ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିଲା ବସ୍ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

Published By : Anindita Ratha | January 12, 2025 11:32 AM

ଭୁବନେଶ୍ବର,୧୨/୦୧: କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିଲା ବସ୍ । ବିଭିନ୍ନ ଜିଲ୍ଲାରୁ ବସ୍ ପ୍ରୟାଗରାଜ ଅଭିମୁଖେ ବାହାରିଛି। ଭିଡିଓ କନଫରେନ୍ସିଂ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ମହାକୁମ୍ଭ ଉପଲକ୍ଷେ ଏହି ବସ୍‌ ସେବା ଆରମ୍ଭ କରାଯାଇଛି। ପୁରୀ-ଅଯୋଧ୍ୟା,ବ୍ରହ୍ମପୁର- ଅଯୋଧ୍ୟାକୁ ଏହି ସ୍ବତନ୍ତ୍ର ବସ ସେବା ଆରମ୍ଭ ହୋଇଛି। 

ଭୁବନେଶ୍ବର ଓ ସମ୍ବଲପୁରରୁ ମଧ୍ୟ ପ୍ରୟାଗରାଜକୁ ବସ୍‌ ଗଡିଛି। ଅଯୋଧ୍ୟା ସହ ପ୍ରୟାଗରାଜକୁ ଶ୍ରଦ୍ଧାଳୁ ଯିବାର ବ୍ୟବସ୍ଥା କରାଯାଇଛି।  ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ବସ୍ ସେବା ଆଜିଠାରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ବସରେ ସ୍ଲିପର ସିଟ୍ ରହିବା ସାଙ୍ଗକୁ ମୋବାଇଲ୍ ଚାର୍ଜିଂର ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଏହାଛଡ଼ା ବସରେ ସେଫ୍ଟି ସିଷ୍ଟମ, ପ୍ୟାନିକ୍ ବଟନ ଏବଂ ଜିପିଏସ୍ ଟ୍ରାକିଂର ବ୍ୟବସ୍ଥା ଅଛି । ସେହିପରି ଓଏସ୍‌ଆର୍‌ଟିସି ପକ୍ଷରୁ ବସ୍‌ ସେବା ମାର୍ଗ ବିବରଣୀ  ମଧ୍ୟ ଦିଆଯାଇଛି ।  ପୁରୀରୁ ବସ୍‌ଟି ବାହାରି ଭୁବନେଶ୍ୱର, ବାରିପଦା, ରାଞ୍ଚି, ଜାମସେଦପୁର,  ଔରଙ୍ଗାବାଦ୍‌, ବାରାଣସୀ, ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ପହଞ୍ଚିବ । ସମ୍ବଲପୁରରୁ  ବାହାରିବାକୁ ଥିବା ବସ୍‌ଟି ରାଉରକେଲା, ରାଞ୍ଚି, ଔରଙ୍ଗାବାଦ, ବାରାଣାସୀ,  ପ୍ରୟାଗରାଜରୁ ଅଯୋଧ୍ୟାକୁ ଯିବ । ଭବାଣୀପାଟଣାରୁ ନୂଆପଡ଼ା-ବିଳାସପୁର ରୁଟ୍‌  ଦେଇ ଅମ୍ବିକାପୁର, ବାରାଣସୀ, ପ୍ରୟାଗରାଜରୁ ଅଯୋଧ୍ୟାକୁ ବସ୍‌ ଯିବ । ବ୍ରହ୍ମପୁରରୁ  ଫୁଲବାଣୀ ଝାରସୁଗୁଡ଼ା, ଅମ୍ବିକାପୁର ରୁଟ୍‌ ଦେଇ ଅଯୋଧ୍ୟାକୁ ବସ୍‌ ଗଡିବ । 

ଜାନୁଆରୀ ୧୨, ୧୩, ୧୮, ୨୦, ୨୪, ୨୭, ୩୦ ଓ ଫେବ୍ରୁଆରୀ ୨, ୫, ୯,  ୧୧, ୧୬, ୧୭, ୨୪, ୨୫ ତାରିଖରେ ୪ଟି ନିର୍ଦ୍ଧାରିତ ସହରରୁ ବସ୍‌ କୁମ୍ଭମେଳା  ଅଭିମୁଖେ ବାହାରିବ । ଯାତ୍ରୀମାନେ www.osrtc.org  ୱେବ୍‌ସାଇଟ୍‌  କିମ୍ବା ଓଏସ୍‌ଆର୍‌ଟିସି ଆପ୍‌ ଜରିଆରେ ଟିକେଟ୍‌ ବୁକିଂ କରି ପାରିବେ । ନଚେତ୍‌  ଏସବୁ ବସ୍‌ଷ୍ଟାଣ୍ଡରେ ଥିବା ଓଏସ୍‌ଆର୍‌ଟିସିର ଟିକେଟ୍‌ କାଉଣ୍ଟରରେ ମଧ୍ୟ ଟିକେଟ୍‌ କରିହେବ । ଯାତ୍ରୀଙ୍କ ସହାୟତା ପାଇଁ ୨୪ଘଣ୍ଟିଆ ହେଲ୍ପଲାଇନ୍‌ ନଂ ୧୮୦୦-୩୪୫- ୧୧୨୨ ଓ ଏକ ହ୍ୱାଟସ୍‌ଆପ୍‌ ନଂ ୭୮୪୯୦୦୫୨୨୦୫ ଜାରି କରାଯାଇଛି । ମହିଳା  ତୀର୍ଥଯାତ୍ରୀଙ୍କ ପାଇଁ ଟିକେଟ୍‌ ଦର ୫୦% କମ ରହିବ ବୋଲି ଓଏସ୍‌ଆର୍‌ଟିସି ସୂଚାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.