ନୂଆଦିଲ୍ଲୀ : ଗୋଟେପଟେ ଯେତେବେଳେ ପ୍ରିପେଡ୍ ପ୍ଲାନ ଲଗାତାର ମହଙ୍ଗା ହେବାରେ ଲାଗିଛି, ଅନ୍ୟପଟେ ସରକାରୀ ଟେଲିକମ୍ କମ୍ପାନୀ BSNL ଶସ୍ତା ପୋଷ୍ଟପେଡ୍ ପ୍ଲାନ୍ ନେଇ ଆସିଛି। ସାଧାରଣତଃ ଆଜି ଏକ ପ୍ରିପେଡ୍ ପ୍ଲାନର ଆରମ୍ଭ ୩୫୦-୪୦୦ଟଙ୍କାରେ ହୋଇଥାଏ, ସେଠାରେ BSNL କେବଳ ୧୯୯ ଟଙ୍କାରେ ପୋଷ୍ଟପେଡ୍ କନେକ୍ସନ ଦେଉଛି। ଏହି ପ୍ଲାନ ସେହି ଲୋକଙ୍କ ପାଇଁ ସ୍ୱତନ୍ତ୍ର ହେବ , ଯିଏ ପ୍ରତି ମାସରେ ରିଟାର୍ଜର ଅଡୁଆରୁ ରକ୍ଷା ପାଇବାକୁ ଚାହାନ୍ତି। ଆସନ୍ତୁ ତେବେ ଜାଣିବା କେମିତି ୧୯୯ ଟଙ୍କିଆ ପୋଷ୍ଟପେଡ୍ ପ୍ଲାନ ଆପଣଙ୍କୁ ମହଙ୍ଗା ରିଚାର୍ଜରୁ ମୁକ୍ତି ଦେଇ ପାରେ।

BSNL କେବଳ ୧୯୯ ଟଙ୍କାରେ ପୋଷ୍ଟପେଡ୍ ପ୍ଲାନ୍ ଅଫର କରୁଛି। ଏହି ପ୍ଲାନର ସବୁଠୁ ବଡ଼ ବିଶେଷତ୍ୱ ଯେ , ଏହା ଆଜିର କୌଣସି ବି ପ୍ରିପେଡ୍ ପ୍ଲାନ୍ ଠାରୁ ଶସ୍ତା। ଏହି ପ୍ଲାନରେ ୟୁଜରଙ୍କୁ ପ୍ରତି ମାସରେ ୨୫ ଜିବି ହାଇ-ସ୍ପିଡ୍ ଡାଟା ମିଳିବ। ଏହା ବ୍ୟତୀତ ଅନିଲିମିଟେଡ୍ ଭଏସ୍ କଲିଂ ମଧ୍ୟ ପୂରା ମୁକ୍ତ ରହିବ। ଏହା ବ୍ୟତୀତ ପ୍ରତିଦିନର ୧୦୦ ଏସଏମଏସ୍ ମଧ୍ୟ ଏହି ପ୍ଲାନକୁ ଚୟନ କରିଥିବା ୟୁଜରଙ୍କୁ ମିଳିବ।

ପୋଷ୍ଟପେଡ୍ ପ୍ଲାନରୁ ଆହୁରି ମଧ୍ୟ ଅନେକ ଲାଭ ମିଳିବ –

୧- ଏହି ପ୍ଲାନର ଲାଭ କେବଳ ଏତିକି ନୁହେଁ। ୧୯୯ ଟଙ୍କିଆ ଏହି ପୋଷ୍ଟପେଡ୍ ପ୍ଲାନରେ ଇଣ୍ଟରନେଟ୍ ଡାଟାର ବ୍ୟବହାର ଉପରେ ପ୍ରତିଦିନର କୌଣସି ଲିମିଟ ହେବ ନାହିଁ। କହିବାର ଅର୍ଥ ଏହା ଯେ, ଯଦି ଆପଣ ଚାହାନ୍ତି , ତ ଗୋଟିଏ ଦିନରେ ହିଁ ପୂରା ୨୫ ଜିବି ଡାଟା ଖର୍ଚ୍ଚ କରି ପାରିବେ।

