ବୌଦ୍ଧ,୧୨/୦୫:ସମଗ୍ର ଭାରବର୍ଷରେ ମହାପ୍ରଭୁ ବୁଦ୍ଧଙ୍କ ନାମରେ ନାମିତ ଏକମାତ୍ର ଜିଲ୍ଲା ବୌଦ୍ଧ ଜିଲ୍ଲା ନାମକରଣ ହୋଇଛି । ସୋମବାର ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ୨୫୬୯ତମ ଜୟନ୍ତୀ ଜିଲ୍ଲା ପ୍ରଶାସନ ଓ ବୁଦ୍ଧ ଜୟନ୍ତୀ କମିଟିର ମିଳିତ ଆନୁକୁଲ୍ୟରେ ପାଳନ କରାଯାଇଛି । ସକାଳ ୮ ଘଟିକା ସମୟରେ ରାଜବାଟି ନିକଟସ୍ଥ ଐତିହାସିକ ବୁଦ୍ଧ କୀର୍ତ୍ତିରାଜିଠାରେ ପଣ୍ଡିତ ମିନୁପ୍ରସାଦ ମିଶ୍ରଙ୍କ ଦ୍ଵାରା ପୂଜା ଧ୍ଵଜା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ତାଙ୍କ ପତ୍ନୀ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୁଦ୍ଧ ଜୟନ୍ତୀ କମିଟିର ଆବାହକ ଦେବାଶିଷ ପୁରୋହିତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ବୌଦ୍ଧ ନାମକରଣ ସମ୍ପର୍କରେ ଗବେଷକ ବିଶ୍ୱେଶ୍ଵର ପୃଷ୍ଟି ବୁଦ୍ଧଙ୍କର ସମୀକ୍ଷା କରିଥିଲେ । ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସ୍ଥାପିତ ବୁଦ୍ଧ ମୂର୍ତ୍ତି ସମ୍ମୁଖରେ ସଂପୃକ୍ତ ବ୍ୟକ୍ତି ବିଶେଷ ମାନଙ୍କ ଦ୍ଵାରା ବୁଦ୍ଧ ଜୟନ୍ତୀ ପାଳନ ହୋଇଯାଇଛି । ପରେ ପରେ ଗମ୍ଭାରୀପଦର, ଶ୍ୟାମସୁନ୍ଦରପୁର, ପରଗଲପୁର ଠାରେ ବୁଦ୍ଧ ଜୟନ୍ତୀ ଉତ୍ସବ ପାଳନ କରିବା ପରେ ରାମଗଡ଼ ପଞ୍ଚାୟତ ଠାରେ ନୂତନ ଭାବେ ନିର୍ମାଣ ହୋଇ ସମ୍ପୂର୍ଣ୍ଣ ହୋଇଥିବା ବୁଦ୍ଧ ଓ ଗଣେଶଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଏଥିରେ ଗୋଷ୍ଠୀ ଅଧିକାରୀ ଶରତ କୁମାର ସେଠୀ, ସରପଞ୍ଚ ରାମଗଡ ପଞ୍ଚାୟତ ପ୍ରଭାସିନୀ ଯୋଶୀ, ପିଇଓ ବସନ୍ତ କୁମାର କର୍ଣ୍ଣ, ସମାଜସେବୀ ଶୁଭେନ୍ଦୁ କୁମାର ଯୋଶୀ, ପୂଜକ ବିଭୁତି ଭୂଷଣ ଯୋଶୀ, ପଞ୍ଚାୟତର ସମସ୍ତ କର୍ମଚାରୀ, ସମିତି ସଭ୍ୟ ରଶ୍ମିତା ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର କୁମାର ଯାନୀ, ପ୍ରଧାନ ଶିକ୍ଷକ, କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।