଣ୍ଡରା ରାସ୍ତାରୁ ପ୍ରକାଶ ସେଠୀକୁ ଗିରଫ କରିଛି STF ଟିମ୍ । ପ୍ରକାଶ ନିକଟରୁ ୩୩୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏନେଇ ଏସଟିଏଫ ଡିଆଇଜି ପିନାକ ମିଶ୍ର ସୂଚନା ଦେଇଛନ୍ତି ।