ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଫେସବୁକ ଲାଇଭରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ବ୍ୟବସାୟୀ, କହିଲେ- ‘ଝିଅର ଇନସୁଲିନ କିଣିବାକୁ ବି ଟଙ୍କା ନାହିଁ’

Published By : Bijay Swain | July 11, 2025 6:20 PM

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ରିଅଲ ଇଷ୍ଟେଟ ବ୍ୟବସାୟୀ କରଜରେ ବୁଡ଼ି ଫେସବୁକ ଲାଇଭରେ ନିଜର ଆର୍ଥିକ ସଙ୍କଟ ବର୍ଣ୍ଣନା କରି ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ଲାଇଭ ଭିଡିଓରେ ସେ କହିଥିଲେ ଯେ ସେ ତାଙ୍କ ଡାଇବେଟିସ ରୋଗୀ ଝିଅ ପାଇଁ ଜୀବନ ରକ୍ଷାକାରୀ ଇନସୁଲିନ ଇଞ୍ଜେକ୍ସନ କିଣିବାକୁ ମଧ୍ୟ ସକ୍ଷମ ନୁହନ୍ତି। ଏହାସହ ବ୍ୟବସାୟୀ ଜଣଙ୍କ ବହୁ ସମୟ କାକୁତିମିନତି ହେବା ପରେ ଏକ ରାଇଫଲ ବ୍ୟବହାର କରି ନିଜକୁ ଗୁଳି କରିଥିଲେ।

ଫେସବୁକ ଲାଇଭ ଭିଡିଓରେ ବ୍ୟବସାୟୀ ଜଣକ ସେଲିବ୍ରିଟି ଓ ଶିଳ୍ପପତିମାନଙ୍କୁ ତାଙ୍କ ପରିବାର ପାଇଁ ସାହାଯ୍ୟ କରିବାକୁ ଅପିଲ କରିଥିଲେ। ସେ କହିଥିଲେ ଯେ ବିପୁଳ କର୍ଜ ଓ ଆର୍ଥିକ ଦାୟିତ୍ୱର ଚାପ ସେ ଆଉ ବହନ କରିପାରୁ ନାହାନ୍ତି। ସେ ନିଜ ଝିଅର ଡାଇବେଟିସ ଚିକିତ୍ସା ପାଇଁ ଇନସୁଲିନ କିଣିବାରେ ଅସମର୍ଥତା ପ୍ରକାଶ କରି ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ।

ପୁଲିସ ଦେଇଥିବା ସୂଚନା ଅନୁସାରେ, ତାଙ୍କ ପରିବାର ସଦସ୍ୟମାନେ ଫେସବୁକ ଲାଇଭ ଦେଖି ପୁଲିସକୁ ଖବର ଦେଇଥିଲେ ଓ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ତାଙ୍କ ପହଞ୍ଚିବା ପୂର୍ବରୁ ବ୍ୟବସାୟୀ ଜଣକ ନିଜକୁ ନିଜେ ଗୁଳି ମାରି ସାରିଥିଲେ। ତେବେ ବ୍ୟବସାୟି ଜଣଙ୍କ ନିଜ ଅଫିସରେ କାର୍ଯ୍ୟ କରୁଥିବା ସୁରକ୍ଷାକର୍ମୀଙ୍କ ବନ୍ଧୁକ ଯୋଗେ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଏହି ଘଟଣା ସାମାଜିକ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଛି। ଯେଉଁଠାରେ ଅନେକ ଲୋକ ଆର୍ଥିକ ସଙ୍କଟ ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରୁଛନ୍ତି। ଏହାସହ କେହି କେହି ଭାରତରେ ଇନସୁଲିନର ଉଚ୍ଚ ମୂଲ୍ୟ ଏବଂ ସ୍ୱାସ୍ଥ୍ୟସେବା ଉପରେ ପ୍ରଶ୍ନ ଉଠାଇ ସରକାରଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି।

ପୁଲିସ ଏକ ମାମଲା ଜାରି କରି ଏହି ଘଟଣାର ତଦନ୍ତ ଜାରି ରଖିଛି, କିନ୍ତୁ ବ୍ୟବସାୟୀଙ୍କ ପରିଚୟ ଏପର୍ଯ୍ୟନ୍ତ ଯାଏ ପ୍ରକାଶ କରାଯାଇ ନାହିଁ। ଏହାସହ ତାଙ୍କ ଅଫିସରେ କାର୍ଯ୍ୟରତ ସୂରକ୍ଷାକର୍ମୀଙ୍କୁ ମଧ୍ୟ ପୁଲିସ ନିଜ ହେପାଜତକୁ ନେଇଛି। ତେବେ ବ୍ୟବସାୟି ଜଣଙ୍କର ପରିବାର ଓ ତାଙ୍କ ସହଯୋଗୀମାନଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.