ନୂଆଦିଲ୍ଲୀ,୧୪।୧୧: ସରକାରୀ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଭାରତରେ ‘ସାଟେଲାଇଟ୍‌-ଟୁ-ଡିଭାଇସ୍’ ସର୍ଭିସ ଲଞ୍ଚ କରିଛି। ବିଏସ୍‌ଏନ୍‌ଏଲ୍‌ ଏଭଳି କରିଥିବା ପ୍ରଥମ ଟେଲିକମ୍ କମ୍ପାନୀ। ଏବେ ବିଏସ୍‌ଏନ୍‌ଏଲ ଶେଷରେ ଏହାକୁ ୟୁଜର୍ସଙ୍କ ପାଇଁ ଲଞ୍ଚ କରିଛି। BSNL D2D ଏହି ଟେକ୍ନୋଲୋଜି ପାଇଁ କାର୍ଲିଫର୍ଣ୍ଣିଆର କମ୍ପାନୀ Viasat ସହ ପାର୍ଟନରସିପ୍ କରିଛି।ଏହି ନୂଆ ସର୍ଭିସର ଲଞ୍ଚିଂର ସୂଚନା ଦୂରସଞ୍ଚାର ବିଭାଗ ‘ଏକ୍ସ’ରେ ପୋଷ୍ଟ କରିଛି। ଉଲ୍ଲେଖନୀୟ ଯେ, ସାଟେଲାଇଟ୍ କନେକ୍ଟିଭିଟି କୌଣସି ନୂଆ ଟେକ୍ନୋଲୋଜି ନୁହେଁ। ଆସନ୍ତୁ ଜାଣିବା ଏହାର ଡିଟେଲ୍ସ।

ବିଏସ୍‌ଏନ୍‌ଏଲ୍‌ର ଏହି ଖାସ୍ ସର୍ଭିସ ରିମୋଟ ଏରିଆ ଓ ବିନା ନେଟଓ୍ବର୍କ ଥିବା ସ୍ଥାନରେ ନେଟଓ୍ବର୍କ ପ୍ରୋଭାଇଡ୍ କରିଥାଏ। ବିଶେଷ ଭାବରେ ପାହାଡି ଓ ଜଙ୍ଗଲ ଅଞ୍ଚଳରେ ଏହି ସର୍ଭିସ ବ୍ୟବହାର କରାଯିବ। ଏହି ସର୍ଭିସକୁ ଲଞ୍ଚ କରି ଡିଓଟି ଏକ ଛୋଟ ଭିଡିଓ ସେୟାର କରିଛି,ଯେଉଁଥିରେ ସାଟେଲାଇଟ୍‌-ଟୁ-ଡିଭାଇସ୍‌ ସର୍ଭିସର ଝଲକ ଦେଖିବାକୁ ମିଳିଛି।

ଏହି ସର୍ଭିସ ସେହି ସ୍ଥିତିରେ ବିଏସ୍‌ଏନ୍‌ଏଲ୍ ୟୁଜର୍ସଙ୍କୁ ସାହାଯ୍ୟ କରିବ, ଯେଉଁଠି ସେଲୁଲାର ନେଟଓ୍ବର୍କ କିମ୍ବା ଓ୍ବାଇଫାଇ ସର୍ଭିସ ନଥାଏ। କଲିଂ ସହ ୟୁଜର୍ସ ଏହି ସର୍ଭିସ ଜରିଆରେ ଏସ୍‌ଓଏସ୍‌ ଅର୍ଥାତ ଏମର୍ଜେନ୍ସି ମେସେଜ୍ ମଧ୍ୟ ପଠାଇପାରେ ଓ ୟୁପିଆଇ ପେମେଣ୍ଟ କରିପାରେ। କମ୍ପାନୀ ଏହା ସ୍ପଷ୍ଟ କରିନି ଯେ, କ’ଣ ଏହି ସୁବିଧା ସାମାନ୍ୟ କଲ୍‌ ଓ ଏସଏମଏସ୍ ପାଇଁ ଉପଲବ୍ଧ ହେବ କିମ୍ବା ନାହିଁ। ଉଲ୍ଲେଖନୀୟ ଯେ, ସବୁଠାରୁ ପ୍ରଥମେ ଆପଲ କମ୍ପାନୀ ଆଇଫୋନ୍ ୧୪ ସିରିଜ୍ ସହ ଏହି ଫିଚର ମାର୍କେଟରେ ଆଣିଥିଲା। କିନ୍ତୁ ଏହି ସର୍ଭିସ ଭାରତରେ ଉପଲବ୍ଧ ନାହିଁ।