ଯାଜପୁର ୨୩/୧୧: ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ବସ୍। ୫ ପଥଚାରୀ ଗୁରୁତର ମେଡିକାଲରେ ଭର୍ତ୍ତି। ତଦନ୍ତ କରୁଛି ପୁଲିସ।

ସୂଚନା ଅନୁଯାୟୀ, ବରୀ ମୁଖ୍ୟ ରାସ୍ତା ଧୋବାଗଳି ଛକରେ ଦୁର୍ଘଟଣା ଘଟିଛି। ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ୫ ଜଣ ପଥଚାରୀଙ୍କ ଉପରେ ଏକ ଘରୋଇ ବସ୍ ମାଡିଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଛି। ବସକୁ ଜବତ କରି ସଦର ଥାନା ପୁଲିସ ତଦନ୍ତ କରୁଛି।