କଟକ ୩୧/୦୭: ମହଙ୍ଗା ପଡ଼ିଲା ଟ୍ୟାକ୍ସ ଫାଙ୍କିବା। ଶିବଶଙ୍କର ଯାତ୍ରୀବାହୀ ବସ୍‌ ମାଲିକ ଗଣିଲେ ୧୦ ଲକ୍ଷ ଟଙ୍କାର ଫାଇନ୍‌ । ଫାଇନ୍‌ ଦେଇ ଗାଡ଼ି ଛଡ଼ାଇଲେ ମାଲିକ । ଗାଡ଼ିର ଫିଟ୍‌ନେସ, ଇନ୍‌ସରାନ୍ସ କିମ୍ବା ପରମିଟ୍, ପଲ୍ୟୁସନ ନଥାଇ ରାସ୍ତାରେ ଗଡ଼ୁଥିବାରୁ ୧୦ ଲକ୍ଷ ଟଙ୍କା ଫାଇନ କରିଥିଲା କଟକ ଆଟିଓ।

 

ସୂଚନା ଅନୁଯାୟୀ, ବୁଧବାର ଦିନ କଟକରେ ଶିବଶଙ୍କର ନାମକ ଏକ ଯାତ୍ରୀବାହୀ ବସ୍‌କୁ ଜରିମାନା ଦିଆଯାଇଛି । କଟକ ଆରଟିଓ ପକ୍ଷରୁ ଏହି ଜରିମାନା ଲଗାଯାଇଛି । ଗାଡ଼ିର ଇନ୍‌ସୁରାନ୍ସ ନଥିଲା କି ରାସ୍ତାରେ ଚାଲିବାର ପରମିଟ୍‌ ବି ନଥିଲା। ଫିଟ୍‌ନେସ୍ ଓ ପଲ୍ୟୁସନ ନଥିବା କାରଣରୁ କଟକ ଆରଟିଓ ପକ୍ଷରୁ ୧୦ ଲକ୍ଷ ଟଙ୍କା ଫାଇନ୍‌ କରିଥି‌ଲେ। ଯାହାଫଳରେ ବସ୍‌କୁ ୧୦ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ କଟକ ଆର୍‌ଟିଓ ।