ରାୟଗଡ(ଗଜପତି)୩।୭- ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନ ରାଶିବାଡ଼ ଘାଟିରେ ଭାରସାମ୍ୟ ହରାଇ ଏକ ବସ ଗୁରୁବାର ଘାଟି ତଳକୁ ଖସି ପଡିଛି। ତେବେ ଏଥିରେ ଯାଉଥବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଜିରାଙ୍ଗ ବଳଦେବଜୀଉଙ୍କ ପ୍ରସିଦ୍ଧ ଯାତ୍ରା ଚାଲିଥିବାବେଳେ ଏହାର ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଆସି ଦର୍ଶନ କରି ପାରଳାଖେମୁଣ୍ଡି ଠାରୁ ରାମଗିରି ଅଭିମୁଖେ ଯାଉଥିଲେ। ଭେଙ୍କେଟାଦ୍ରୀ ନାମକ ଯାତ୍ରୀବାହୀ ବସରେ ନିଜ ଘରକୁ ଫେରୁଥିବା ସମୟରେ ରାଶିବାଡ଼ ଘାଟିଠାରେ ଉପରକୁ ଚଢି ନପାରି ଭାରସାମ୍ଯ ହରାଇ ତଳକୁ ଖସି ଯାଇ ଏକ ଚାଷ ଜମିରେ ପଶିଯାଇଥିଲା l ତେବେ ସମ୍ପୃକ୍ତ ବସର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଖଟାଇବା ଯୋଗୁଁ ଜଣେ ମହିଳା ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି l ତେବେ ଘଟଣାସ୍ଥଳରେ ରାୟଗଡ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସହ ତଦନ୍ତ କରୁଥିବା ଥାନାଧିକାରୀ କମଳା ଚୌଧୁରୀ କହିଛନ୍ତି l