ଭୁବନେଶ୍ୱର ୦୪/୦୧: କେବେ କେବେ ଡେଡ୍‌ଲାଇନ୍‌ରେ କିମ୍ବା ଜଲ୍‌ଦି କାମ   ସାରିବାକୁ ଯାଇ କିଛି ଲୋକ ଅଫିସ୍‌ରେ ମଧ୍ୟାହ୍ନ ଭୋଜନ କରିବାକୁ ଭୁଲିଯାଇଥାନ୍ତି । କିନ୍ତୁ କେବେ ଭାବିଛନ୍ତି ଏହା  ଶରୀର ପାଇଁ କେତେ କ୍ଷତିକାରକ? ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର କ୍ଷତି ଆମକୁ ଦେଖାଯାଇ ନଥାଏ । କିନ୍ତୁ ଦୀର୍ଘଦିନ  ପରେ ଏହାର ପ୍ରଭାବ ଶରୀର ଉପରେ ଦେଖିବାକୁ  ମିଳିଥାଏ । ବିଶେଷକରି ହୃଦୟ ପାଇଁ ଏହା କ୍ଷତିକାରକ  ସାବ୍ୟସ୍ତ ହୋଇଥାଏ ।  

ଭୋଜନ ଅବହେଳାରୁ ହେଉଥିବା କ୍ଷତି :

ଶକ୍ତି ସ୍ତର କମିବା: ଖାଦ୍ୟ ନ ଖାଇବା ଦ୍ୱାରା ଶରୀରରୁ  ଶକ୍ତି କମ୍‌ ହୋଇଥାଏ । ଫଳରେ ଥକ୍କା ଓ ଦୁର୍ବଳ ଅନୁଭବ   ହୋଇଥାଏ ।  

ମେଟାବଲିଜିମ୍‌ ଧୀମା ହେବା: ନିୟମିତ ଭାବେ ଖାଦ୍ୟ ନ  ଖାଇବା ଯୋଗୁ ମେଟାବଲିଜିମ୍‌ ଧୀମା ହୋଇଯାଇଥାଏ ।  ଫଳରେ ଓଜନ ବଢିବା ପରି ସମସ୍ୟା ଦେଖା ଦେଇଥାଏ ।  

ରକ୍ତରେ ଶର୍କରାସ୍ତର କମିବା: ଭୋକରେ ରହିବା  ଯୋଗୁ ରକ୍ତରେ ଶର୍କରା ସ୍ତର କମିଯାଏ ।  ଫଳରେ ଚିଡ୍‌ଚିଡାପଣ, ମୁଣ୍ଡବିନ୍ଧା ଓ  ଥକ୍କାପଣ ପରି ସମସ୍ୟାମାନ ଦେଖା  ଦେଇଥାଏ ।   

ପାଚନତନ୍ତ୍ର ଉପରେ ପ୍ରଭାବ: ଖାଇବାରେ ଅନିୟମିତତା ଯୋଗୁ  ପାଚନତନ୍ତ୍ର ଖରାପ ହେବାର  ଆଶଙ୍କା ଉପୁଜିଥାଏ ।  ଫଳରେ   ଏସିଡିଟି,  କବ୍ଚ ପରି  ସମସ୍ୟାମାନ ଦେଖା ଦେଇଥାଏ ।  

ହୃଦୟ ସମ୍ବନ୍ଧୀୟ ସମସ୍ୟା: ନିୟମିତ ଭାବେ ଖାଦ୍ୟ ନ  ଖାଇବା ଦ୍ୱାରା ଓଜନ ବଢିବା ସହ ଶର୍କରାସ୍ତର କମ୍‌  ରହିଥାଏ । ଫଳରେ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା  ବଢିଥାଏ ।  

ହୃଦୟ ପାଇଁ କେମିତି କ୍ଷତିକାରକ?

ରକ୍ତଚାପ ବଢିବା: ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା  ଶରୀରରେ ଷ୍ଟ୍ରୋସ୍‌ ହର୍‌ମୋନ୍‌ର ସ୍ତର ବଢିଥାଏ । ଫଳରେ   ରକ୍ତଚାପ ବଢିଥାଏ । ଉଚ୍ଚ ରକ୍ତଚାପ ହୃଦୟ ରୋଗର   ଅନ୍ୟତମ ପ୍ରମୁଖ କାରଣ ।  

କୋଲେଷ୍ଟେରଲ୍‌ ସ୍ତର ବଢିବା: ଅନିୟମିତ ଖାଦ୍ୟ ପ୍ରଣାଳୀ  ଯୋଗୁ ଶରୀରରେ ଖରାପ କୋଲେଷ୍ଟେରଲ୍‌ ସ୍ତରରେ  ଅସନ୍ତୁଳନ ଆସିଥାଏ । ଉଚ୍ଚ କୋଲେଷ୍ଟେରଲ୍‌ ହୃଦୟ ରୋଗ  ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ସାଜିଥାଏ ।

ପ୍ରଦାହ: ଠିକ୍‌ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ଶରୀରରେ  ପ୍ରଦାହ ବଢିଥାଏ, ଯାହା ହୃଦୟ ରୋଗ ପାଇଁ ରିସ୍କ ଫ୍ୟାକ୍ଟର  ସାବ୍ୟସ୍ତ ହୁଏ ।

ଖାଆନ୍ତୁ ସ୍ୱାସ୍ଥ୍ୟକର ଖାଦ୍ୟ:  

ସକାଳ ଜଳଖିଆ ନିଶ୍ଚୟ ଖାଆନ୍ତୁ: ସକାଳ ଭୋଜନରେ  ଦହି, ଫଳ, ଶସ୍ୟଜାତୀୟ ଖାଦ୍ୟ ନିଶ୍ଚୟ ସାମିଲ୍‌ କରନ୍ତୁ ।  

ମଧ୍ୟାହ୍ନ ଭୋଜନ: ଭୋଜନରେ ସବୁଜ ପରିବା,  ସାଲାଡ୍‌ ଓ ଫଳ ସାମିଲ୍‌ କରନ୍ତୁ ।     ଭରପୂର ପାଣି ପିଅନ୍ତୁ: ଦିନରେ ଭରପୂର  ମାତ୍ରାର ପାଣି ନିଶ୍ଚୟ ପିଅନ୍ତୁ ।  

ଜଙ୍କ୍‌ଫୁଡ୍‌କୁ ନା’: ଯଥାସମ୍ଭବ  ଜଙ୍କଫୁଡ୍‌ଠାରୁ ଦୂରେଇ ରୁହନ୍ତୁ ।  କାମ ମଝିରେ ବ୍ରେକ୍‌ ନିଅନ୍ତୁ: କାମର  ମଝିରେ ମଝିରେ ସମାନ୍ୟ ବ୍ରେକ୍‌ ନେବା  ସହ କିଛି ସ୍ୱାସ୍ଥ୍ୟକର ନିଶ୍ଚୟ ଖାଆନ୍ତୁ ।  ଖାଇବା 

ସମୟ ସ୍ଥିର ରଖନ୍ତୁ: ନିୟମିତ  ଏକ ନିଦ୍ଧି ର୍ଷ୍ଟ ସମୟରେ ଖାଇବାକୁ  ଚେଷ୍ଟା କରନ୍ତୁ ।