ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବିଜନେସ୍‌ ସ୍କୁଲର ଛାତ୍ରଛାତ୍ରୀ ଉଦ୍ୟୋଗୀ ହେବାର ଲକ୍ଷ୍ୟ ରଖିବା ଉଚିତ୍‌ : ୟୁସିସିଆଇ ଉପସଭାପତି

Published By : Gurupada Nath | February 14, 2025 8:44 PM

ଭୁବନେଶ୍ୱର, ୧୪/୨ : ବିଜନେସ୍‌ ମ୍ୟାନେଜମେଣ୍ଟ ଶତ୍ତ୍ୱିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଚାକିରୀ ପଛରେ ନ ଧାଇଁ ଉଦ୍ୟୋଗୀ ହେବାର ଲକ୍ଷ୍ୟ ରଖନ୍ତୁ ବୋଲି ଜଣେ ସଫଳ ଉଦ୍ୟୋଗୀ ଶୁକ୍ରବାର କହିଛନ୍ତି ।  ଯଦିଓ ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି ତଥାପି ବିଜନେସ୍‌ ସ୍କୁଲର ଛାତ୍ରଛାତ୍ରୀମାନେ ବ୍ୟବସାୟ ପ୍ରତି ଅଧିକା ଆଗ୍ରହୀ ହେବା ଉଚିତ୍‌ । ଭବିଷ୍ୟତ ଗଢ଼ିବା ପାଇଁ ଅନେକ ସୁଯୋଗ ଅପେକ୍ଷା କରିଛି ବୋଲି କହିଛନ୍ତି ଉକ୍ରଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇ)ର ଉପସଭାପତି ମୁରଲୀ ଜାମୁଲା । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଜିନେସ୍‌ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ (ଆଇବିସିଏସ୍‌)ର ଦୁଇ ଦିନିଆ ବାର୍ଷିକ ଉତ୍ସବ ‘କନ୍‌ଭର୍ଜେନ୍ସ-୨୦୨୫’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଶ୍ରୀ ଜାମୁଲା । 

ଛାତ୍ରଛାତ୍ରୀମାନେ କେବଳ ପରୀକ୍ଷାରେ ଉତ୍ତମ ମାର୍କ ପାଇବାକୁ ଲକ୍ଷ୍ୟ ନ ରଖି ଜ୍ଞାନ ଆହରଣ କରିବା ପାଇଁ ଶିକ୍ଷା ଗ୍ରହଣ କରିବା ଉଚିତ୍‌ । ଶିକ୍ଷା ଆମ ଭାଗ୍ୟ ନିର୍ଦ୍ଧାରଣ କରି ନ ଥାଏ । ବରଂ ଛାତ୍ରଛାତ୍ରୀମାନେ ଏହାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରି ନିଜ ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିବା ଦରକାର ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସୋଆର ଉପକୂଳପତି ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଆଇବିସିଏସ୍‌ର ଡିନ୍‌ ପ୍ରଫେସର ଅୟସକାନ୍ତ ମହାନ୍ତି ଏବଂ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ । 

ପ୍ରଫେସର ପ୍ରଧାନ କହିଥିଲେ ଆଇବିସିଏସ୍‌ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱର ବିଭିନ୍ନ ସ୍ଥାନରେ ଖ୍ୟାତି ଅର୍ଜନ କରିଛନ୍ତି । ବର୍ତ୍ତମାନର ଛାତ୍ରଛାତ୍ରୀ ସେମାନଙ୍କର ଅନୁକରଣ କରିବା ଉଚିତ୍‌ ବୋଲି ସେ କହିଥିଲେ       । ପ୍ରଫେସର ମହାନ୍ତି କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବିଚାର ଏବଂ ଚିନ୍ତାଧାରାର ଆଦାନପ୍ରଦାନ ହୋଇପାରିବ ।  କାର୍ଯ୍ୟକ୍ରମର ସଂଚାଳକ ଡକ୍ଟର ରାମକୃଷ୍ଣ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ସଂଚାଳିକା ଡକ୍ଟର ପ୍ରୀତି ୱାଇ ଷଢ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.