ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ମହଙ୍ଗା ପଡ଼ିଲା ଟ୍ୟାକ୍ସ ଫାଙ୍କିବା, ୧୦ ଲକ୍ଷ ଗଣିଲେ ଶିବଶଙ୍କର ବସ୍ ମାଲିକ

Published By : Manoj | July 31, 2025 12:32 PM

କଟକ ୩୧/୦୭: ମହଙ୍ଗା ପଡ଼ିଲା ଟ୍ୟାକ୍ସ ଫାଙ୍କିବା। ଶିବଶଙ୍କର ଯାତ୍ରୀବାହୀ ବସ୍‌ ମାଲିକ ଗଣିଲେ ୧୦ ଲକ୍ଷ ଟଙ୍କାର ଫାଇନ୍‌ । ଫାଇନ୍‌ ଦେଇ ଗାଡ଼ି ଛଡ଼ାଇଲେ ମାଲିକ । ଗାଡ଼ିର ଫିଟ୍‌ନେସ, ଇନ୍‌ସରାନ୍ସ କିମ୍ବା ପରମିଟ୍, ପଲ୍ୟୁସନ ନଥାଇ ରାସ୍ତାରେ ଗଡ଼ୁଥିବାରୁ ୧୦ ଲକ୍ଷ ଟଙ୍କା ଫାଇନ କରିଥିଲା କଟକ ଆଟିଓ।

 

ସୂଚନା ଅନୁଯାୟୀ, ବୁଧବାର ଦିନ କଟକରେ ଶିବଶଙ୍କର ନାମକ ଏକ ଯାତ୍ରୀବାହୀ ବସ୍‌କୁ ଜରିମାନା ଦିଆଯାଇଛି । କଟକ ଆରଟିଓ ପକ୍ଷରୁ ଏହି ଜରିମାନା ଲଗାଯାଇଛି । ଗାଡ଼ିର ଇନ୍‌ସୁରାନ୍ସ ନଥିଲା କି ରାସ୍ତାରେ ଚାଲିବାର ପରମିଟ୍‌ ବି ନଥିଲା। ଫିଟ୍‌ନେସ୍ ଓ ପଲ୍ୟୁସନ ନଥିବା କାରଣରୁ କଟକ ଆରଟିଓ ପକ୍ଷରୁ ୧୦ ଲକ୍ଷ ଟଙ୍କା ଫାଇନ୍‌ କରିଥି‌ଲେ। ଯାହାଫଳରେ ବସ୍‌କୁ ୧୦ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ କଟକ ଆର୍‌ଟିଓ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.