ନୂଆଦିଲ୍ଲୀ,୨୭/୦୯: ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି । ଆଜିଠୁ ଦେଶବ୍ୟାପୀ BSNLର 4G ସେବା ଆରମ୍ଭ ହୋଇଛି । ଭାରତ ସଞ୍ଚାର ନିଗମ ଲିମିଟେଡର 4G ସେବା ଏବେ ସବୁ ରାଜ୍ୟରେ ଉପଲବ୍ଧ ହୋଇଛି । ପୂର୍ବରୁ, BSNLର 4G ସେବା ଦେଶର ବିଭିନ୍ନ ଟେଲିକମ୍ ସର୍କଲରେ ଆରମ୍ଭ ହୋଇଥିଲା  । ନେଟୱାର୍କ ଏକକାଳୀନ ୯୮,୦୦୦ ସାଇଟରେ ରୋଲ ଆଉଟ କରାଯାଇଛି । BSNLର 4G ସେବାର ଆନୁଷ୍ଠାନିକ ଶୁଭାରମ୍ଭ ସହିତ, ସମସ୍ତ ଟେଲିକମ୍ କମ୍ପାନୀଗୁଡ଼ିକ ଏବେ 4G ନେଟୱାର୍କ ସହିତ ଯୋଡ଼ି ହୋଇଛନ୍ତି । ଆଗାମୀ ଦିନରେ ୫ଜି ସେବାରେ ବିସିଏଏନଏଲ ଯୋଡି ହେବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

BSNLର ରୌପ୍ୟ ଜୟନ୍ତୀ ଅବସରରେ, ପ୍ରଧାନମନ୍ତ୍ରୀ ୯୮,୦୦୦ ରୁ ଅଧିକ 4G ମୋବାଇଲ୍ ଟାୱାର ମଧ୍ୟ ଉଦଘାଟନ କରିଛନ୍ତି । ଯେଉଁଥିରୁ ୯୨,୬୦୦ଟି ଟେଲିକମ୍ ସେବା ପ୍ରଦାନକାରୀଙ୍କ 4G ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ । ଏହି ଟାୱାରଗୁଡ଼ିକ ପ୍ରାୟ ୩୭,୦୦୦ କୋଟି ଟଙ୍କା ବ୍ୟୟରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ହୋଇଛି । ସ୍ୱଦେଶୀ 4G ନେଟୱାର୍କ ଆରମ୍ଭ ହେବା ସହିତ, ଭାରତ ସ୍ୱଦେଶୀ ଟେଲିକମ୍ ଉପକରଣ ନିର୍ମାଣ କରୁଥିବା ଡେନମାର୍କ, ସ୍ୱିଡେନ, ଦକ୍ଷିଣ କୋରିଆ ଏବଂ ଚୀନ୍ ଭଳି ଦେଶ ତାଲିକାରେ ସାମିଲ ହୋଇଛି ।

ସ୍ୱଦେଶୀ 4G ନେଟୱାର୍କ କ’ଣ ? ଟେଲିକମ୍ କମ୍ପାନୀ BSNLର ସ୍ୱଦେଶୀ 4G ନେଟୱାର୍କ । BSNL ଗ୍ରାହକମାନଙ୍କୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ପ୍ରଦାନ କରିବ । ଏହା ଗ୍ରାମୀଣ ଲୋକକୁ ସଶକ୍ତ କରିବ ଏବଂ BSNLର 5G ନେଟୱାର୍କ ପାଇଁ ପଥ ପ୍ରଶସ୍ତ କରିବ । ଏହାର ଶୁଭାରମ୍ଭ ଓଡ଼ିଶାର ୨୪୭୨ ଗାଁ  ସମେତ ଦୂରଦୂରାନ୍ତ, ସୀମାନ୍ତ ଅଞ୍ଚଳରେ ୨୬,୭୦୦ରୁ ଅଧିକ ଗାଁକୁ ଯୋଡିବ । ଏହା ୨୦ ଲକ୍ଷରୁ ଅଧିକ ନୂଆ ଗ୍ରାହକଙ୍କୁ ସେବା ପ୍ରଦାନ କରିବ । 

ବିଏସ୍‌ଏନ୍‌ଏସ ସ୍ୱଦେଶୀ ସେବାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି,'' ଭାରତୀୟ କମ୍ପାନୀଗୁଡିକ ଭାରତକୁ ବିଶ୍ୱର ସେହି ପାଞ୍ଚ ଦେଶ ତାଲିକାରେ ପହଞ୍ଚାଇଛନ୍ତି ଯାହା ପାଖରେ ୪ଜି ସେବା ଆରମ୍ଭ କରିବାର ସ୍ୱଦେଶୀ  ଟେକ୍ନୋଲୋଜି ଅଛି । ଆଜି ବିଏସ୍‌ଏନ୍‌ଏଲ ପ୍ରତିଷ୍ଠାର ୨୫ ବର୍ଷ ପାଳନ କରୁଛି । BSNL ଯୋଗୁଁ ଭାରତ ଏକ ବିଶ୍ୱସ୍ତରୀୟ ଟେଲିକମ୍ ଉତ୍ପାଦନ କେନ୍ଦ୍ର ହେବା ପଥରେ ଅଗ୍ରସର ହେଉଛି। ସ୍ୱଦେଶୀ 4G ନେଟୱାର୍କ ଆଜି ଏଠାରୁ ଆରମ୍ଭ ହେଉଛି, ଯାହାର ଏକ ଅଂଶ ଭାବରେ, ସାରା ଦେଶରେ ୧ ଲକ୍ଷ 4G ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି । ସୀମାନ୍ତ ଜିଲ୍ଲା ଏବଂ ଦୂରଦୂରାନ୍ତର ଗାଁ, ଯେଉଁଠାରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଏବଂ ଯୋଗାଯୋଗ  ସମସ୍ୟା ଥିଲା, ଏହା ଦ୍ୱାରା ବହୁତ ଲାଭବାନ ହେବେ ।''