ପ୍ରମୂଖ ଖବର
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ୟୁପିଆଇ ଇନ୍‌ସେଣ୍ଟିଭ୍‌ ସ୍କିମ୍‌ ଆଉ ବର୍ଷେ ବଢ଼ିଲା; ଖର୍ଚ୍ଚ ହେବ ୧୫୦୦ କୋଟି, ଉପକୃତ ହେବେ କ୍ଷୁଦ୍ର ବ୍ୟବସାୟୀ

Published By : Prameya | March 20, 2025 2:45 PM

ନୂଆଦିଲ୍ଲୀ,୨୦/୦୩: ୟୁନିଫାଏଡ୍‌ ପେମେଣ୍ଟ  ଇଣ୍ଟର୍‌ଫେସ୍‌(ୟୁପିଆଇ)କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର  କ୍ୟାବିନେଟ ୟୁପିଆଇ ଇନ୍‌ସେଣ୍ଟିଭ୍‌ ସ୍କିମ୍‌କୁ ଆଉ  ବର୍ଷେ ବଢ଼ାଇ ଦେଇଛି । ଏ ସ୍କିମ୍‌ ୨୦୨୬ ମାର୍ଚ୍ଚ ୩୧ ଯାଏ  ଜାରି ରହିବ ଏବଂ ଏହା ଉପରେ ପ୍ରାୟ ୧,୫୦୦ କୋଟି  ଟଙ୍କା ଖର୍ଚ୍ଚ କରାଯିବ । 

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ବୈଠକ  ପରେ କହିଲେ ଯେ, ଏ ସ୍କିମ୍‌ରେ ରୁପେ ଡେବିଟ୍‌ କାର୍ଡ  ଏବଂ ଭୀମ୍‌-ୟୁପିଆଇ ଜରିଆରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ  ପର୍ସନ ଟୁ ମର୍ଚ୍ଚାଣ୍ଟ(ପି୨ଏମ୍‌) ଟ୍ରାଞ୍ଜାକ୍‌ସନ ଉପରେ କ୍ଷୁଦ୍ର  ବ୍ୟବସାୟୀଙ୍କୁ ୦.୧୫% ଇନ୍‌ସେଣ୍ଟିଭ୍‌ ମିଳିବ । ପର୍ସନ ଟୁ ମର୍ଚ୍ଚାଣ୍ଟ ୟୁପିଆଇ ଟ୍ରାଞ୍ଜାକ୍‌ସନ ଅର୍ଥ ହେଉଛି  ବ୍ୟବସାୟୀ ଏବଂ ଗ୍ରାହକଙ୍କ ମଧ୍ୟରେ କରାଯାଇଥିବା ୟୁପିଆଇ  ଟ୍ରାଞ୍ଜାକ୍‌ସନ । ଏ ସ୍କିମ୍‌ ୨୦୨୧ ଏପ୍ରିଲ ୧ରୁ କାର୍ଯ୍ୟକାରୀ  ହୋଇଛି । ରୁପେ ଡେବିଟ୍‌ କାର୍ଡକୁ ପ୍ରୋତ୍ସାହିତ କରିବା ଦ୍ୱାରା  ଏହାର ସିଧାସଳଖ ପ୍ରଭାବ ଅନ୍ତର୍ଜାତୀୟ ପେମେଣ୍ଟ କମ୍ପାନି  ଯେପରି ଭୀସା ଏବଂ ମାଷ୍ଟର୍‌କାର୍ଡ ଉପରେ ପଡ଼ିବ ।  

