ଛତ୍ରପୁର୨୬/୦୮: ଗଞ୍ଜାମ ଜିଲ୍ଲା ଦଶଟୁଙ୍ଗି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥରେ ଟ୍ରକ୍କୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣା ବସ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ୫ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଗଞ୍ଜାମ ପୁଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର ପରେ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ଖମ୍ବେଶ୍ବରୀ ନାମ ଏକ ଘରୋଇ ବସ୍ ବ୍ରହ୍ମପୁରରୁ ଭୁବନେଶ୍ବର ଯାଉଥିଲା। ଜାତୀୟ ରାଜପଥ ଦଶଟୁଙ୍ଗି ଛକ ନିକଟ କୌଣସି କାରଣରୁ ଆଗରେ ଯାଉଥିବା ଏକ ଟ୍ରକ୍ ହଠାତ୍ ବ୍ରେକ୍ ମାରିଥିଲେ। ଫଳ ଖମ୍ବେଶ୍ବରୀ ବସ୍ ଡ୍ରାଇଭର ବ୍ରେକ୍ ମାରିପାରିନଥିଲେ। ଫଳ ବସଟି ଭାରସାମ୍ୟ ହରାଇ ଦ୍ରୁତଗିତି ଟ୍ରକ ପଛକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସର ଆଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ମାର୍ ହୋଇଥିବା ବେଳେ ଚାପି ହୋଇ ରହିଯାଇଥିଲା ଚାଳକ। ବସ୍ରେ ଥିବା ୫ ଯାତ୍ରୀ ମଧ୍ୟ ଆହତ ହୋଇଥିଲେ। ତୁରନ୍ତ ସ୍ଥାନୀୟଲୋକ ବସ୍ ଡ୍ରାଇଭର ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ମୁହଁ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ଯାତ୍ରୀ ଏବଂ ଡ୍ରାଇଭରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ି ଗୁଡ଼ିକ ଜବତ କରି ତଦନ୍ତ ଆରମ୍ଭ କରିଛି।