ନୂଆଦିଲ୍ଲୀ,୧୨।୧୦: ପଞ୍ଜାବର ଫିରୋଜପୁରାରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍) ପାକିସ୍ତାନୀ ଡ୍ରୋନ୍‌କୁ ଉଡାଇବାରେ ସକ୍ଷମ ହୋଇଛି। ଏହି ଡ୍ରୋନ୍‌ ଜରିଆରେ ହେରୋଇନ୍ ଓ ପିସ୍ତଲ ନେଇଯିବାର ଚେଷ୍ଟା କରିଥିଲା। ବିଏସ୍‌ଏଫ୍ ମୁଖପାତ୍ର କହିଛନ୍ତି, ଡ୍ୟୁଟିରେ ମୁତୟନ ଥିବା ବିଏସ୍‌ଏଫ ଯବାନ ସୀମାବର୍ତ୍ତୀ ଅଞ୍ଚଳରେ ସନ୍ଦେହଜନକ ଭାବରେ ଏକ ଡ୍ରୋନ୍ ଦେଖିବା ପରେ ତାକୁ ରୋକିବାକୁ ଗୁଳିମାଡ କରିଥିଲେ। ଏହାପରେ ବିଏସ୍‌ଏଫ୍‌ ପକ୍ଷରୁ ସନ୍ଦିଗ୍ଧ ଡ୍ରପିଂ ଜୋନ୍‌ରେ ତଲାସୀ ଅଭିଯାନ ଆରମ୍ଭ କରିଛି। 

ମୁଖପାତ୍ର କହିଛନ୍ତି ସୈନିକମାନେ ଫିରୋଜପୁର ଅଞ୍ଚଳରେ ପଡିଥିବା ଡ୍ରୋନ୍‌ର ଏକ ପ୍ୟାକେଟ୍‌ରୁ ସନ୍ଦିଗ୍ଧ ହେରୋଇନ୍ ଜବତ କରିଥିଲେ। ଜବତ ଡ୍ରୋନ୍‌ର ଚିହ୍ନଟ ଚୀନ୍‌ରେ ନିର୍ମିତ ଡିଜେଫଇ ମଭିକ୍-୩ କ୍ଲାସିକ ରୂପରେ କରାଯାଇଛି। ଅଧିକାରୀଙ୍କ କହିବା ଅନୁସାରେ, ବିଏସ୍‌ଏଫ୍‌ ପଞ୍ଜାବର ଯବାନଙ୍କ ପକ୍ଷରୁ ୨୪ ଘଣ୍ଟା ଭିତରେ ଏହା ଦ୍ବିତୀୟ ଜବତ ଘଟଣା ଥିଲା। ଡ୍ରୋନ୍‌ ସହ ନିଶା ଦ୍ରବ୍ୟ ଜବତ କରାଯାଇଛି। ଏହା ପୂର୍ବରୁ ଅମୃତସରରେ ବିଏସ୍‌ଲଫ୍‌ ଶୁକ୍ରବାର ହେରୋଇନ୍‌ ନେଇଯାଉଥିବା ଏକ ଡ୍ରୋନ୍‌କୁ ନଷ୍ଟ କରିଥିଲା। ମୁଖପାତ୍ର କହିଛନ୍ତି, ସକାଳୁ ଡ୍ୟୁଟିରେ ମୁତୟନ ଥିବା ବିଏସଏଫ୍ ଯବାନ ଅମୃତସର ନିକଟବର୍ତ୍ତୀ ଅଞ୍ଚଳରୁ ଏକ ଡ୍ରୋନ୍‌ ଦେଖିବା ପରେ ତାକୁ ମାରି ନଷ୍ଟ କରିଦେଇଥିଲେ। 

ଅନ୍ୟପକ୍ଷେ ବିଏସଫ୍‌ଏଫ୍‌ ସିନିୟର ଅଧିକାରୀ କହିଛନ୍ତି ଶୀତଦିନ‌ ପାଖେଇ ବସୁଥିବାରୁ କାଶ୍ମୀରରେ ଅନୁପ୍ରବେଶ ଜୋରଦାର ବଢିବାରେ ଲାଗିଛି। ପ୍ରାୟ ୧୫୦ ଆତଙ୍କବାଦୀ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ବିଭିନ୍ନ ଲଞ୍ଚ ପ୍ୟାଡ୍‌ରେ  ଅପେକ୍ଷା କରୁଛନ୍ତି, କିନ୍ତୁ ସୁରକ୍ଷାବଳ ଏଭଳି କୌଣସି ଚେଷ୍ଟାକୁ ବିଳଫ କରିଦେବେ। ବିଏସ୍‌ଏଫ୍‌ର ମହାନିରୀକ୍ଷକ ଅଶୋକ ଯାଦବ କହିଛନ୍ତି, ଅନୁପ୍ରବେଶ ଚେଷ୍ଟା ଜାରି ରହିଛି। ବିଭିନ୍ନ ଏଜେନ୍ସିରୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଆମେ ସୀମାରେ ନିୟନ୍ତ୍ରଣର ଯୋଜନା କରିବାକୁ ସେନା ସହ ସମନ୍ବୟ ରଖିଛୁ। ଲଞ୍ଚିଂ ପ୍ୟାଡ୍‌ରେ ଆତଙ୍କବାଦୀଙ୍କ ସଂଖ୍ୟାକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ଯାହାଫଳରେ ଆକୁ ନିଜର ରଣନୀତି ତିଆରି କରିବା ସହ ଆତଙ୍କବାଦୀଙ୍କୁ କାବୁ କରିବାର ଯୋଜନାକୁ ଆକାର ଦେବାରେ ସାହାଯ୍ୟ ମିଳିବ।’