ଯଦି ଜଣେ ଗ୍ରାହକ ୧୦୦୦ ଟଙ୍କାର ସାମଗ୍ରୀ କିଣୁଛନ୍ତି  ଏବଂ ୟୁପିଆଇରେ ପେମେଣ୍ଟ କରନ୍ତି ତେବେ ଦୋକାନୀଙ୍କୁ  ୧.୫ ଟଙ୍କାର ଇନ୍‌ସେଣ୍ଟିଭ୍‌ ମିଳିବ । ସେହିଭଳି ବ୍ୟାଙ୍କଗୁଡ଼ିକୁ  ବି ଇନ୍‌ସେଣ୍ଟିଭ୍‌ ମିଳିବ। ସରକାର ବ୍ୟାଙ୍କଗୁଡ଼ିକର କ୍ଲେମ୍‌ର  ୮୦% ରାଶିକୁ ତୁରନ୍ତ ପ୍ରଦାନ କରିବେ । ବ୍ୟାଙ୍କଗୁଡ଼ିକୁ  ଅବଶିଷ୍ଟ ୨୦% ରାଶି ସେତେବେଳେ ମିଳିବ ଯେତେବେଳେ  ବ୍ୟାଙ୍କଗୁଡ଼ିକର ପ୍ରଯୁକ୍ତିଗତ ତ୍ରୁଟି ୦.୭୫%ରୁ କମ୍‌ ହେବ । 

ପ୍ରକାଶଯୋଗ୍ୟ, ସରକାର ଡିଜିଟାଲ ପେମେଣ୍ଟ୍‌କୁ  ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ  କହିଲେ ଯେ, ସରକାରଙ୍କ ଲକ୍ଷ୍ୟ ହେଉଛି  ୨୦୨୫-୨୬ରେ ୨୦,୦୦୦ କୋଟି ସଂଖ୍ୟକ  ଟ୍ରାଞ୍ଜାକ୍‌ସନ ଲକ୍ଷ୍ୟ ପୂରଣ କରିବା । ଏହାସହିତ  କ୍ଷୁଦ୍ର ସହର ଏବଂ ଗାଁ ପର୍ଯ୍ୟନ୍ତ ୟୁପିଆଇକୁ  ପହଞ୍ଚାଇବା ଉଦ୍ଦେଶ୍ୟ ।  

ପୂର୍ବରୁ ରୁପେ ଡେବିଟ୍‌ କାର୍ଡ ଏବଂ  ଭୀମ୍‌-ୟୁପିଆଇ ଟ୍ରାଞ୍ଜାକ୍‌ସନ ଉପରେ ମର୍ଚ୍ଚାଣ୍ଟ  ଡିସ୍‌କାଉଣ୍ଟ ରେଟ୍‌କୁ ‘ଶୂନ’ କରାଯାଇଥିଲା ।  ଏବେ ଏହି ଇନ୍‌ସେଣ୍ଟିଭ୍‌ ସ୍କିମ୍‌ ଦ୍ୱାରା କ୍ଷୁଦ୍ର  ବ୍ୟବସାୟୀଙ୍କୁ ୟୁପିଆଇରେ ପେମେଣ୍ଟ ନେବା ପାଇଁ ଉତ୍ସାହିତ  କରାଯିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଲେ, ୟୁପିଆଇ  ପେମେଣ୍ଟ ବ୍ୟବସାୟୀଙ୍କ ପାଇଁ ସହଜ, ସୁରକ୍ଷିତ ଏବଂ ଦ୍ରୁତ  ପେମେଣ୍ଟ ସର୍ଭିସ । ଏହାସହିତ ବିନା କୌଣସି ଅତିରିକ୍ତ  ଦେୟରେ ଟଙ୍କା ସିଧା ବ୍ୟାଙ୍କ ଖାତାକୁ ଆସିଥାଏ । ଚଳିତବର୍ଷ  ଫେବ୍ରୁଆରୀରେ ଦେଶରେ ୧,୬୧୧ କୋଟି ସଂଖ୍ୟକ ୟୁପିଆଇ  ଟ୍ରାଞ୍ଜାକ୍‌ସନ ହୋଇଛି । ଏହା ମାଧ୍ୟମରେ ମୋଟ ୨୧.୯୬ ଲକ୍ଷ  କୋଟି ଟଙ୍କା ମୂଲ୍ୟର କାରବାର ହୋଇଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.