ପୁରୀ: ପୁରୀ ସ୍ବର୍ଗଦ୍ବାର ରାସ୍ତାରେ ବୁଲିଲା ବୁଲଡୋଜୋର। ବାଲି ସାହିରୁ ସ୍ଵର୍ଗଦ୍ଵାର ଛକ ଯାଏଁ ରାସ୍ତା ଜବରଦଖଲ କରି ଉଠା ଦୋକାନୀ ମାନେ ବ୍ୟବସାୟ କରୁଥିବା ବେଳେ ସେମାନଙ୍କ ଦୋକାନ ଉପରେ ବୁଲିଛି ବୁଲଡୋଜର। ପୁରୀ ପୌରସଂସ୍ଥା ଅଧିକାରୀ ଓ ପୋଲିସ ଉପସ୍ଥିତିରେ ବୁଲଡୋଜୋର ଲଗାଯାଇ ଉଛେଦ କରାଯାଇଛି। ଯାହା ଫଳରେ ଶତାଧିକ ଦୋକାନୀ ଏବେ ବ୍ୟବସାୟ କୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ଶ୍ରୀମନ୍ଦିର ନିକଟ କାକୁଡି ଖାଇ ଛକ ଠାରୁ ସ୍ବର୍ଗଦ୍ବାର ଛକ ଯାଏଁ ରାସ୍ତା ଉପରେ ଜବରଦଖଲ କରି ଦୋକାନୀ ମାନେ ବ୍ୟବସାୟ କରୁଥିବା ଯୋଗୁଁ ଯାତାୟାତରେ ବହୁ ଅସୁବିଧା ଭୋଗୁଥିଲେ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ। ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଯାତ୍ରୀଙ୍କ ଯାତାୟତରେ ସୁବିଧା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।