ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜିଓ-ଏୟାରଟେଲ୍‌କୁ ଟକ୍କର ଦେବ ବିଏସ୍ଏନ୍ଏଲ୍, ଆଣିଲା ଜବରଦସ୍ତ ସର୍ଭିସ୍‌

Published By : Krishna Priya | November 13, 2024 2:15 PM

ନୂଆଦିଲ୍ଲୀ ୧୨/୧୧: ଘରୋଇ ଟେଲିକମ୍ କମ୍ପାନୀଗୁଡିକୁ ଟକ୍କର ଦେଇଛି  BSNL । ସରକାରୀ ଟେଲିକମ୍ କମ୍ପାନୀ ଗୋଟିଏ ପରେ ଗୋଟିଏ ନୂଆ ସେବା ଆରମ୍ଭ କରୁଛି। ଏହି ସମୟରେ, ବର୍ତ୍ତମାନ BSNL ମନୋରଞ୍ଜନ ପାଇଁ ଏକ ନୂତନ ଦିଗ ଦେଇଛି ଏବଂ IFTV ଅର୍ଥାତ୍ ଇଣ୍ଟରନେଟ୍ ଫାଇବର ଟିଭି ସହଯୋଗରେ ଏକ ସ୍ୱତନ୍ତ୍ର ସେବା ଆରମ୍ଭ କରିଛି । ଭାରତର ପ୍ରଥମ ଫାଇବର-ବେସ୍ଡ ଇଣ୍ଟରନେଟ୍ ଟିଭି ସର୍ଭିସ୍‌ ବର୍ତ୍ତମାନ BSNL ର FTTH ଅର୍ଥାତ୍ ଫାଇବର ଟୁ ଦ ହୋମ୍ ନେଟୱାର୍କରେ ଉପଲବ୍ଧ । ଯାହା ଲକ୍ଷ ଲକ୍ଷ ୟୁଜର୍ସଙ୍କୁ କ୍ରିଷ୍ଟାଲ୍‌ କ୍ଲିୟର୍‌ ଷ୍ଟ୍ରିମିଂ ସହିତ ସର୍ବୋତ୍ତମ ମନୋରଞ୍ଜନ ଅଭିଜ୍ଞତା ଅଫର୍‌ କରୁଛି।

BSNL ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ମିଡିଆ ଏକ୍ସରେ ସୂଚନା ପ୍ରଦାନ କରି କହିଛି, ଏହି ସର୍ଭିସ୍‌ ଅଧିନରେ BSNLର ଗ୍ରାହକ ଏବେ ୫୦୦ ରୁ ଅଧିକ ଲାଇଭ୍‌ ଟିଭି ଚ୍ୟାନେଲ୍ସର ମଜା ନେଇପାରିବେ, ଯେଉଁଥିରେ ପ୍ରିମିୟମରେ ଟିଭି କଣ୍ଟେଟ୍‌ ବି ସାମିଲ। IFTV ମାଧ୍ୟମରେ, ୟୁଜର୍ସମାନେ କୌଣସି ବାଧା ବିନା ଉଚ୍ଚମାନର ଭିଡିଓ ଷ୍ଟ୍ରିମିଂ ଅଭିଜ୍ଞତା ପାଇବେ । ଏଥିସହ କମ୍ପାନୀ ଏହି ପଦକ୍ଷେପକୁ ଭାରତୀୟଙ୍କ ପାଇଁ ଏକ ନୂତନ ପଦକ୍ଷେପ ବୋଲି ବର୍ଣ୍ଣନା କରିଛି।

IFTV ସେବାର ଗୋଟିଏ ସୁବିଧା ହେଉଛି ଏହାକୁ ବ୍ୟବହାର କରିବାକୁ ଡାଟା ସୀମା ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । BSNL କହିଛି ଯେ IFTV ର କଣ୍ଟେଟ୍‌ ୟୁଜର୍ସଙ୍କ ଡାଟା ଲିମିଟରେ ଯୋଡାଯିବ ନାହିଁ । ଏହା ସହିତ, ୟୁଜର୍ସମାନେ ସେମାନଙ୍କର ଡାଟା ପ୍ୟାକ୍ ର ସୀମାକୁ କୌଣସି ବାଧା ବିନା ଲାଇଭ୍ ଟିଭି ଏବଂ ପ୍ରିମିୟମ୍ କଣ୍ଟେଟର ମଜା ନେଇପାରିବେ।

BSNL ଏହା ମଧ୍ୟ ଘୋଷଣା କରିଛି ଯେ ଏହି ସେବା ସମସ୍ତ BSNL FTTH ଗ୍ରାହକଙ୍କ ପାଇଁ କୌଣସି ଏକ୍ସଟ୍ରା ମୂଲ୍ୟରେ ଉପଲବ୍ଧ ହେବ । ଏହି ସେବା ପାଇବା ପାଇଁ ଗ୍ରାହକମାନେ କୌଣସି ଅଲଗା ସବସ୍କ୍ରିପ୍ସନ୍‌ ଆବଶ୍ୟକ କରିବେ ନାହିଁ, ଯାହା ସମସ୍ତଙ୍କ ପାଇଁ ଅଧିକ ସୁଲଭ ବିକଳ୍ପ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.