୨-ଏହା ବ୍ୟତୀତ ଯଦି ଆପଣ ମାସକ ଭିତରେ ୨୫ ଜିବି ଡାଟା ବ୍ୟବହାର କରି ପାରିବେ ନାହିଁ , ତ ସେ ପରବର୍ତ୍ତୀ ମାସର ଡାଟାରେ ଯୋଡ଼ି ହୋଇ ଯିବ।

୩-ଏହିପରି ଆପଣ ଅଧିକରୁ ଅଧିକ ୭୫ ଜିବି ଡାଟା ପର୍ଯ୍ୟନ୍ତ ଜମା କରି ପାରିବେ। ଯଦି ଆପଣ ପୂରା ଡାଟା ଖର୍ଚ୍ଚ କରି ଦିଅନ୍ତି, ତ ଆପଣଙ୍କୁ ୧ ପଇସା ପ୍ରତି ଏମବି ହିସାବରେ ସାଧାରଣ ଚାର୍ଜ ଦେବାକୁ ହେବ।

ପ୍ରିପେଡ୍ ଠାରୁ କାହିଁକି ଭଲ ପୋଷ୍ଟପେଡ୍ ପ୍ଲାନ୍ –

୧- ସାଧାରଣତଃ ପ୍ରିପେଡ୍ ପ୍ଲାନ ୩୦୦ ଟଙ୍କାରୁ ମହଙ୍ଗା ଓ ୨୮ ଦିନର ଭାଲିଡିଟି ସହ ଆସି ଥାଏ। ସେଠାରେ ୧୯୯ ଟଙ୍କାର ପୋଷ୍ଟପେଡ୍ ପ୍ଲାନ୍ ଶସ୍ତା ତ ହେବ ଏବଂ ଏଥିରେ ଆପଣଙ୍କର ବିଲ୍ ୩୦ ଦିନ ପରେ ହିଁ ଜେନେରେଟ୍ ହେବ। ଏଥିରେ ଏହି ପ୍ଲାନ ସହ ଆପଣଙ୍କୁ ୧୯୯ ଟଙ୍କାରେ ୩୦ ଦିନର ଭାଲିଡିଟି ମିଳି ଯିବ।

୨- ଏହା ବ୍ୟତୀତ ଏହି ପ୍ଲାନରେ ୟୁଜରଙ୍କୁ ସମୟ ପୂର୍ବରୁ ରିଚାର୍ଜ କରିବା କିମ୍ୱା ପୁଣି ରିଚାର୍ଜ ଶେଷ ହେବା ପୂର୍ବରୁ ଇନକମିଂ କଲର ସମସ୍ୟାରୁ ମୁକ୍ତି ମଧ୍ୟ ମିଳିଯିବ।

୩- ଡାଟା ଉପରେ କୌଣସି ଲିମିଟ ନଥିବା କାରଣରୁ ୟୁଜର ବିନା ପ୍ରତିବନ୍ଧକରେ ଇଣ୍ଟରନେଟ୍ ଡାଟା ଚଲାଇ ପାରିବେ ଏବଂ ଡାଟା ରୋଲଓଭରର ସୁବିଧା ଯୋଗୁଁ ବଳକା ଡାଟା ପରବର୍ତ୍ତୀ ମାସରେ ବ୍ୟବହାର କରାଯାଇ ପାରିବ।

ଆହୁରି ମଧ୍ୟ ପଢନ୍ତୁ – Coronavirus: ସରିନି ବିପଦ, ଚୀନରେ ମାଡ଼ୁଛି କରୋନା; ଭାରତର କେତେକ ରାଜ୍ୟରେ ବି ସଂକ୍ରମିତ ଚିହ୍ନଟ