ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

'ସବୁଠି ସବୁ ମନ୍ଦିର ହେଉଛି, ଦୀଘାରେ ହେଲେ କାହିଁକି ବାଧୁଛି ?' ତାତିଗଲେ ଦିଦି...

Published By : Ankita S | May 5, 2025 12:53 PM

ନୂଆଦିଲ୍ଲୀ,୦୫/୦୫: ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ତେଜୁଛି । ଏହାକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆମେ ପୁରୀ ମନ୍ଦିର, ଜଗନ୍ନାଥ ଧାମକୁ ସମ୍ମାନ କରୁ । କାଳୀ ମନ୍ଦିର ଓ ଗୁରୁଦ୍ୱାର ସବୁଠି ଅଛି । ହେଲେ ଦୀଘା ମନ୍ଦିରକୁ ନେଇ ଏତେ ରାଗ କାହିଁକି ? ସବୁଠି ସବୁ ମନ୍ଦିର ହେଉଛି, ଦୀଘାରେ ହେଲେ କାହିଁକି ବାଧୁଛି ବୋଲି କହି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଦୀଘାରେ ମହାପ୍ରଭୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦକୁ ନେଇ ପ୍ରତିକ୍ରିୟା ରଖି ରାଗି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା । ସେ କହିଛନ୍ତି, ''ମୁଁ ପୁରୀର ମନ୍ଦିରକୁ ଜଗନ୍ନାଥ ଧାମକୁ ସମ୍ମାନ କରେ । ସବୁ ମନ୍ଦିର ସବୁସ୍ଥାନରେ ରହିଛି । ମାଆ କାଳୀଙ୍କ ମନ୍ଦିର ହିନ୍ଦୁସ୍ତାନର ସବୁ ସ୍ଥାନରେ ରହିଛି । ଗୁରୁଦ୍ୱାର, ଶିବ ମନ୍ଦିର ସବୁଠି ଅଛି । ସବୁ ମନ୍ଦିର ଦେଶର ସବୁ ଜାଗାରେ ରହିଛି । ଯେବେ ବିଜେପି କିଛି କରେ ଆମେ ତ କିଛି କହୁ ନାହୁଁ । ତେବେ ତାଙ୍କର ଏତେ ରାଗ କାହିଁକି ? ଏତେ ରାଗ କାହିଁକି ଆସୁଛି ?''

ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଜଗନ୍ନାଥ ଧାମ ଲେଖିବାକୁ ନେଇ ବିବାଦ ତେଜିଛି । ପଶ୍ଚିମବଙ୍ଗ ଦୀଘାରେ ନବ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଅଧିକ ଜଟିଳ ହେଉଛି । ଶ୍ରୀକ୍ଷେତ୍ର ବିରୋଧରେ ଏହା ବଡ଼ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ପଶ୍ଚିମବଙ୍ଗର ଟିଏମ୍‌ସି ସରକାର ଏହାକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ହୋଇଛି । ପୁରୀ ମନ୍ଦିରରେ ନବକଳେବର ସମୟରେ ବଳିଥିବା ଦାରୁରୁ ଏଠାରେ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.