ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

ଫିରିଙ୍ଗିଆର ଦୁର୍ଗମ ଅଲିମଡା ଠାରେ ବିଏସଏଫର ଜନସମ୍ପର୍କ ଶିବିର ଅନୁଷ୍ଠିତ…

Published By : Prameya | March 6, 2025 8:23 PM

ଫିରିଙ୍ଗିଆ,୦୬/୦୩ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧୀନରେ ଥିବା ପଲାବୃଡି ପଞ୍ଚାୟତର ଦୁର୍ଗମ ଅଞ୍ଚଳ କୁହାଯାଉଥିବା ଅଳିମଡ଼ା ଗାଁର ବିଦ୍ୟାଳୟ ପରିସରରେ ବିଏସଏଫ ଯବାନ ମାନଙ୍କ ତରଫରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି I ଶିବିରଟି ଗୋଛାପଡା ଠାରେ ଥିବା ୯୯ ବାଟାଲିୟନ ବିଏସଏଫ କ୍ୟାମ୍ପ ତରଫରୁ ଆୟୋଜନ କରାଯାଇଥିବା ବେଳେ ପଳାବୃଡି ସରପଞ୍ଚ ଲୀଳାବତୀ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ତେବେ କ୍ୟାମ୍ପରେ କାର୍ଯ୍ୟରତ ଆସିଷ୍ଟାଣ୍ଡ କାମାଣ୍ଡେଣ୍ଟ ଯୋଗୀନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଏସଏଫ ତରଫରୁ ଅଂଚଳର ଗରିବ ଅସହାୟ ଲୋକଙ୍କୁ କମ୍ବଳ, ଛତା, ଜୋତା, ସୁଇଟର ସହ ବିଭିନ୍ନ ଘରକରଣା ସାମଗ୍ରୀ ବଣ୍ଟନ କରାଯାଇଛି। ସେହିଭଳି ଛାତ୍ର ଛାତ୍ରୀ ମାନଙ୍କୁ ଖାତା କଲମ ସହ ଅଂଚଳର ଯୁବକ ମାନଙ୍କୁ ଭଲିବଲ, କ୍ରିକେଟ ବ୍ୟାଟ ଓ ବଲ୍, ଫୁଟବଲ ଭଳି ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା I 

ଏହା ସହ ଏହି କାର୍ଯ୍ୟକ୍ରମ ଅବସରରେ ଅଞ୍ଚଳର ଯୁବବର୍ଗଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳକୁଦ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲାI ତେବେ କନ୍ଧମାଳ ଜିଲ୍ଲାର ଏହି ଅଞ୍ଚଳଟି ମାଓ ଅଧ୍ୟୁସିତ ଅଂଚଳ ଭାବରେ ଚିହ୍ନଟ ହୋଇଥିବା ବେଳେ ଏହି ଅଂଚଳରେ ବିଏସଏଫ ପ୍ରତିଷ୍ଠା ହେବା ଦିନ ଠାରୁ ଅଂଚଳର ଜନସାଧାରଣ ନିର୍ଭୟରେ ଜୀବନ ଯାପନ କରିଆସୁଛନ୍ତି I ସେପଟେ ଅଂଚଳରେ ବିଏସଏଫ ଯବାନ ମାନେ ନିରନ୍ତର ଭାବରେ ସେବା ଯୋଗାଇ ଆସୁଛନ୍ତି I ଅନ୍ୟପଟେ ଅଂଚଳର ସେବା କରିବା ସହ ଯୁବପିଢ଼ି ମାନେ କିଭଳି ଭାବରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ତାହା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ସୂଚନା ଦେଇଛନ୍ତି ବିଏସଏଫର ବରିଷ୍ଠ ଅଧିକାରୀ I ଏହି ଶିବିରରେ ଅଂଚଳର ଶତାଧିକ ସାଧାରଣ ନାଗରିକ ଯୋଗ ଦେଇଥିବା ବେଳେ ସାଧାରଣତନ୍ତ୍ର ଦିବସରେ ବିଏସଏଫର ଏଭଳି ଜନହିତକର କାର୍ଯ୍ୟକ୍ରମ ପାଇଁ ବିଏସଏଫ ବାହିନୀଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ସହ ସମସ୍ତ ଜନସାଧାରଣ ଧନ୍ୟବାଦ ଜ୍ଞାପନ କରିଛନ୍ତି I

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.