ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମଟରସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଷ୍ଟିୟରିଂ ମୋଡ଼ି ଦେଲେ ବସ୍ ଡ୍ରାଇଭର: ୯ ମୃତ, ଏକାଧିକ ଆହତ

Published By : Bijay Swain | November 29, 2024 5:26 PM

Image Courtesy:- ABP

ମୁମ୍ବାଇ: ମଟର ସାଇକେଲ ଆରୋହିଙ୍କୁ ବଞ୍ଚାଇବାକୁ ଯାଇ ଷ୍ଟିୟରିଂ ମୋଡ଼ି ଦେଲେ ବସ୍ ଡ୍ରାଇଭର। ଆଖିପିଛୁଳାକେ ଘଟିଘଲା ଭୟଙ୍କର ସଡ଼କ ଦୁର୍ଘଟଣା। ଚାଲିଗଲା ୯ ଜୀବନ। ମହାରାଷ୍ଟ୍ର ଗୋନ୍ଦିଆ ଜିଲ୍ଲା ଖାଜରି ଗାଁ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। 

ମହାରାଷ୍ଟ୍ର ରାଜ୍ୟ ପରିବହନ ନିଗମର ଏକ ବସ୍ କୋହମ୍‌ରା ରାଜପଥ ଦେଇ ନାଗପୁରରୁ ଗୋନ୍ଦିଆ ଅଭିମୁଖେ ଯାତ୍ରା କରୁଥିଲା। ଖାଜରି ଗାଁ ନିକଟରେ ହଠାକ୍ ଏକ ବାଇକ ଆରୋହୀ ବସ୍‌ ସମ୍ମୁଖକୁ ଚାଲି ଆସିବାରୁ ଏହି ଦୁର୍ଘଟଣା ଘଟିଛି। ମୋଟରସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବସ ଡ୍ରାଇଭର ବସକୁ ବିପରୀତ ଦିଗକୁ ମୋଡି ଦେଇଥିଲେ। ଫଳରେ ନିୟନ୍ତ୍ରଣ ହରାଇ ବସ୍‌ଟି ରାସ୍ତାରେ ଓଲଟି ପଡିଥିଲା। ବସ୍‌ରେ ୩୫ ଯାତ୍ରୀ ଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏକାଧିକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। 

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଆଞ୍ଚଳିକ ବିଭାଗୀୟ ଅଧିକାରୀମାନଙ୍କ ଓ ଜରୁରୀକାଳିନ ଟିମ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଦୁର୍ଘଟଣା ଘଟିବା ପରେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.